• ବାତ୍ୟା ‘ଗୁଲାବ’ ପ୍ରଭାବରେ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ
  • ‘ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ମାଲକାନଗିରିରେ ବର୍ଷା ଜାରି ରହିଛି, 50 ରୁ 60 ଗଛ ଭାଙ୍ଗିଛି
  • କୋରାପୁଟର ସୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ
  • ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସମିଟ୍
  • ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦଳାଙ୍ଗରେ ଧସିଲା ଗେଙ୍ଗୁଟି ନଦୀର ବନ୍ଧ
  • ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌
  • ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ; ୨୭୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ
  • ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ

ହଜାର ବର୍ଷ ପରେ ଚୀନରେ ଭୟଙ୍କର ବର୍ଷା; ୧୨ ମୃତ, ୨ ଲକ୍ଷ ସ୍ଥାନାନ୍ତର

ଚୀନ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ହେନାନ (Henan Province) ର ପାଣିପାଗ ବିଭାଗ କହିଛି ଯେ, ପ୍ରାଦେଶିକ ରାଜଧାନୀ ଝେଙ୍ଗଝୋଉ (Zhengzhou) ରେ ମଙ୍ଗଳବାର ଅପରାହ୍ଣ ୪ରୁ ୫ଟା ମଧ୍ୟରେ ୨୦୧.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ହଜାର ବର୍ଷ ପରେ ଚୀନରେ ଭୟଙ୍କର ବର୍ଷା; ୧୨ ମୃତ, ୨ ଲକ୍ଷ ସ୍ଥାନାନ୍ତର
ପ୍ରତିକାତ୍ମକ ଫଟୋ

ବେଜିଂ: ଚୀନ୍‌ର କେନ୍ଦ୍ରୀୟ ହେନାନ ପ୍ରଦେଶରେ ବର୍ଷା ଓ ବନ୍ୟା ଯୋଗୁଁ ଦୁର୍ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ଦୁଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସହରର ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଗାଡିଗୁଡିକ ଭାସୁଥିବା ଦେଖିବାକୁ ମିଳିଛି। ଏଥିସହିତ ମେଟ୍ରୋ ଟନେଲରେ ପାଣି ଭର୍ତ୍ତି ହେତୁ ପୋଖରୀ ପରି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଚୀନ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ହେନାନ (Henan Province) ର ପାଣିପାଗ ବିଭାଗ କହିଛି ଯେ, ପ୍ରାଦେଶିକ ରାଜଧାନୀ ଝେଙ୍ଗଝୋଉ (Zhengzhou) ରେ ମଙ୍ଗଳବାର ଅପରାହ୍ଣ ୪ରୁ ୫ଟା ମଧ୍ୟରେ ୨୦୧.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାର ଝେଙ୍ଗଝୋଉ ସହରରେ ୨୪ ଘଣ୍ଟା ମଧ୍ୟରେ ହାରାହାରି ୪୫୭.୫ ମିଲିମିଟର ବର୍ଷା ହୋଇଛି। ପ୍ରାୟ ଏକ ହଜାର ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସହରରେ ଏତେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି।

Also Read: ୨୧ ନୁହେଁ ୨୩ ତାରିଖରେ ଘନୀଭୂତ ହେବ ଲଘୁଚାପ

ବନ୍ୟା ଜନିତ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ଦୁଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ହେତୁ ଅନେକ ସ୍ଥାନ ଜଳବନ୍ଦୀ ହୋଇ ରହିଥିବାରୁ ସହରରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ୮୦ରୁ ଅଧିକ ବସ୍ ସେବାକୁ ସ୍ଥଗିତ ରଖିବାକୁ ପଡିଛି। ଏହା ବ୍ୟତୀତ ୧୦୦ରୁ ଅଧିକ ରୁଟକୁ ଡାଇଭର୍ଟ କରାଯାଇଛି। ମେଟ୍ରୋ ସେବା ମଧ୍ୟ ସାମୟିକ ଭାବେ ସ୍ଥଗିତ ରହିଛି। ବର୍ଷା ଜଳ ମେଟ୍ରୋ ଟନେଲରେ ପ୍ରବେଶ କରିବାରୁ ଅନେକ ଯାତ୍ରୀ ଟ୍ରେନରେ ଫସି ରହିଥିଲେ। 

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଅଧିକାରୀ, ଅଗ୍ନିଶମ କର୍ମଚାରୀ ଏବଂ ଅନ୍ୟାନ୍ୟ ସ୍ଥାନୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମେଟ୍ରୋରେ ଜଳ ହ୍ରାସ ପାଉଛି ଏବଂ ଯାତ୍ରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷିତ ଅଛନ୍ତି। ଝେଙ୍ଗଝୋଉ ରେଳ ଷ୍ଟେସନରେ ୧୬୦ରୁ ଅଧିକ ଟ୍ରେନ୍ ଅଟକି ରହିଥିଲା। କେବଳ ଏତିକି ନୁହେଁ, ଖରାପ ପାଗ ଯୋଗୁଁ ଝେଙ୍ଗଝୋଉ ବିମାନ ବନ୍ଦରରେ ସହରକୁ ଏବଂ ସହରରୁ ବାହାରକୁ ଯାଉଥିବା ୨୬୦ଟି ବିମାନ ବାତିଲ କରାଯାଇଛି।

Also Read: ଭୁବନେଶ୍ୱରରେ ଭାଙ୍ଗିବ ବିଶ୍ୱ ରେକର୍ଡ, ନୂଆ କୀର୍ତ୍ତିମାନ ପାଇଁ ପ୍ରସ୍ତୁତ କର୍ମବୀର
 

ବାତ୍ୟା ଦ୍ୱାରା ପ୍ରଭାବିତ ସହରର କେତେକ ସ୍ଥାନରେ ବିଦ୍ୟୁତ୍ ଏବଂ ପାନୀୟ ଜଳ ସେବା ମଧ୍ୟ ବନ୍ଦ ରହିଛି। ହେନାନ ପ୍ରାଦେଶିକ ଏବଂ ଝେଙ୍ଗଝୋଉ ମ୍ୟୁନିସିପାଲିଟି ବ୍ୟୁରୋ ଅଫ୍ ମେଟେରୋଲୋଜି ବିପର୍ଯ୍ୟୟ ପାଇଁ ଜରୁରୀକାଳୀନ ପରିସ୍ଥିତିର ସ୍ତରକୁ ବୃଦ୍ଧି କରିଛି। ବୁଧବାର ରାତି ପର୍ଯ୍ୟନ୍ତ ହେନାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।