Advertisement
Article Detail0/zeeodisha/odisha699032
Zee OdishaOdisha National-Internationalସୁପ୍ରିମକୋର୍ଟ ପହଞ୍ଚିଲେ ତବଲିଗି ଜମାତ ସହ ଜଡ଼ିତ ବିଦେଶୀ ନାଗରିକ

ସୁପ୍ରିମକୋର୍ଟ ପହଞ୍ଚିଲେ ତବଲିଗି ଜମାତ ସହ ଜଡ଼ିତ ବିଦେଶୀ ନାଗରିକ

ବାସ୍ତବରେ ଏପ୍ରିଲ ୨ରେ ପ୍ରେସ ସୂଚନା ବ୍ୟୁରୋ(ପିଆଇବି) ତରଫରୁ କୁହାଯାଇଥିଲା ଯେ, ଭାରତରେ ଉପସ୍ଥିତ ଥିବା ୩୫ଟି ଦେଶରୁ ୯୬୦ଜଣ ବିଦେଶୀଙ୍କୁ କଳା ତାଲିକାଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ତଥା ଦିଲ୍ଲୀ ପୋଲିସ କମିଶନରଙ୍କୁ ଏହିପରି ବିଦେଶୀ ନାଗରିକଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁପ୍ରିମକୋର୍ଟ ପହଞ୍ଚିଲେ ତବଲିଗି ଜମାତ ସହ ଜଡ଼ିତ ବିଦେଶୀ ନାଗରିକ

ନୂଆଦିଲ୍ଲୀ: ତବଲିଗି ଜମାତ ସହିତ ଜଡିତ ବିଦେଶୀ ନାଗରିକମାନେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ବିଭିନ୍ନ ଦେଶର ବିଦେଶୀଙ୍କୁ ବ୍ଲାକଲିଷ୍ଟ କରିବା ପାଇଁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ୭ ଜଣ ବିଦେଶୀ ନାଗରିକ ଗୃହ ମନ୍ତ୍ରଣାଳୟର ଏହି ପଦକ୍ଷେପକୁ ଅସାମ୍ବିଧାନିକ ବୋଲି ଚ୍ୟାଲେଞ୍ଜ କରିଛନ୍ତି । ଏହି ଆବେଦନରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅସାମ୍ବିଧାନିକ । କାରଣ କଳା ତାଲିକାଭୁକ୍ତ କରିବା ପୂର୍ବରୁ ସେମାନଙ୍କୁ ନୋଟିସ ଦିଆଯାଇ ନାହିଁ କିମ୍ବା ସେମାନଙ୍କ ପକ୍ଷ ଶୁଣାଯାଇ ନାହିଁ ।

ବାସ୍ତବରେ ଏପ୍ରିଲ ୨ରେ ପ୍ରେସ ସୂଚନା ବ୍ୟୁରୋ(ପିଆଇବି) ତରଫରୁ କୁହାଯାଇଥିଲା ଯେ, ଭାରତରେ ଉପସ୍ଥିତ ଥିବା ୩୫ଟି ଦେଶର ୯୬୦ଜଣ ବିଦେଶୀଙ୍କୁ କଳା ତାଲିକାଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ତଥା ଦିଲ୍ଲୀ ପୋଲିସ କମିଶନରଙ୍କୁ ଏହିପରି ବିଦେଶୀ ନାଗରିକଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ, ଏହି ନିଷ୍ପତ୍ତି ପରେ ଏପ୍ରିଲ ୪ରେ ସରକାର ଭାରତରେ ଉପସ୍ଥିତ ୨୫୦୦ ବିଦେଶୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଭାରତ ଯାତ୍ରା କରିବା ପାଇଁ କଳା ତାଲିକାଭୁକ୍ତ କରିଥିଲେ । କିନ୍ତୁ ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ । ଏହି ନିଷ୍ପତ୍ତିକୁ ବାତିଲ କରିବାକୁ ଆବେଦନ କରିଛନ୍ତି ।

Add Zee News as a Preferred Source

ଆବେଦନକାରୀଙ୍କ ମଧ୍ୟରେ ଥାଇଲ୍ୟାଣ୍ଡର ୨ ଜଣ ନାଗରିକ ଅଛନ୍ତି । କେନିଆ, ମାଲେ, ମୋରକ୍କୋ, ଟ୍ୟୁନିସିଆ ଏବଂ ମାଲେସିଆର ଜଣେ-ଜଣେ ନାଗରିକ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସାତ ମାସର ଗର୍ଭବତୀ ଅଛନ୍ତି ।

About the Author