ଆଇପିଏଲକୁ ବିରୋଧ କଲେ ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ

 "ଟି-20 ବିଶ୍ୱକପକୁ  ନିଶ୍ଚିତ ଭାବେ ଗୁରୁତ୍ୱ ଦେବା ଆବଶ୍ୟକ । ଘରୋଇ ବୋର୍ଡ (କ୍ରିକେଟ୍ ଅଷ୍ଟ୍ରେଲିଆ) ସେମାନଙ୍କ ଖେଳାଳିଙ୍କୁ ଆଇପିଏଲ୍ ଖେଳିବାରେ ବାରଣ କରିବା ଉଚିତ ।"

ଆଇପିଏଲକୁ ବିରୋଧ କଲେ ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏଲେନ୍ ବର୍ଡର କହିଛନ୍ତି ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ହେଉଛି କେବଳ ଟଙ୍କା ଆୟ କରିବାର ଏକ ମାଧ୍ୟମ ଏବଂ ଚଳିତ ବର୍ଷର ଟି-20 ବିଶ୍ୱକପ ଅପେକ୍ଷା ଏହାକୁ ଗୁରୁତ୍ୱ ଦେବାର ଅନୁମତି ଦିଆଯାଇ ପାରିବ ନାହିଁ । କଳ୍ପନାଜଳ୍ପନା ଚାଲିଛି ଯେ ଯଦି ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ ସ୍ଥଗିତ ରଖାଯାଏ । ତେବେ କୋଭିଡ-19 ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଆଇପିଏଲର ୧୩ ତମ ସଂସ୍କରଣ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହୋଇପାରେ । ABCର 'ଗ୍ରାଣ୍ଡଷ୍ଟାଣ୍ଡ କ୍ୟାଫେ ରେଡିଓ' କାର୍ଯ୍ୟକ୍ରମରେ ବର୍ଡର କହିଛି ଯେ, "ମୁଁ ଏଥିରେ ଖୁସି ନୁହେଁ । ସ୍ଥାନୀୟ ଟୁର୍ଣ୍ଣାମେଣ୍ଟ ଅପେକ୍ଷା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟକୁ ଗୁରୁତ୍ୱ ଦିଆଯିବା ଉଚିତ । ତେଣୁ ଯଦି ବିଶ୍ୱକପ ଟି-20 ଅନୁଷ୍ଠିତ ହୋଇପାରିବ ନାହିଁ ତେବେ ମୁଁ ଭାବୁନାହିଁ ଯେ ଆଇପିଏଲ ଅନୁଷ୍ଠିତ ହୋଇପାରେ । ମୁଁ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବି । ଏହା କେବଳ ଟଙ୍କା ରୋଜଗାରର ଏକ ଧନ୍ଦା, କଣ ଏପରି ନୁହେଁ କି?"

ସେ ଆହୁରି କହିଛନ୍ତି ଯେ, ଟି-20 ବିଶ୍ୱକପକୁ  ନିଶ୍ଚିତ ଭାବେ ଗୁରୁତ୍ୱ ଦେବା ଆବଶ୍ୟକ । ଘରୋଇ ବୋର୍ଡ (କ୍ରିକେଟ୍ ଅଷ୍ଟ୍ରେଲିଆ) ସେମାନଙ୍କ ଖେଳାଳିଙ୍କୁ ଆଇପିଏଲ୍ ଖେଳିବାରେ ବାରଣ କରିବା ଉଚିତ । ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ହେଉଛନ୍ତି ଅଣ-ଭାରତୀୟ ଖେଳାଳି ଯିଏକି ଆଇପିଏଲରେ ସର୍ବାଧିକ ୧୫.୫୦ କୋଟି ଟଙ୍କା ରୋଜଗାର କରିଛନ୍ତି । ଗ୍ଲେନ୍ ମ୍ୟାକ୍ସୱେଲ ଓ ଡେଭିଡ ୱାର୍ନରଙ୍କ ମଧ୍ୟ ସେମାନଙ୍କର ଫ୍ରାଞ୍ଚାଇଜି ସହିତ ଲାଭଜନକ ଚୁକ୍ତିନାମା ରହିଛି ।

ବର୍ଡର ଜାଣନ୍ତି ଯେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ବହୁ ଦବଦବା ରହିଛି । କାରଣ ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ)କୁ ରାଜସ୍ୱରେ ସର୍ବାଧିକ ଯୋଗଦାନ ଭାରତ ତରଫରୁ ମିଳିଥାଏ । ସେ କହିଛନ୍ତି ଯେ, ଯଦି ଆଇପିଏଲକୁ ଟି-20 ବିଶ୍ୱକପ ପରି ଗୁରୁତ୍ୱ ଦିଆଯାଏ ତେବେ ଏହା ଭୁଲ ରାସ୍ତାରେ ଯାଉଛି । ଏହା ଦ୍ୱାରା ସମସ୍ତ ରାସ୍ତା ବନ୍ଦ ହୋଇଯିବ । ଆପଣ ଜାଣନ୍ତି, ଭାରତ ଖେଳକୁ ଚଳାଉଛି । ସେମାନେ ବର୍ତ୍ତମାନ ଏହାର ଅତି ନିକଟତର ରହିଛି କିନ୍ତୁ ଯଦି ଆପଣ ଅନ୍ତର୍ଜାତୀୟ (କ୍ରିକେଟ୍) ଆୟର ୮୦ ପ୍ରତିଶତ ପାଇଁ ଦାୟୀ, ତେବେ ଯାହା ମଧ୍ୟ ହେବ । ତେବେ ସେଥିରେ ଆପଣଙ୍କ କଥା ଶୁଣାଯିବ, ମୁଁ ଏହା ଜାଣେ ।