ଜଳୁଛି ଶିମିଳିପାଳ, ନିଆଁ ଲଗାଇଲା କିଏ ?

ଏହି ନିଆଁକୁ ଲିଭାଇବା ଓ ଏହାର ତଦନ୍ତ ପାଇଁ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । 

ଜଳୁଛି ଶିମିଳିପାଳ, ନିଆଁ ଲଗାଇଲା କିଏ ?

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟରେ (Similipal Forest) ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ନିଆଁ ଲାଗିଛି । ଊଗ୍ରରୂପ ନେଉଛି ଶିମିଳିପାଳ ନିଆଁ (Similipal Fire)। ତେବେ ଏହି ଶିମିଳିପାଳ ନିଆଁକୁ (Similipal Fire) ନେଇ ରାଜନୀତି ମଧ୍ୟ ଜୋର ଧରିଛି । କେନ୍ଦ୍ର ସରକାରଙ୍କ (Central Government) ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ସକ୍ରିୟ ହୋଇ ପଡ଼ିଛନ୍ତି । ତେବେ ଶିମିଳିପାଳ ନିଆଁ (Similipala Fire) ମନୁଷ୍ୟକୃତ ବୋଲି ଅଧିକାଂଶ ଗଣମାଧ୍ୟମରେ ଦାବି କରାଯାଉଛି । କିନ୍ତୁ ଏନେଇ ସରକାରୀ ସ୍ତରରେ କୌଣସି ପ୍ରକାର ସଠିକ ସୂଚନା ବର୍ତ୍ତମାନ ସୁଦ୍ଧା ଆସିପାରିନାହିଁ । 

ଏହି ନିଆଁକୁ ଲିଭାଇବା ଓ ଏହାର ତଦନ୍ତ ପାଇଁ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ସେପଟେ ଏହାକୁ ନେଇ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି କି ପିସିସିଏଫଙ୍କୁ ଶିମିଳିପାଳ ଗସ୍ତ କରିବା ସହିତ ସ୍ଥିତି ସମ୍ପର୍କିତ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ ନିଆଁକୁ ଆୟତ୍ତ କରିପାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । 

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଅନୁରୋଧ କରିଥିବା ନେଇ ଜଣାପଡ଼ିଛି । ପ୍ରକାଶ ଜାଭଡ଼େକର ଟ୍ୱିଟ କରି କହିଛନ୍ତି କି ମୁଁ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସୂଚନାଯୋଗ୍ୟ କରଞ୍ଜିଆ ଡିଭିଜନର ଠାକୁରମୁଣ୍ଡା ବନ୍ୟଜନ୍ତୁ ପରିସର ଅନ୍ତର୍ଗତ କାଜୁରିଆ ଜଙ୍ଗଲରେ ଏହି ନିଆଁ ଲାଗିଛି। ତେବେ ନିଆଁ ଲାଗିବାର ଗୋଟିଏ ଦିନ ପରେ ବନ ବିଭାଗ ସକ୍ରିୟ ହୋଇ ପଡ଼ିଛି । ସେପଟେ ଏହି ନିଆଁର ଆଁ ଭିତରେ ଜଣେ ନାବାଳିକା ଗୁରୁତର ହୋଇ ପଡିଥିବା ବେଳେ ଏକ ଗାଡ଼ି ମଧ୍ୟ ନିଆଁରେ ପୋଡ଼ି ହୋଇ ଯାଇଥିବା ଜଣାପଡ଼ିଛି । 

ରବିବାର ଅପରାହ୍ନରେ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୂତ୍ରରୁ ପ୍ରକାଶ ଯେ ଏହି ଅଗ୍ନିକାଣ୍ଡ ମନୁଷ୍ୟକୃତ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଦୁଇ ଦିନ ଜଳିବା ପରେ ସଂରକ୍ଷଣ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ବରିପଡା, ରାଇରଙ୍ଗପୁର ଏବଂ କରଞ୍ଜିଆ ଉପକଣ୍ଠ ବ୍ୟତୀତ ପାଞ୍ଚଟି ଅଞ୍ଚଳରେ ଉତ୍ତର ଏବଂ ଦକ୍ଷିଣ STR (ବନ୍ୟଜନ୍ତୁ) ରେ ୨୧ଟି ରେଞ୍ଜ ପାଇଁ STRର ବନ ବିଭାଗର ଅଧିକାରୀମାନେ ଏକ ସ୍କ୍ୱାଡ୍ ଗଠନ କରିଛନ୍ତି | ଏହି ସ୍କ୍ୱାଡଗୁଡିକ ଡେପୁଟି ରେଞ୍ଜରଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଏଥିରେ ବନବିଭାଗ, ବନ ସୁରକ୍ଷା କର୍ମୀ, ସୁରକ୍ଷା ସହାୟକକାରୀ ଏବଂ ବନ ଅଗ୍ନି ପରିଚାଳନା କର୍ମଚାରୀ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଏହି ରେଞ୍ଜ ଅନ୍ତର୍ଗତ ୨୦୩ ବିଟ୍ ମଧ୍ୟରୁ ପ୍ରତ୍ୟେକରେ ୪ ରୁ ୫ ବନ କର୍ମଚାରୀ ରହିବେ ଏବଂ ଏହିପରି ଘଟଣାକୁ ରୋକିବା ପାଇଁ ଶିମିଳିପାଲ ଟାଇଗର ରିଜର୍ଭ (STR)ର ଡେପୁଟି ଡାଇରେକ୍ଟର (DDR) ଯଜ୍ଞଦତ୍ତ ପତି କହିଛନ୍ତି ଯେ ସାଧାରଣତଃ ପ୍ରତିବର୍ଷ ଫେବୃଆରୀରୁ ଏପ୍ରିଲ ମଧ୍ୟରେ ଜଙ୍ଗଲ ନିଆଁ ଲାଗିଥାଏ। କେତେକ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରାକୃତିକ ହୋଇଥିବା ବେଳେ ଅଧିକାଂଶ ମନୁଷ୍ୟକୃତ। ମହୁ ସଂଗ୍ରହ ପାଇଁ ସ୍ଥାନୀୟ ଲୋକମାନେ ଗଛରେ ନିଆଁ ଲଗାଇ ଦେଇଥାନ୍ତି। ଏଭଳି ଘଟଣାକୁ ରୋକିବା ପାଇଁ ବିଭାଗ ପଦକ୍ଷେପ ନେଉଥିଲେ ମଧ୍ୟ ଆଦିବାସୀମାନଙ୍କ ମଧ୍ୟରେ ଏପରି ଅଭ୍ୟାସରୁ ନିବୃତ୍ତ ହେବା ପାଇଁ ଗ୍ରାମାଞ୍ଚଳସ୍ତରୀୟ ବୈଠକ କରାଯାଉଛି ବୋଲି ସେ କହିଛନ୍ତି।