ଯୁଦ୍ଧାଭ୍ୟାସରେ ରାଫାଲ, ସୁଖୋଇ ସମେତ ଅନେକ ଭାରତୀୟ ଯୁଦ୍ଧ ବିମାନ ସାମିଲ ହୋଇଛି । UAEର ଅଲ-ଦାଫର ଏୟାରବେସରେ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୁଦ୍ଧାଭ୍ୟାସ ଜାରି ରହିବ ।
Trending Photos
)
ପ୍ରକାଶ ରଞ୍ଜନ ପରିଡ଼ା,ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ବାୟୁସେନା ୟୁନାଇଟେଡ ଆରବ ଏମିରେଟରେ ଆମେରିକା ଓ ଫ୍ରାନ୍ସ ବାୟୁସେନା ସହ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଭାରତୀୟ ବାୟୁସେନା ପ୍ରଥମ ଥର ପାଇଁ UAEରେ ହେଉଥିବା ଡେଜର୍ଟ ଫ୍ଲାଗ ଯୁଦ୍ଧାଭ୍ୟାସରେ ଅଂଶ ଗ୍ରହଣ କରିଛି । ଯୁଦ୍ଧାଭ୍ୟାସରେ ରାଫାଲ, ସୁଖୋଇ ସମେତ ଅନେକ ଭାରତୀୟ ଯୁଦ୍ଧ ବିମାନ ସାମିଲ ହୋଇଛି । UAEର ଅଲ-ଦାଫର ଏୟାରବେସରେ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୁଦ୍ଧାଭ୍ୟାସ ଜାରି ରହିବ ।
ଭାରତୀୟ ବାୟୁସେନା ବ୍ୟତୀତ ଡେଜାର୍ଟ ଫ୍ଲାଗର ଷଷ୍ଠ ପର୍ଯ୍ୟାୟରେ UAE ସହିତ ଆମେରିକା, ଫ୍ରାନ୍ସ, ଆଉଦି ଆରବ, ଦକ୍ଷିଣ କୋରିଆ ଓ ବହରୀନର ବାୟୁସେନା ପରାକ୍ରମ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଭାରତୀୟ ବାୟୁସେନାର ୬ଟି ସୁଖୋଇ ଫାଇଟର ଜେଟ, ୨ଟି C-17 ଗ୍ଲୋବାଲ ମାଷ୍ଟର, ଗୋଟିଏ IL-78 ଟ୍ୟାଙ୍କର ସହ ମୋଟ ୧୫୦ ଜଣ ବାୟୁସେନା ସାମିଲ ହୋଇଛନ୍ତି ।ବାୟୁସେନାର ସୁଖୋଇ ଫାଇଟର ଜେଟ ଲମ୍ବା ଉଡାଣ ପରେ UAEର ଅଲ-ଦାଫର ଏୟାର ବେସରେ ପହଞ୍ଚିଛି । ଏହାସହିତ ଯାତ୍ରାକାଳରେ IL-78 ଟ୍ୟାଙ୍କର ଜରିଆରେ ଆକାଶ ମାର୍ଗରେ ହିଁ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇଥିଲା ।

Also Read: ବର୍ଷେ ପରେ ରିଙ୍ଗରେ ମେରି; ବିଦେଶରୁ ଆସିଲା ଡବଲ୍ ଖୁସି ଖବର
ଚଳିତ ଡେଜାର୍ଟ ଫ୍ଲାଗ୍ ଏକ୍ସରସାଇଜରେ ଭାରତ ସମେତ ୧୦ଟି ଦେଶ ଅଂଶ ଗ୍ରହଣ କରିଛନ୍ତି । ଗ୍ରୀସ, ଜର୍ଡନ, କୁଏତ, ଇଜିପ୍ଟ ଏହି ଯୁଦ୍ଧାଭ୍ୟାସରେ ପର୍ଯ୍ୟବେକ୍ଷଣ ଦାୟିତ୍ୱରେ ରହିଛନ୍ତି । ଯୁଦ୍ଧାଭ୍ୟାସରେ ବିଭିନ୍ନ ଦେଶର ଅସ୍ତ୍ର ଓ ବିମାନ ପରାକ୍ରମ ପ୍ରଦର୍ଶନ କରିବାକୁ ଯାଉଛନ୍ତି । କିଛି ଦିନ ପୂର୍ବରୁ ଭାରତୀୟ ବାୟୁସେନା ଯୋଧପୁରରେ ଫ୍ରାନ୍ସ ସହ ଡେଜାର୍ଟ ନାଇଟ ୨୦୨୧ ନାମରେ ମିଳିତ ଯୁଦ୍ଧାଭ୍ୟାସ କରିଥିଲା । UAEରେ ହେଉଥିବା ଯୁଦ୍ଧାଭ୍ୟାସ ଜରିଆରେ ଭାରତକୁ ସିମ୍ୟୁଲେଟେଡ ଏୟାର- କାମ୍ବେଟରେ ଅପରେସନାଲ-ଏକ୍ସପୋଜରର ବଡ଼ ସୁଯୋଗ ମିଳିବ ।
Also Read: Corona Virus: ଆଉ ଲୋଡା ନାହିଁ Mask
ଫ୍ରାନ୍ସରୁ ୪ ରାଫାଲ ଯୁଦ୍ଧ ବିମାନ ଆସିବା ସମୟରେ UAEର ଏୟାରବେସରେ ୩୩୦ ଏୟାର ରିଫ୍ୟୁଲର ସାହାଯ୍ୟରେ ଆକାଶମାର୍ଗରେ ଇନ୍ଧନ ଭରାଯାଇଥିଲା । ଏହାପରେ ଭାରତରେ ପହଞ୍ଚିଥିଲା ରାଫାଲ ବିମାନ । ଭାରତ ଗତ ଗୋଟିଏ ଦଶକ ମଧ୍ୟରେ ଦୁଇଟି ବଡ଼ ମଲ୍ଟି ନ୍ୟାସନାଲ ଏକ୍ସରସାଇଜରେ ଅଂଶଗ୍ରହଣ କରିଛି । ଅଷ୍ଟ୍ରେଲିଆରେ ୨୦୧୮ରେ ଆୟୋଜିତ ପିଚ-ବ୍ଲେକ ଓ ୨୦୧୬ରେ ଆମେରିକାରେ ରେଡ-ଫ୍ଲେଗ ଏକ୍ସରସାଇଜରେ ସାମିଲ ହୋଇଥିଲା ।
Also Read: CoWIN 2.0 App: ବଦଳିଛି ନିୟମ, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ
୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ UAE ଓ ସାଉଦି ଆରବ ସହ ଭାରତର ସମ୍ପର୍କ ଦୃଢ଼ ହୋଇଛି । ନରେନ୍ଦ୍ର ମୋଦି ଭାରତର ଏକମାତ୍ର ନେତା, ଯାହାଙ୍କୁ ସାଉଦି ଆରବର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି । ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ବ୍ୟାବସାୟିକ କାରବାର ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି ।