ମହାସଙ୍କଟରେ ମହାନଗରୀ ମୁମ୍ବାଇ। ବିଦ୍ୟୁତ ବିଭ୍ରାଟ ପରେ ହସ୍ପିଟାଲରେ ହୋଇଛି ଅଗ୍ନିକାଣ୍ଡ। ସ୍ଥାନାନ୍ତରିତ ହୋଇଥିବା ଜଣେ ରୋଗୀ ମୃତ।
Trending Photos
)
ମୁମ୍ବାଇ: ମାହାନଗରୀର ପିଛା ଛାଡୁନି ମହାସଙ୍କଟ। କୋରୋନା ପରେ ମୁମ୍ବାଇବାସୀଙ୍କୁ ବିଦ୍ୟୁତ କରିଛି କଲକବ। ଆଉ ଏହାରି ଭିତରେ ପଶ୍ଚିମ ମୁଲୁନ୍ଦର ଏକ ଘରୋଇ ହସ୍ପାଟାଲରେ ଅଗ୍ନକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୋମବାର ରାତିରେ ମୁଲୁନ୍ଦ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ସମୟର କସରତ ପରେ ଅଗ୍ନିଶମର ସହାୟତାରେ ନିଆଁକୁ ଆୟତ କରାଯାଇଥିଲା। ତେବେ ଏହାରି ଭିତରେ ଏକ ଅଘଟଣ ଘଟିଯାଇଛି। ନିଆଁରୁ ରକ୍ଷା କରିବାକୁ ହସ୍ପିଟାଲର ପ୍ରାୟ ୪୦ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। କିନ୍ତୁ ଜେନେରେଟର ଅଧିକ ଗରମ ହେବା ଯୋଗୁ ନିଆ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ହସ୍ପିଟାଲର ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡି ପାଉଁସ ହୋଇଯାଇଛି। ସେପଟେ ଘଟଣାର ତଦନ୍ତ କରାଯାଉଥିବା ବିଏମସି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗ୍ରୀଡ ଟ୍ରିପ ନେବା ଯୋଗୁଁ ସୋମବାର ମୁମ୍ବାଇରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା। ଫଳରେ ଟ୍ରେନ, ହସ୍ପିଟାଲ ଓ ଅଫିସକାମ ଠପ ହୋଇପଡିଥିଲା। ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଏକ ପ୍ରକାରର ବ୍ଲାକ ଆଉଟ ହୋଇଯାଇଥିଲା ମାୟାନଗରୀ। ସେଥିଯୋଗୁଁ ହସ୍ପିଟାଲ ଗୁଡିକ ଜେନେରେଟର ଲଗାଇ ରୋଗୀ ସେବା କରୁଥିଲେ।