ଭାରତରେ ଜମିବ ଆଉଟଡୋର ସ୍ପର୍ଟର ମାହୋଲ। ୭ ମାସ ପରେ ଗ୍ରାଉଣ୍ଡକୁ ଫେରିବ ଫୁଟବଲ। କୋରୋନା କଟକଣା ସହ ଆୟୋଜନ ହେବ ଘରୋଇ ଟୁର୍ଣ୍ଣାମେଣ୍ଟ।
Trending Photos
)
ନୂଆଦିଲ୍ଲୀ: ୭ ମାସ ପରେ ପୁଣି ଦେଶର ଗ୍ରାଉଣ୍ଡରେ ଗଡିବ ଫୁଟବଲ। ଆରମ୍ଭ ହେବ ଚଳିତ ବର୍ଷର ଫୁଟବଲ ସିଜିନ। ତେବେ କରୋନା କଟକଣା ଭିତରେ ଟୁଣ୍ଣାମେଣ୍ଟ ଆୟୋଜନ କରିବାକୁ ସର୍ବଭାତୀୟ ଫୁଟବଲ ମହାସଙ୍ଘ (ଏଆଇଏଫଏଫ) ଗ୍ରୀନ ସିଗନାଲ ଦେଇଛି।
ମହାମାରୀ ପାଇଁ ଅନ୍ୟ କ୍ରୀଡା ପରି ଫୁଟବଲ ବି ଶୀଥିଳ ପଡିଥିଲା। କିନ୍ତୁ ଏଥିରେ ଜୀବନ ଭରଛି ଏଆଇଏଫ୍ଏଫ୍। ମହାସଙ୍ଘର ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲଙ୍କ କହିବାନୁସାରେ, ବିଶ୍ୱର ବିଭିନ୍ନ ସ୍ଥାନରେ କୋରୋନା କଟକଣା ଭିତରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରୁଛି। ଏହା ଭାରତରେ ବି ସମ୍ଭବ ଓ ତାକୁ ପ୍ରୟୋଗ କରିବା ଆବଶ୍ୟକ।
'ଇଣ୍ଡିଆନ ଫୁଟବଲ, ଫରୱାର୍ଡ ଟୁଗେଦର' ଲକ୍ଷ୍ୟ ରଖି ଏଆଇଏଫ୍ଏଫ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଇଣ୍ଡିଆନ ସୁପର ଲିଗ୍(ଆଇଏସ୍ଏଲ୍) ଏହାର ପ୍ରଥମ ଇଭେଣ୍ଟ ହେବ। ଗୋଆରେ ଅକ୍ଟୋବର ୨୦ରେ ଚଳିତବର୍ଷରେ ଆଇଏସ୍ଏଲ୍ ଆୟୋଜନ ହେବ। ଏଥିପାଇଁ ଯୋରସୋରରେ କାମ ବି ଆରମ୍ଭ ହୋଇଯାଇଛି।
ଦେଶରେ ଘରୋଇ ଫୁଟବଲ ଆରମ୍ଭ ପାଇଁ ବିଭିନ୍ନ ହିତାଧିକାରୀ ନିରନ୍ତର ପ୍ରଚେଷ୍ଠା ଚଳାଇଛନ୍ତି। ତୂଣମୂଳଠୁ ଆରମ୍ଭ କରି ଜାତୀୟ ସ୍ତର ଯାଏ ପ୍ରକ୍ରିୟା ଚାଲିଛି। ଦେଶରେ ଫୁଟବଲର ଉନ୍ନତି ପାଇଁ ଏଆଇଏଫ୍ଏଫ୍ ପ୍ରତିଜ୍ଞାବଦ୍ଧ। ଯଦି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୁଏ ତେବେ ଅନେକ ପ୍ରତିଭାଙ୍କୁ ସୁଯୋଗ ମିଳିବ ବୋଲି ମହାସଙ୍ଘର ସମ୍ପାଦକ କୁଶଲ ନାୟକ କହିଛନ୍ତି।