ତାଲିବାନ କ୍ୟାବିନେଟରେ ପାକିସ୍ତାନୀ ମଦ୍ରାସା ଛାତ୍ର, କାହାକୁ ମିଳିଲା କେଉଁ ଦାୟିତ୍ୱ?
Advertisement
Article Detail0/zeeodisha/odisha984499

ତାଲିବାନ କ୍ୟାବିନେଟରେ ପାକିସ୍ତାନୀ ମଦ୍ରାସା ଛାତ୍ର, କାହାକୁ ମିଳିଲା କେଉଁ ଦାୟିତ୍ୱ?

ପାକିସ୍ତାନର ପେଶାୱର-ଇସ୍ଲାମବାଦ ରାସ୍ତାରେ ଏପରି ଏକ ଅସାଧାରଣ ମଦ୍ରାସା ଅଛି, ଯାହା ଶିକ୍ଷାଗତ ପରମ୍ପରା ପାଳନ ସହ ଆଫଗାନିସ୍ତାନ ଉପରେ ସୋଭିଏତ ଆକ୍ରମଣ ପରେ ରାଜନୈତିକ ଏବଂ ସୈନ୍ୟ ରୂପ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଉ ଏବେ ଏହି ମଦ୍ରାସାରୁ ବାହାରୁଥିବା ଛାତ୍ର ଆଫଗାନିସ୍ତାନରେ ତାଲିବାନର ଅନ୍ତରୀଣ ସରକାରରେ ସାମିଲ ଅଛନ୍ତି।

ଡିଜାଇନ୍ ଫଟୋ
ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନକୁ ଅକାରଣେ ଆତଙ୍କୀ ନିର୍ମାଣ କାରଖାନା କୁହାଯାଏ ନାହିଁ! ଏହା ପଛରେ ଅନେକ କାରଣ ରହିଛି। ସେନା କ୍ୟାମ୍ପଠୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ସବୁଠି ଆତଙ୍କବାଦ କାର୍ଯ୍ୟକଳାପ ଟ୍ରେନିଂ ଦିଆଯାଉଥିବାର ନଜିର ରହିଛି। ପାକିସ୍ତାନର ପେଶାୱର-ଇସ୍ଲାମବାଦ ରାସ୍ତାରେ ଏପରି ଏକ ଅସାଧାରଣ ମଦ୍ରାସା ଅଛି, ଯାହା ଶିକ୍ଷାଗତ ପରମ୍ପରା ପାଳନ ସହ ଆଫଗାନିସ୍ତାନ ଉପରେ ସୋଭିଏତ ଆକ୍ରମଣ ପରେ ରାଜନୈତିକ ଏବଂ ସୈନ୍ୟ ରୂପ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଉ ଏବେ ଏହି ମଦ୍ରାସାରୁ ବାହାରୁଥିବା ଛାତ୍ର ଆଫଗାନିସ୍ତାନରେ ତାଲିବାନର ଅନ୍ତରୀଣ ସରକାରରେ ସାମିଲ ଅଛନ୍ତି।

ପାକିସ୍ତାନ (Pakistan) ରେ ପରିଚାଳିତ ହେଉଛି ଆତଙ୍କବାଦୀ ସଙ୍ଗଠନ ତାଲିବାନ (Taliban) ର ବିଶ୍ୱବିଦ୍ୟାଳୟ! ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାମିଆ ଦାରୁଲ ଉଲ୍ଲୁମ ହକ୍କାନିଆ ପାଠ ପଢୁଥିବା ଛାତ୍ର, ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଧାର୍ମିକ, ରାଜନୈତିକ ଏବଂ ସୈନ୍ୟ ଆନ୍ଦୋଳନରେ ସକ୍ରିୟ ରହିଛନ୍ତି। ବିଗତ ବର୍ଷରେ ଯେବେ ବି ପାକିସ୍ତାନ ଏବଂ ଆଫଗାନିସ୍ତାନରେ ରାଜନୈତିକ ଏବଂ ସୈନ୍ୟ ପରିବର୍ତ୍ତନ ହୋଇଛି, ସେଥିରେ ଏହି ମଦ୍ରାସାରୁ ବାହାରିଥିବା ପ୍ରମୁଖ ନେତାଙ୍କ ଭୂମିକା ରହିଛି। ନିକଟରେ ତାଲିବାନ, ଆଫଗାନିସ୍ତାନ କବଜା କରି ସେଠାରେ ଅନ୍ତରୀଣ ସରକାର ଘୋଷଣା କରିଛି। ଏହି ସମୟରେ ମଧ୍ୟ ଜାମିଆ ଦାରୁଲ ଉଲୁମ୍ ହକ୍କାନିଆ ଅକୋଡାର ନାମ ସାମ୍ନାକୁ ଆସିଛି।

Also Read: କୋଭିଡ୍ ମୃତ୍ୟୁକୁ ନେଇ କେନ୍ଦ୍ରର ବଡ଼ ଘୋଷଣା

ନୂଆ ତାଲିବାନ କ୍ୟାବିନେଟରେ କେଉଁ ଛାତ୍ର ସାମିଲ ?

ତାଲିବାନ ନେତାଙ୍କ ମଧ୍ୟରେ ମୁଲ୍ଲା ଅବଦୁଲ ଲତିଫ ମଂସୁର ସାମିଲ ହୋଇଛନ୍ତି। ସେ ଅଧିକାଂଶ ସମୟ ପାକିସ୍ତାନରେ ବିତାଇଛନ୍ତି। ଦାରୁଲ ଉଲ୍ଲୁମ ହକ୍କାନିଆର ଏହି ପୂର୍ବତନ ଛାତ୍ର ମଂସୁରଙ୍କୁ ଏବେ ତାଲିବାନ ସରକାରରେ ଶକ୍ତି ଏବଂ ଜଳ ବିଭାଗ ଦିଆଯାଇଛି। ନଜୀବୁଲ୍ଲା ହକ୍କାନୀ ମଧ୍ୟ ଏହି ମଦ୍ରାସା (Madrasa) ରୁ ପାଠ ପଢ଼ିଛନ୍ତି। ତାଙ୍କୁ ସଞ୍ଚାର ବିଭାଗ ଦାୟିତ୍ୱ ଦିଆଯାଇଛି। ସେହିପରି ଏହି ମଦ୍ରାସାରୁ ପାଠ ପଢିଥିବା ମୌଲାନା ନୁର ମହମ୍ମଦ ସାକିବଙ୍କୁ ହଜ୍ ମନ୍ତ୍ରାଳୟ, ଅବଦୁଲ ହକିମଙ୍କୁ ନ୍ୟାୟ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ତାଲିବାନ ମୁଖପାତ୍ର ମହମ୍ମଦ ନଇମ୍ ମଧ୍ୟ ଦାରୁଲ ଉଲୁମ୍ ହକ୍କାନିଆରୁ ପାଠ ପଢ଼ିଛନ୍ତି ଏବଂ ସାଙ୍ଗରେ ସେ ଇଣ୍ଟରନ୍ୟାସନାଲ ଇସ୍ଲାମିକ ୟୁନିଭର୍ସିଟିରୁ ପିଏଚଡି କରିଛନ୍ତି। ତେବେ ମହମ୍ମଦ ନଇମଙ୍କୁ କ୍ୟାବିନେଟରେ ସାମିଲ କରାଯାଇନାହିଁ।

fallback

ତାଲିବାନ ଉପରେ ମଦ୍ରାସାର କେତେ ପ୍ରଭାବ ?

ଆଫଗାନ୍ ତାଲିବାନର ଅନ୍ତରୀଣ କ୍ୟାବିନେଟ (Taliban Cbinate) ରେ ଏବେ ଯାଏ ୫ରୁ ଅଧିକ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ଜାମିଆ ହକ୍କାନିଆରୁ ପାଠ ପଢ଼ିଛନ୍ତି। ଜମିୟତ ଉଲେମା-ଏ-ଇସ୍ଲାମ ନେତା ଏବଂ ମଦ୍ରାସାର ବରିଷ୍ଠ ପଦାଧିକାରୀ ମୌଲାନା ୟୁସୁଫ୍ ଶାହ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। କେବଳ ଆଫଗାନିସ୍ତାନ (Afghanistan) ନୁହେଁ, ବରଂ ପାକିସ୍ତାନରେ ମଧ୍ୟ ତାଙ୍କ ମଦ୍ରାସାରେ ପାଠ ପଢ଼ିଥିବା ଲୋକେ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ସଂସଦରେ ମଧ୍ୟରେ ରାଜନୈତିକ ଏବଂ ଧାର୍ମିକ ନେତାମାନେ ତାଙ୍କ ମଦ୍ରାସାରୁ ପଢ଼ିଥିବା ମୌଲାନା ୟୁସୁଫ କହିଛନ୍ତି।

Also Read: ଉତ୍ତର ପ୍ରଦେଶରେ ବିଜେପି ପାଇଁ ବଢ଼ିଲା ଅଡୁଆ, ସବୁ ସିଟରେ ନିର୍ବାଚନ ଲଢ଼ିବ ଶିବସେନା

ଜାମିଆ ଦାରୁଲ ଉଲ୍ଲୁମ ହକ୍କାନିଆର ଐତିହାସିକ ପୃଷ୍ଠଭୂମି

ଜମିୟତ ଉଲେମ-ଏ-ଇସ୍ଲାମର ପୂର୍ବତନ ପ୍ରମୁଖ ମୌଲାନା ସମି-ଉଲ୍-ହକ୍ ଯୋଗୁ ଏହି ମଦ୍ରାସା ଆହୁରି ଅଧିକ ପ୍ରସିଦ୍ଧ ହୋଇଛି। ଏହାର କାରଣ ଏହା ମଧ୍ୟ କି ମୌଲାନା
ସମି-ଉଲ୍-ହକଙ୍କୁ ଅନ୍ତରାଷ୍ଟ୍ରୀୟ ମିଡିଆରେ ତାଲିବାନର ଜନକ ମଧ୍ୟ କୁହାଯାଏ। ମୌଲାନା ସମି-ଉଲ୍ ହକଙ୍କୁ ୨୦୧୮ରେ ହତ୍ୟା କରାଯାଇଥିଲା। ଜାମିଆ ହକ୍କାନିଆ ମଦ୍ରାସାର ସ୍ଥାପନ ତାଙ୍କ ବାପା ଶୈଖ-ଉଲ୍-ହଦିସ୍ ମୌଲାନା ଅବଦୁଲ କରିଥିଲେ। ପାକିସ୍ତାନ ସ୍ୱାଧୀନ ହେବାର ଗୋଟିଏ ମାସ ପରେ ଅର୍ଥାତ୍, ସେପ୍ଟେମ୍ବର ୧୯୪୭ରେ ସ୍ଥାପନ କରିଥିଲେ। ଏହି ମଦ୍ରାସା ପେଶାୱରରୁ ଇସ୍ଲାମବାଦ ଯାଉଥିବା ଜିଟି ରୋଡରେ ଅକୋଡା ଖଟକରେ ଅବସ୍ଥିତ। ଅତୀତରେ ଆଫଗାନିସ୍ତାନରୁ ବଡ଼ ସଂଖ୍ୟାରେ ଲୋକମାନେ ଧାର୍ମିକ ଶିକ୍ଷା ଗ୍ରହଣ କରିବାକୁ ମଦ୍ରାସାକୁ ଆସିଥାନ୍ତି। ତେହେ ଏହା କୌଣସି ସାଧାରଣ ମଦ୍ରାସା ନୁହେଁ ।

 

 

 

 

 

 

 

;