ସୁରକ୍ଷା ବାହିନୀ ଏବଂ ପୋଲିସର ମିଳିତ ଅପରେସନ ଦ୍ୱାରା ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର, ଜୀବନ୍ତ ଗୁଳି କିଛି ହତିଆର ଜବତ କରାଯାଇଛି।
Trending Photos
)
କୁପୱାରା: ଜାମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷାବଳ ଏବଂ ଜାମ୍ମୁ କାଶ୍ମୀର ପୋଲିସକୁ ବହୁତ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଏବଂ ପୋଲିସର ମିଳିତ ଅପରେସନ ଦ୍ୱାରା ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର, ଜୀବନ୍ତ ଗୁଳି କିଛି ହତିଆର ଜବତ କରାଯାଇଛି। ବିପୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଜବକ ହେବା ପରେ ଉକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।
ରବିବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୋଲିସକୁ ଏକ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ମିଳିତ ଅପରେସନ ଦ୍ୱାରା କୁପୱାରାର କରନାହା ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ (Arms And Ammunition Recovered In Karnah) କୁ ଜୋରଦାର କରାଯାଇଥିଲା । ଯେଉଁଥିରେ୫ଟି AK ରାଇଫଲ ଏବଂ ୭ ଟି ପିସ୍ତଲକୁ ଜବତ କରାଯାଇଛି।
Also Read: ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଅମିତ ଶାହା କଲେ ଏପରି ଦାବି
ଜାମ୍ମୁ-କାଶ୍ମୀର (Jammu Kashmir) ପୋଲିସ ଏବଂ ସୁରକ୍ଷା ବାହିନୀ (Indian Army) ଭାରତ-ପାକିସ୍ତାନର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ବା (LOC) ନିକଟ ଧନ୍ନୀ ଗ୍ରାମରେ ଏହି ଅପରେସନ୍ କରିଥିଲେ। ଏହି ସ୍ଥାନ ଲିପା ଉପତ୍ୟକାରେ ପାକିସ୍ତାନୀ ସେନାର ପୋଷ୍ଟର ପ୍ରତ୍ୟେକ୍ଷ ନଜରରେ ରହିଛି। ଅଧିକାରୀ କହିଛନ୍ତି, 'କରନାହାରେ ନିୟୋଜିତ ସୁରକ୍ଷା ବାହିନୀର ଏହି ବଡ଼ ସଫଳତାରେ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଭାରତୀୟ ସେନା ଏବଂ ଜେ ଆଣ୍ଡ କେ ପୋଲିସର ତତ୍ପରତା ହେତୁ ଏହା ସମ୍ଭବ ହୋଇଥିଲା।
Also Read: କେନ୍ଦ୍ର କର୍ମଚାରୀଙ୍କ ଛୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କଲେ ସରକାର
କରନାହାରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହେବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ଦୁଇବର୍ଷ ମଧ୍ୟରେ କୁପୱାରା (Kupwara) ର କରନାହା ଅଞ୍ଚଳରୁ ୧୬ ଟି ଅସ୍ତ୍ରଶସ୍ତ୍ର ଏବଂ ୫୦ କିଲୋଗ୍ରାମ ନିଶା ସାମଗ୍ରୀ ଉଦ୍ଧାର କରାଯାଇଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିଛି ।