)
Delhi Brahmaputra Apartments Fire: ନୂଆଦିଲ୍ଲୀ ବିଶମ୍ବର ଦାସ ରୋଡ ନିକଟରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଆଜି ଅଗ୍ନିକାଣ୍ଡ ଘଟିଛି । ଉକ୍ତ ଆପାର୍ଟମେଣ୍ଟରେ ଜଣେ ସାଂସଦଙ୍କ ବାସଭବନ ରହିଛି। ପାର୍କିଂ ସ୍ଥାନରେ ଗଚ୍ଛିତ ଥିବା ଅଳିଆ ଆବର୍ଜନାରୁ ନିଆଁ ଲାଗି ଏହା ଧିରେ ଧିରେ ସପ୍ତମ ଏବଂ ଅଷ୍ଟମ ମହଲାକୁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି । ଉଦ୍ଧାରକାରୀ ଦଳ ଏବଂ ଅନେକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛନ୍ତି ।
ରିପୋର୍ଟ ଅନୁଯାୟୀ ପ୍ରଥମ ତିନି ମହଲା ଘରର ସେବକ କ୍ୱାର୍ଟର୍ସ ଏବଂ ପରେ ସାଂସଦଙ୍କ ବାସଭବନ ରହିଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଅଗ୍ନିଶମ ବାହିନୀ ଗାଡ଼ି ପ୍ରାୟ ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଥିବାରୁ ନିଆଁ ଅଧିକ ବ୍ୟାପିଯାଇଥିଲା। ଫ୍ଲାଟଗୁଡ଼ିକରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଆଦୌ କାମ କରୁନଥିଲା ବୋଲି ଅଭିଯୋଗ ଆସିଛି । ଦିଲ୍ଲୀ ଅଗ୍ନିଶମ ସେବାର ଏଡିଓ ଭୂପେନ୍ଦ୍ରଙ୍କ କହିବାନୁଯାୟୀ,"ପଣ୍ଡିତ ପନ୍ତ ମାର୍ଗ ନିକଟରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ସମ୍ପର୍କରେ ଆମେ ଅପରାହ୍ନ ୧:୨୨ ରେ ଏକ ଫୋନ୍ କଲ୍ ପାଇଥିଲୁ। ଯେହେତୁ ଏହା ଏକ ଉଚ୍ଚ କୋଠା, ତେଣୁ ନିଆଁ ଲିଭାଇବା ପାଇଁ ଆମେ ତୁରନ୍ତ ଏକ ଟିଟିଏଲ୍ ସମେତ ୧୪ଟି ଗାଡ଼ି ପଠାଇଥିଲୁ। ଉପର ମହଲାଗୁଡ଼ିକ ବାହାର କ୍ଷତିଗ୍ରସ୍ତ ହୋଇଛି। ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ରିପୋର୍ଟ ହୋଇନାହିଁ।"