• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /କେମିତି କଟିଲା ପ୍ରଥମ ରାତି

କେମିତି କଟିଲା ପ୍ରଥମ ରାତି

ହନ୍ତସନ୍ତ ହେଲେ ରିୟା...

Edited ByZee Odisha Desk
Published: Sep 09, 2020, 06:52 PM IST|Updated: Sep 09, 2020, 06:52 PM IST
joinshare
କେମିତି କଟିଲା ପ୍ରଥମ ରାତି

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ପୁଣି ଅଶାନ୍ତ ଯାଜପୁର ଧର୍ମଶାଳା, ଓଡ଼ିଶା ପୋଲିସକୁ ବଡ ସଫଳତା ଓ ଅନ୍ୟ ଖବର

    Top 10 News: ପୁଣି ଅଶାନ୍ତ ଯାଜପୁର ଧର୍ମଶାଳା, ଓଡ଼ିଶା ପୋଲିସକୁ ବଡ ସଫଳତା ଓ ଅନ୍ୟ ଖବର

    2

    ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

    3

    Bus Accident: ସରକାରୀ ବସ୍‌ ଦୁର୍ଘଟଣାର ସମ୍ମୁଖୀନ, ୪ ଯାତ୍ରୀ ଆହତ

    4

    Top 10 News Today: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା ଅନୁଭୂତ,ସ୍ମିତ ମଚ୍ଛାରଙ୍କ ସହ କଥା ହେଲେ ଇସ

    5

    ନୟାପଲ୍ଲୀ ଘଟଣାରେ ସିପିଙ୍କ ବଡ ବୟାନ, ପୁରୁଷ ହକି ଟିମକୁ ମିଳିବ ପୁରସ୍କାର ଓ ଅନ୍ୟ ଖବର

    ମୁମ୍ବାଇ: ଡ୍ରଗ୍ସ (Drugs) ମାମଲାରେ ଅଭିନେତ୍ରୀ ତଥା ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତ (Sushant Singh Rajput) ଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ (Reah Chakraborty) ଙ୍କୁ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB) ମଙ୍ଗଳବାର ଗିରଫ କରିଛି। ଗିରଫ ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ କୋର୍ଟରେ ମଧ୍ୟ ହାଜର କରାଯାଇଥିଲା। ସେପଟେ ତାଙ୍କ ଜାମିନ ଆବେଦନ ଖାଜର ହୋଇଯିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ୧୪ ଦିନ ପାଇଁ ପଠାଇ ଦିଆଯାଇଛି। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସେ ଭାଇକାଲ ଜେଲରେ ରହିବେ। ତେବେ ଗତକାଲି କୋର୍ଟରେ ଖାରଜ ହୋଇଯିବା ପରେ ରିୟା (Reah Chakraborty)ଙ୍କୁ ଏନସିବି (NCB) ନିଜ ହେପାଜତରେ ରଖିଥିଲା। 

    ତେବେ ଗତକାଲିର ରାତିକୁ ରିୟାଙ୍କୁ ହାଜତରେ କାଟିବାକୁ ପଡ଼ିଛି। କାରଣ ଜେଲ ମାନୁଆଲ ଅନୁଯାୟୀ ସନ୍ଧ୍ୟା ପରେ କୌଣସି ଅପରାଧୀ ଥାନାକୁ ଆସିନଥାନ୍ତି କିମ୍ବା ଥାନାରୁ ବାହାରି ନଥାନ୍ତି। ତେବେ ତାଙ୍କର ସମସ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ଗୋଟିଏ ରାତି ହାଜତରେ ରଖିଥିଲା ଏନସିବି(NCB)। ସୁଖଦ ନିଦ୍ରାରେ ରାତି ବିତାଉଥିବା ଅଭିନେତ୍ରୀଙ୍କୁ କିନ୍ତୁ ବେଶ ନାକେଦମ ହେବାକୁ ପଡ଼ିଛି ଜେଲ ହାଜତ ମଧ୍ୟରେ। ପୁରା ରାତି ଅନିଦ୍ରା ରହିଥିଲେ ରିୟା (Reah)। କାରଣ ଘରର ସୁଖଦ ନିଦ ପାଇଁ ନଥିଲା ଖଟ କିମ୍ବା କୋମଳ ଗଦି। ଜେଲ ହାଜତରେ ପଡ଼ିଥିବା ବେଞ୍ଚ ଉପରେ ବସି ବସି ରାତି ବିତିଥିଲା। 

    ରାତି ସାରା ଶୋଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ରାତିରେ ନିଦ ହୋଇନଥିଲା। ରାତିସାରା ଜେଲ ବାରାକରେ ବୁଲୁଥିବାର ଦେଖିବାକୁ ମଧ୍ୟ ମିଳିଥିଲା। ସେହି ସମୟରେ ବେଶ ଚିନ୍ତିତ ଥିବା ମଧ୍ୟ ଦେଖାଯାଇଥିଲା। ତେବେ ତାଙ୍କ ଭାଇ ସୌଭିକ (Souvik Chakraborty) ଓ ରିୟାଙ୍କ ଜାମିନ ପୁନର୍ବାର ଆବେଦନ କରାଯାଇଛି ବୋଲି ତାଙ୍କ ଓକିଲ ସତୀଶ ମାନସିନ୍ଦେ କହିଛନ୍ତି। 

    ପରଦିନ ସକାଳେ ଅର୍ଥାତ ବୁଧବାର ସକାଳ ପ୍ରାୟ ୧୦ଟା ସମୟରେ ତାଙ୍କୁ ଭାଇଖାଲ ଜେଲ ଅଭିମୁଖେ ନେଇଯାଇଥିଲେ ଏନସିବି ଅଧିକାରୀ। ସୂଚନା ଯୋଗ୍ୟ ରିୟାଙ୍କୁ ଗିରଫ କରିବା ପୂର୍ବରୁ ଏନସିବି ୩ ଦିନ ଧରି ମାରାଥନ ଜେରା କରିଥିଲା। ରବିବାର ଜେରା ପାଇଁ ଏନସିବି ସମନ ଜାରି କରିଥିଲା। ପରେ ରବିବାର ଦିନ ୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପଚରାଉଚୁରା କରିଥିଲା। ସେହିପରି ସୋମବାର ଓ ମଙ୍ଗଳବାର ଦିନ ମଧ୍ୟ ଜେରା କରିଥିଲା। ଭାଇ ସୌଭିକ ଓ ରିୟାଙ୍କୁ ଏକାଠି ମଧ୍ୟ ଜେରା କରିଥିଲା। ତେବେ ମଙ୍ଗଳବାର ୫ ଘଣ୍ଟା ଜେରା ପରେ ଅପରାହ୍ଣ ପ୍ରାୟ ୪ ବେଳେ ରିୟାଙ୍କୁ ଗିରଫ କରିଥିଲା ଏନସିବି। 

    ଅଧିକ ପଢନ୍ତୁ: ଭାରତର ସେହି 'ସିକ୍ରେଟ ଅସ୍ତ୍ର', ଯାହାର ନାଁ ଶୁଣିବା ମାତ୍ରେ ଚୀନ ଛାନିଆ

    ତେବେ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବର୍ତ୍ତମାନ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇଦିଆଯାଇଛି। ସେପଟେ ରିୟାଙ୍କ ସମର୍ଥନରେ ବଲିଉଡ଼ର କିଛି ଅଭିନେତା ଅଭିନେତ୍ରୀ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଭୟ ଦେଓଲ, ଦିୟା ମିର୍ଜା, ବିଦ୍ୟା ବାଲାନ, ଫରାହନ ଅଖତର, ସୋନମ କପୁର, ରାଧିକା ଆପ୍ଟେ, ଶିବାନୀ ଦାଣ୍ଡେକର, ଅନୁରାକ କଶ୍ୟପ, ଅମୃତ ଅରୋରା, ରାଧିକା ମଦାନ, ନେହା ଧୁପିଆ, ପୁଲକିତ ସମ୍ରାଟ, ରୋନିତ ରାୟ, ଗୌହର ଖାନ ପ୍ରମୁଖ ରିୟାଙ୍କ ସମର୍ଥନରେ ବାହାରିଥିଲେ। 

    Add Zee News as a Preferred Source
    TAGS:
    Reah Chakraborty
    NCB
    NCB Custody
    Sushant Singh Rajput