Advertisement
Article Detail0/zeeodisha/odisha871646

ନିର୍ମଳା ସୀତାରମଣଙ୍କ ବୟାନକୁ ନେଇ Social Mediaରେ ଝଡ

ସୋମବାର ଟ୍ୱିଟରରେ #FMResign ଓ #BoycuttPrivatization ଟ୍ରେଣ୍ଟ କରୁଥିଲା। ଏହି ୨ଟି ହ୍ୟାସଟ୍ୟାଗ ସହିତ ନାନା ପ୍ରକାରର ମିମସ୍ ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ସାକ୍ଷାତକାରର ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହେଉଥିଲା।

ସୌ- ସୋସିଆଲ ମିଡିଆ
ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପ୍ରାୟତଃ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନକୁ ନେଇ ଚର୍ଚ୍ଚା ହୁଏ। ଅନେକ ସମୟରେ ସେ ତାଙ୍କ ବୟାନ ପାଇଁ ବିବାଦ ଘେରକୁ ମଧ୍ୟ ଟାଣି ହୁଅନ୍ତି। ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ୟୁଜର୍ସ ଟ୍ରୋଲ କରିବା ସହ ଇସ୍ତଫା ମାଗନ୍ତି। ଠିକ୍ ସେହିଭଳି ଦୃଶ୍ୟ ସୋମବାର ଟ୍ୱିଟରରେ ଦେଖିବାକୁ ମିଳିଛି। ସକାଳେ ଟ୍ରେଣ୍ଡିଂ ଲିଷ୍ଟର ଶୀର୍ଷରେ #FMResign ଥିଲା। ତେବେ କାହିଁକି ଏଭିଳି ସ୍ଥିତି ଆସିଲା?

ସୋମବାର ଟ୍ୱିଟରରେ #FMResign ଓ #BoycuttPrivatization ଟ୍ରେଣ୍ଡ କରୁଥିଲା। ଏହି ୨ଟି ହ୍ୟାସଟ୍ୟାଗ ସହିତ ନାନା ପ୍ରକାରର ମିମସ୍ ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ସାକ୍ଷାତକାରର ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହେଉଥିଲା। ତେବେ ସେହି ଭିଡିଓକୁ ଦେଖିଲେ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ମାଗିବାର କାରଣ ଜଣାପଡୁଛି। ତେବେ ସେହି ଭିଡିଓରେ କଣ କହିଥିଲେ ନିର୍ମଳା, ଯେଉଁଥିପାଇଁ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିଲା। ଏପରିକି ମଉକା ଖୋଜୁଥିବା କଂଗ୍ରେସ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଥିଲା।

Also Read: ସରକାରୀ କମ୍ପାନୀ ପରେ କୃଷିକ୍ଷେତ୍ରରେ ହେବ ଘରୋଇକରଣ: ପିଏମ ମୋଦି

Add Zee News as a Preferred Source

କିଛି ଦିନ ପୂର୍ବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲା। ଯେଉଁଥିରେ ଉପସ୍ଥାପକ ଜଣକ ମନ୍ତ୍ରୀ (Union Finance Minister)
 ଙ୍କୁ ସରକାରୀ ସଂସ୍ଥାର ଘରୋଇକରଣ ଉପରେ ପ୍ରଶ୍ନ ପଚାରିଥିଲେ। ଆଉ ଏହି ପ୍ରଶ୍ନର ଉତ୍ତରରେ ନିର୍ମଳା ସୀତାରମଣଙ୍କ ଜିଭ ଖସିଗଲା ଓ ସେ ବୋଧେ କହୁକହୁ ସତ କହିଦେଲେ। ସେ କହିଥିଲେ ଯେ, ଆମେ ବ୍ୟବସାୟ ପାଇଁ ସରକାରୀ ସଂସ୍ଥା ଗୁଡିକୁ ବିକ୍ରି କରୁଛୁ, କାରଣ ମୁଁ ସେଗୁଡିକୁ କୁଶଳତା ସହ ଚଲେଇ ପାରୁନାହିଁ।

ନିର୍ମଳାଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ  #FMResign ଓ #BoycuttPrivatizationର ବର୍ଷା ହୋଇଥିଲା। ଲୋକେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ପ୍ରକାରେ କଟାକ୍ଷ କରିଥିଲେ ଏଥିରେ କଂଗ୍ରେସ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏପରିକି ଦେଶ ଚଲାଇ ନ ପାରିଲେ, ଦେଶ ବିକ୍ରି କରିଦେବ ବୋଲି ଜଣେ ୟୁଜର୍ସ କହିଥିଲେ। ଅନ୍ୟଜଣେ କହିଥିଲେ, 'ମହାଶୟା ଆପଣ ସରକାରୀ ସଂସ୍ଥା ଚଲାଇ ପାରୁ ନାହାନ୍ତି ତେବେ ଦେଶର ଅର୍ଥନୀତି କିପରି ଚଲାଇବେ? ତେଣୁ ଆପଣ ଇସ୍ତଫା ଦେଇଦେବା ଭଲ।' ପ୍ରକୃତରେ ଉପସ୍ଥାପକ ଜଣକ ବ୍ୟାଙ୍କ ଓ LICର ଘରୋଇକରଣ ଉପରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରୁଥିଲେ। 

Also Read: LIC ର ଅଂଶ ବିକ୍ରି କରୁଛନ୍ତି ମୋଦି ସରକାର, ଜାଣନ୍ତୁ ପଲିସି ଧାରକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?

ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ପହିଲାରେ ମଧ୍ୟ ସୋସିଆଲ ମିଡିଆରେ ଠିକ ଏହିଭଳି ଭାବେ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଥିଲା। ସେତେବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଦେଶର GDP ହ୍ରାସକୁ Act of God ବୋଲି କହିଥିଲେ। ଯାହାର ଅର୍ଥ ଦେଶର ବିକାଶ ହାର ମାଇନସ ୨୩କୁ ଖସିବା ଇଶ୍ୱର କୃତ୍ୟ ଥିଲା। କେବଳ ଏତିକି ନୁହେଁ, ପିଆଜ ଦର ବୃଦ୍ଧିକୁ ନେଇ ସଂସଦରେ ପ୍ରଶ୍ନ କରିବାରୁ 'ମୁଁ ପିଆଜ, ରସୁଣ ଖାଏ ନାହିଁ' ବୋଲି ନିର୍ମଳା କହିଥିଲେ। ଏପରିକି ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ, ଗାଡି ବିକ୍ରି ହ୍ରାସ ପାଇଁ OLA ଓ UBERକୁ ଦୋଷ ଦେଇଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଜସ୍ୱ ପାଇଁ AirIndia, ରେଳସେବା, ଏକାଧିକ ବିମାନ ବନ୍ଦର ଓ ବନ୍ଦର, BPCL, ଷ୍ଟିଲ୍ ପ୍ଲାଣ୍ଟ ପରି ଅନେକ ସରକାରୀ ସଂସ୍ଥାର ଘରୋଇକରଣ (Privatization) କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୧୦ରୁ ଊର୍ଦ୍ଧ୍ୱ ସରକାରୀ ବ୍ୟାଙ୍କର ମିଶ୍ରଣ ହୋଇଥିବା ବେଳେ ଆଗକୁ ୨ଟି ବ୍ୟାଙ୍କ ବିକ୍ରି କରାଯିବ ବୋଲି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆଉ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଗତ ଦିନରେ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଆନ୍ଦୋଳନ କରିଥିଲେ।

 

About the Author