'ବ୍ଲୁଟୁଥ୍ ଚପଲ୍' ସାହାଯ୍ୟରେ କପି କରିବାକୁ ଚେଷ୍ଟାକରି ଗିରଫ ହେଲେ ପାଞ୍ଚ ଜଣ ପରୀକ୍ଷାର୍ଥୀ
Advertisement

'ବ୍ଲୁଟୁଥ୍ ଚପଲ୍' ସାହାଯ୍ୟରେ କପି କରିବାକୁ ଚେଷ୍ଟାକରି ଗିରଫ ହେଲେ ପାଞ୍ଚ ଜଣ ପରୀକ୍ଷାର୍ଥୀ

ରାଜସ୍ଥାନ ପୋଲିସ ଚପଲରେ ବ୍ଲୁଟୁଥ୍ ଉପକରଣରେ ଲଗାଇ କପି କରିବାକୁ ଚେଷ୍ଟା କରୁଥିବା ତିନିଜଣ ପରୀକ୍ଷାର୍ଥୀଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି ।

'ବ୍ଲୁଟୁଥ୍ ଚପଲ୍' ସାହାଯ୍ୟରେ କପି କରିବାକୁ ଚେଷ୍ଟାକରି ଗିରଫ ହେଲେ ପାଞ୍ଚ ଜଣ ପରୀକ୍ଷାର୍ଥୀ

ଜୟପୁର: ରାଜସ୍ଥାନ ପୋଲିସ ରବିବାର ଦିନ ରାଜସ୍ଥାନ ଶିକ୍ଷକ ଯୋଗ୍ୟତା ପରୀକ୍ଷା (REET) ପୂର୍ବରୁ ଚପଲରେ ବ୍ଲୁଟୁଥ୍ ଉପକରଣରେ ଲଗାଇ କପି କରିବାକୁ ଚେଷ୍ଟା କରୁଥିବା ତିନିଜଣ ପୂର୍ବତନ ପରୀକ୍ଷାର୍ଥୀଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି ।

ପୋଲିସ କହିଛି ଯେ ଚପଲରେ ଲୁଚି ରହିଥିବା ବ୍ଲୁଟୁଥ୍ ମାଧ୍ୟମରେ ଅଭିଯୁକ୍ତମାନେ ପରୀକ୍ଷାରେ କପି କରିବାକୁ ଯୋଜନା କରୁଥିଲେ ।

ବିକାନେର ପୋଲିସ୍ ଅଧୀକ୍ଷକ ପ୍ରୀତି ଚନ୍ଦ୍ର କହିଛନ୍ତି ଯେ ଏହି ପରୀକ୍ଷାର୍ଥୀମାନେ ଚପଲରେ ବ୍ଲୁଟୁଥ୍ ଡିଭାଇସ୍ ଲଗାଇ କପି କରିବାକୁ ଚେଷ୍ଟା କରୁଥିଲେ । ଏହି ଘଟଣାରେ ତ୍ରିଲୋକ, ଓମପ୍ରକାଶ, ମଦନ ଗୋପାଳ, ରାମ ଓ କିରଣ ଦେବୀଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଇଛି ।

ମୋବାଇଲ୍ ସିମ୍ କାର୍ଡ, ବ୍ଲୁଟୁଥ୍ ଡିଭାଇସ୍ ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ସେମାନଙ୍କ ନିକଟରୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି । ପରୀକ୍ଷା ଆରମ୍ଭ ପୂର୍ବରୁ ଗଙ୍ଗାସାହରର ନୂଆ ବସଷ୍ଟାଣ୍ଡ ନିକଟରୁ ସମସ୍ତଙ୍କୁ ଗିରଫ କରାଯାଇଥିଲା ।

ରବିବାର ସାରା ରାଜ୍ୟରେ କଡା ସୁରକ୍ଷା ମଧ୍ୟରେ ରିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଏହା ବି ପଢ଼ନ୍ତୁ: ରାଜ କୁନ୍ଦ୍ରା ଜେଲରୁ ଫେରିବା ମାତ୍ରେ ବଦଳିଲା ଶିଳ୍ପାଙ୍କ ମନ, ନେଲେ ଏହି ବଡ ନିଷ୍ପତ୍ତି... 

ଏହା ବି ପଢ଼ନ୍ତୁ: LIC ର ଏହି ଯୋଜନାରେ ପ୍ରିମିୟମ ନ ଦେଇ ପାଆନ୍ତୁ ୭୫୦୦୦ ଟଙ୍କା, ଫଟାଫଟ୍ କରନ୍ତୁ ଆବେଦନ