ଦୁନିଆର ସବୁଠାରୁ ଆଲିସାନ ବାହାଘର, ଖର୍ଚ୍ଚ ଜାଣିଲେ ଉଡ଼ିଯିବ ହୋସ
Advertisement

ଦୁନିଆର ସବୁଠାରୁ ଆଲିସାନ ବାହାଘର, ଖର୍ଚ୍ଚ ଜାଣିଲେ ଉଡ଼ିଯିବ ହୋସ

ବାହାଘର ଗୁଡ଼ିକ ଲିପିବଦ୍ଧ ହୋଇରହିଯାଇଛି । ତେବେ ଆଜି ଚାଲନ୍ତୁ ଜାଣିବା ଦେଶର ଏମିତି କିଛି ବାହାଘର ବିଷୟରେ ଯେଉଁଥିରେ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି ।

 

ଦୁନିଆର ସବୁଠାରୁ ଆଲିସାନ ବାହାଘର, ଖର୍ଚ୍ଚ ଜାଣିଲେ ଉଡ଼ିଯିବ ହୋସ

ବାହାଘର ଏକ ଏତେ ଖାସ୍ ମୁହୂର୍ତ୍ତ ଯେ, ସମସ୍ତେ ଏହି ଖାସ ଦିନକୁ ବହୁଦିନ ଧରି ଅପେକ୍ଷା କରିଥାନ୍ତି । ଏହି ଦିନକୁ ଆହୁରି ଖାସ୍ କରିବାକୁ ଆଖି ବୁଜି ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି ଉଭୟ ପକ୍ଷ । ବାହାଘରକୁ ଏକ ସୁନ୍ଦର ଉତ୍ସବରେ ପରିଣତ କରି ଏହାକୁ ଆହୁରି ସୁନ୍ଦର କରିଥାନ୍ତି । ହେଲେ କିଛି ବିବାହ ଏମିତି ଅଛି ଯେଉଁଥିରେ, କେବଳ ଟଙ୍କା ଖର୍ଚ୍ଚ ହୋଇନି ବରଂ ଇତିହାସରେ ଏହି ବାହାଘର ଗୁଡ଼ିକ ଲିପିବଦ୍ଧ ହୋଇରହିଯାଇଛି । ତେବେ ଆଜି ଚାଲନ୍ତୁ ଜାଣିବା ଦେଶର ଏମିତି କିଛି ବାହାଘର ବିଷୟରେ ଯେଉଁଥିରେ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି ।

ପ୍ରିନ୍ସ ଚାର୍ଲସ ଓ ଲେଡି ଡାୟନା ( Prince Charles and Diana)

ବ୍ରିଟିଶ ରୟାଲ ଫ୍ୟାମିଲିର ସଦସ୍ୟ ପ୍ରିନ୍ସ ଚାର୍ଲସ ଓ ଲେଡି ଡାୟନା ବର୍ଷ ୧୯୮୧ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କୁହାଯାଏ ସେଦିନ ପୁରା ସହରକୁ ରଙ୍ଗ ବେରଙ୍ଗ ଲାଇଟ ସହ ଫୁଲରେ ଏକ ନବବଧୂ ପରି ସଜାଯାଇଥିଲା । ଖବର ଅନୁଯାୟୀ, ଏହି ବାହାଘରରେ ପାଖାପାଖି ୧୧୦ ମିଲିୟନ ଡଲାର ଅର୍ଥାତ୍ ୭୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।

ବନିଶା ମିତ୍ତଲ ଓ ଅମିତ ଭାଟ୍ଟିଆ  (Vanisha Mittal and Amit Bhatia)

ବନିଶା ମିତ୍ତଲ ଲଣ୍ଡନର ସବୁଠାରୁ ବଡ଼ ବିଜିନେସ ମ୍ୟାନ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ଝିଅ । ବନିଶା ବର୍ଷ ୨୦୦୪ରେ ଅମିତ ଭାଟ୍ଟିଆଙ୍କୁ ବିବାହ କରିଥିଲେ । ଏହି ଦୁଇ ଜଣଙ୍କ ବିବାହ ପ୍ୟାରିସ ରେ କରାଯାଇଥିଲା । ଯେଉଁଥିରେ ପାଖାପାଖି ୬୬ ମିଲିୟନ ଡଲାର ଅର୍ଥାତ୍ ୪୭୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।

Also Read: Twitter India ଓ କମ୍ପାନୀର MD ବିରୋଧରେ ପଞ୍ଜୀକୃତ ହେଲା FIR, ଏହା ରହିଛି ଅଭିଯୋଗ

ଏଲିଜାବେଥ ଟେଲର ଓ ଲେରୀ ଫୋର୍ଟେନସ୍କାଏ (Elizabeth Taylor and Larry Fortensky)

ହଲିଉଡର ଚର୍ଚ୍ଚିତ ଆକ୍ଟ୍ରେଷଙ୍କ ମଧ୍ୟରୁ ଶୁମାର ଏଲିଜାବେଥ୍ ଟେଲର ବର୍ଷ ୧୯୯୧ ରେ ଲେରୀଙ୍କୁ ବିବାହ କରିଥିଲେ । ସେତେବେଳେ ତାଙ୍କ ବିବାହରେ ୪ ମିଲିୟନ ଅର୍ଥାତ୍ ୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହାର ୫ ବର୍ଷ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।

ଇଶା ଅମ୍ବାନୀ ଓ ଆନନ୍ଦ ପିରାମଲ (Isha Ambani and Anand Piramal)

ଇଶା ଅମ୍ବାନୀ ଭାରତର ସବୁଠାରୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ । ଇଶା ୧୨ ଡିସେମ୍ବର ୨୦୧୮ ରେ ଆନନ୍ଦ ପିରାମଲ ଙ୍କୁ ବିବାଗ କରିଥିଲେ । ଏହି ବାହାଘର ବହୁ ଧୁମଧାମରେ କରାଯାଇଥିଲା । ବିବାହରେ ସବୁ ବର୍ଗର ଲୋକ ମାନେ ସାମିଲ ହୋଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ । ତେବେ ଏହି ବାହାଘରରେ ପାଖାପାଖି ୧୦୦ ମିଲିୟନ ଡଲାର ଅର୍ଥାତ୍ ୭୧୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। 

Also Read: ରେସଲର ସୁଶୀଲ କୁମାରଙ୍କୁ ଜେଲରେ ଦରକାର TV, ପ୍ରଶାସନକୁ ଦେଲେ ଆପ୍ଲିକେସନ

ଲିଜା ମିନେଲି ଓ ଡେଭିଡ ଗେଟ୍ସ( Liza Minnelli and David Gest)

ଆମେରିକାନ ସିଙ୍ଗର ଓ ଅଭିନେତ୍ରୀ ଲିଜା ବର୍ଷ ୨୦୦୨ ରେ ଆମେରିକାର ଟିଭି ସୋ ର ପ୍ରଡ୍ୟୁସର ଡେଭିଡ ଗେଟଙ୍କୁ ବିବାହ କରିଥିଲେ । ଏହି ବିବାହରେ ସେମାନେ ୨୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ବିବାହର କିଛି ବର୍ଷ ପରେ ସେମାନଙ୍କ ବିବାହରେ ବିଚ୍ଛେଦ ଘଟିଥିଲା ।