Advertisement
Article Detail0/zeeodisha/odisha2675402

Flight Crash: ଆମେରିକାରେ ଆଉ ଏକ ଭୟଙ୍କର ବିମାନ ଦୁର୍ଘଟଣା, ଜଳିଗଲା ପୁରା ବିମାନ

ନୂଆଦିଲ୍ଲୀ: ଆମେରିକାରେ ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା ସମ୍ପର୍କିତ ଖବର ସାମ୍ନାକୁ ଆସିଛି। ପେନସିଲଭାନିଆରେ ଏକ ଛୋଟ ବିମାନ ପାର୍କିଂ ଅଞ୍ଚଳରେ ଧକ୍କା ହେବା ପରେ ସମ୍ପୂର୍ଣ୍ଣ ଜଳି ଯାଇଛି। ଭୟଙ୍କର ନିଆଁ ପ୍ରକୋପରେ ନିକଟସ୍ଥ ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା। ଦୁର୍ଘଟଣାର ଏହି ଭୟଙ୍କର ଶବ୍ଦ ଶୁଣିବା ମାତ୍ରେ ସ୍ଥାନୀୟ ଲୋକମାନେ ବାହାରକୁ ଚାଲି ଆସ

Flight Crash: ଆମେରିକାରେ ଆଉ ଏକ ଭୟଙ୍କର ବିମାନ ଦୁର୍ଘଟଣା, ଜଳିଗଲା ପୁରା ବିମାନ

Flight Crash: ନୂଆଦିଲ୍ଲୀ: ଆମେରିକାରେ ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା ସମ୍ପର୍କିତ ଖବର ସାମ୍ନାକୁ ଆସିଛି। ପେନସିଲଭାନିଆରେ ଏକ ଛୋଟ ବିମାନ ପାର୍କିଂ ଅଞ୍ଚଳରେ ଧକ୍କା ହେବା ପରେ ସମ୍ପୂର୍ଣ୍ଣ ଜଳି ଯାଇଛି। ଭୟଙ୍କର ନିଆଁ ପ୍ରକୋପରେ ନିକଟସ୍ଥ ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା। ଦୁର୍ଘଟଣାର ଏହି ଭୟଙ୍କର ଶବ୍ଦ ଶୁଣିବା ମାତ୍ରେ ସ୍ଥାନୀୟ ଲୋକମାନେ ବାହାରକୁ ଚାଲି ଆସିଥିଲେ। ଦୁର୍ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତଦନ୍ତ ପରେ ଜଣାପଡିଲା ଯେ ବିମାନରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଥିଲେ, କିନ୍ତୁ ସେମାନଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିପାରିନାହିଁ। କିନ୍ତୁ କୁହାଯାଉଛି ଯେ ବିମାନରେ ଥିବା ସମସ୍ତ ପାଞ୍ଚ ଜଣଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଛି। ଏକ ଘରର ପାର୍କିଂ ଅଞ୍ଚଳରେ ଘଟିଥିବା ବିମାନ ଦୁର୍ଘଟଣାର ଭୟଙ୍କର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବିଶାଳ ଏବଂ କଳା ଧୂଆଁ ଦେଖିବାକୁ ମିଳିଛି। 

 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିମାନ ଦୁର୍ଘଟଣାଟି ପେନସିଲଭାନିଆର ମାନହେମ୍ ଟାଉନସିପ୍, ଲାଙ୍କାଷ୍ଟର ବିମାନବନ୍ଦର ନିକଟରେ ଘଟିଛି। ଭାରତୀୟ ସମୟ ଅନୁସାରେ ମାର୍ଚ୍ଚ ୯ ତାରିଖ ଅପରାହ୍ନ ୩ଟା ୧୮ମିନିଟରେ ଘଟିଥିବା ଏହି ଦୁର୍ଘଟଣା ପରେ ରାଜପଥ ନମ୍ବର ୫୦୧ ବନ୍ଦ କରିଦିଆଯାଇଥିଲା। ବିମାନଟି ଜଳୁଥିବା ଦେଖିବାକୁ ଫେୟାରଭ୍ୟୁ ଡ୍ରାଇଭ ଏବଂ ମେଡୋଭ୍ୟୁ କୋର୍ଟରେ ଏକତ୍ରିତ ହୋଇଥିଲେ। ବିମାନର ପଛ ଭାଗ ସମେତ ଭଗ୍ନାବଶେଷ ପାର୍କିଂ ସ୍ଥାନରେ ପାର୍କିଂ ହୋଇଥିବା କାରଗୁଡ଼ିକ ମଧ୍ୟରେ ପଡ଼ିଥିଲା, ଯାହା ଫଳରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ମାନହାଇମ୍ ଟାଉନସିପ୍ ଅଗ୍ନିଶମ ମୁଖ୍ୟ ସ୍କଟ୍ ଲିଟିଲ୍ କହିଛନ୍ତି ଯେ ବିମାନଟି ଏକ ସିଙ୍ଗଲ୍-ଇଞ୍ଜିନ୍ ବିଚ୍କ୍ରାଫ୍ଟ ବୋନାଞ୍ଜା ଥିଲା ଯାହା ମାନହାଇମ୍ ଟାଉନସିପ୍‌ର ବ୍ରେଥ୍ରେନ୍ ଭିଲେଜ୍ ରିଟାୟାରମେଣ୍ଟ କମ୍ୟୁନିଟି ସେଣ୍ଟର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବିମାନର ଭଗ୍ନାବଶେଷ ନିଆଁ ଏବଂ କଳା ଧୂଆଁରେ ଘେରି ରହିଥିବା ଦେଖାଯାଇଛି। ଅଗ୍ନିଶମ ବାହିନୀ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। FAA ଦଳ ପ୍ରମାଣ ସଂଗ୍ରହ କରିଛି।

About the Author