Advertisement
Article Detail0/zeeodisha/odisha871186

ମାତ୍ର ଗୋଟିଏ Tweet ର ଦାମ ୨୧ କୋଟି

Twitter ର ସହ ପ୍ରତିଷ୍ଠାତା Jack Dorsey ଙ୍କ ପ୍ରଥମ ଟ୍ୱିଟ ୨୯ ଲକ୍ଷ ଡଲାର ଓ ଭାରତୀୟ ମୁଦ୍ରା ଅନୁସାରେ ୨୧ କୋଟି ଟଙ୍କାରେ ବିକ୍ରି କରାଯାଇଛି । 

ମାତ୍ର ଗୋଟିଏ  Tweet ର ଦାମ ୨୧ କୋଟି

ସାନ ଫ୍ରାନ୍ସିସ୍କୋ: ନିକଟ ଅତିତରେ ଏକ ଟ୍ୱିଟ୍ କୁ ୨୧ କୋଟିରୁ ଅଧିକ ଟଙ୍କାରରେ ନିଲାମ କରାଯାଇଥିଲା । ଏହି ଟ୍ୱିଟର ଉଚ୍ଚ ମୂଲ୍ୟକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ ଅନେକ ଏହାର ଡିଜିଟାଲ ସଂସ୍କରଣ ବିଷୟରେ ଆଲୋଚନା କରୁଛନ୍ତି। ତେବେ ଏହା ଜାଣିବା ପରେ ଆପଣ ବି ଭାବୁଥିବେ ପ୍ରକୃତରେ ଏହି ଟ୍ୱିଟରେ ଏମିତି କଣ ଖାସ ଥିଲା ଯାହାର ଦାମ ୨୧ କୋଟିରୁ ଅଧିକ ।

ପ୍ରକୃତରେ, ଟ୍ୱିଟରର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ତାଙ୍କର ଗୋଟିଏ ଟ୍ୱିଟର ନିଲାମ ଘୋଷଣା କରିଛନ୍ତି। ଟ୍ୱିଟରରେ ପ୍ରଥମ ଟ୍ୱିଟ୍ ଜ୍ୟାକ୍ କରିଥିଲେ। ଏହି ଟୁଇଟ୍ କ୍ରିପ୍ଟୋ କରେନ୍ସି ଭାବରେ ବିକ୍ରି ହୋଇଛି । ସୂଚନା ମୁତାବକ,  Twitter ର ସହ ପ୍ରତିଷ୍ଠାତା Jack Dorsey ଙ୍କ ପ୍ରଥମ ଟ୍ୱିଟ ୨୯ ଲକ୍ଷ ଡଲାର ଓ ଭାରତୀୟ ମୁଦ୍ରା ଅନୁସାରେ ୨୧ କୋଟି ଟଙ୍କାରେ ବିକ୍ରି କରାଯାଇଛି । କିଛି ସମୟ ପୂର୍ବରୁ ଏହି ଟ୍ୱିଟକୁ ନେଇ ୨୩ ଲକ୍ଷ ଡଲାର ଅର୍ଥାତ୍ ୧୬.୬୫ କୋଟିର ନିଲାମ ନେଇ ଡାକରା ଦିଆଯାଇଥିଲା। 

Also Read:  ବସ୍- ଅଟୋ ମୁହାଁମୁହିଁ ଧକ୍କା , ୧୩ ଜଣଙ୍କ ମୃତ୍ୟୁ

Add Zee News as a Preferred Source

ଏହି Tweet କୁ 'ଭାଲ୍ୟୁଏବଲ୍ ବାଇ ସେଣ୍ଟ' ନାମକ ଏକ ଡିଜିଟାଲ୍ ପ୍ଲାଟଫର୍ମରେ ନିଲାମ କରାଯାଇଥିଲା ଏବଂ ବ୍ରିଜ୍ ଓରାକଲ୍ ସିଇଓ ସାଇନା ଏଷ୍ତାବି କିଣିଥିଲେ। ଡିଜିଟାଲ ପ୍ଲାଟଫର୍ମ ଏହା ବିଷୟରେ ସୂଚନା ଦେଇଛି । ଡୋର୍ସି ଏହି ମାସରେ ଟ୍ୱିଟ୍ କରି କହିଛନ୍ତି ଯେ, ନିଲାମରୁ ମିଳିଥିବା ଅର୍ଥ ବିଟକଏନ ପରିଣତ କରାଯିବ ଏବଂ ଅଣ-ଫାଇଦାକାରୀ ସଂସ୍ଥା ' Give Directly's Africa Response ' କୁ ଦିଆଯିବ । ଏହି ଦାନକାରୀ ସଂସ୍ଥା କୋରୋନା ଭୂତାଣୁ ମହାମାରୀ ଦ୍ୱାରା ପ୍ରଭାବିତ ଆଫ୍ରିକୀୟ ପରିବାରକୁ ଆର୍ଥିକ ସହାୟତା କରିବାକୁ କାର୍ଯ୍ୟ କରୁଛି।

Also Read: ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ, ମଦ ମୃତ୍ୟୁ ହେଲେ ବୁଡ଼ିଯିବ ଆପଣଙ୍କ ସବୁ ଟଙ୍କା !

ସୂଚନାଯୋଗ୍ୟ ଯେ, Website ଭାଲ୍ୟୁଏବଲ୍ ବାଇ ସେଣ୍ଟରେ ବିଡ୍ ପାଇଁ ଡୋର୍ସି ତାଙ୍କ ଟ୍ୱିଟ୍ ତାଲିକାଭୁକ୍ତ କରିଥିଲେ। ୱେବସାଇଟ୍ ଅନୁଯାୟୀ, ତିନିମାସ ପୂର୍ବରୁ ଟ୍ୱିଟ୍ ମାର୍କେଟ ପ୍ଲେସରେ ଲଞ୍ଚ କରାଯାଇଥିଲା। ଯେପରି ଏକ କାର୍ଡରେ ସେଲିବ୍ରିଟିଙ୍କ ଅଟୋଗ୍ରାଫ୍ ଥାଏ, ସେହିଭଳି NFT ଏକ ବିଷୟବସ୍ତୁ ଉପରେ ସୃଷ୍ଟିକର୍ତ୍ତାଙ୍କ ଅଟୋଗ୍ରାଫ୍ ପରି ରହିଛି। ଏହା ଅନନ୍ୟ ବୋଲି ବିବେଚନା କରାଯାଏ, ତେଣୁ ଯେଉଁମାନେ ଏହାକୁ କିଣନ୍ତି ସେମାନେ ଏହାର ଉଚ୍ଚ ଦାମ ଲଗାଇବାକୁ ପଛଘୁଞ୍ଚା କରନ୍ତି ନାହିଁ । କିଛି ସମୟ ପୂର୍ବରୁ ଜ୍ୟାକ୍ ଡୋର୍ସି କିଛି ସମୟ ପୂର୍ବରୁ ୱେବସାଇଟ୍ ତାଲିକାରେ ଏକ ଲିଙ୍କ୍ ଟ୍ୱିଟ୍ କରିଥିଲେ ଏବଂ ତାଙ୍କ ପୋଷ୍ଟ ଏପର୍ଯ୍ୟନ୍ତ ହଜାରେ ଥର ସେୟାର କରାଯାଇଛି । 

About the Author