)
ନୂଆଦିଲ୍ଲୀ: ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିହାର ରାଜନୀତିରେ ଏବେ ଉଷ୍ମତା ଧୀରେଧୀରେ ବୃଦ୍ଧି ପାଇଛି। ତେବେ ନିର୍ବାଚନକୁ ନେଇ ଆସିଥିବା ସଦ୍ୟ ଖବର ଅନୁଯାୟୀ ଆଜି ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନୀତିଶ କୁମାରଙ୍କ ନେତୃତ୍ୱାଧିନ ଜେଡ଼ିୟୁରେ ସାମିଲ ହୋଇ ପାରନ୍ତି। ଆଜି ମୁଖ୍ୟମନ୍ତ୍ରୀ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଦଳୀୟ କାର୍ଯ୍ୟାଳୟକୁ ଡକାଇଥିବା ସୂଚନା ରହିଛି।
ଏଠାରେ କହି ରଖୁଛୁ ଯେ, ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନିକଟରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ସେ ରାଜନୀତିରେ ପାଦ ଥାପିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକିବା ପରେ ଏହି ଆଲୋଚନାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ତେବେ ଦଳ ତାଙ୍କୁ କେଉଁ ଆସନ ପାଇଁ ପ୍ରାର୍ଥୀ କରିବା ତାହା ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଗୁପ୍ତେଶ୍ୱର ବାଲ୍ମିକୀନଗର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି। ଦଳ ତାଙ୍କୁ ବାଲ୍ମୀକି ନଗର ଉପନିର୍ବାଚନ ପାଇଁ ସାଂସଦ ପ୍ରାର୍ଥୀ କରିପାରେ।
ତେବେ ତାଙ୍କୁ ବକସର ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ତାଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିପାରେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ତାଙ୍କର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେବା ପରେ ବିହାର ରାଜନୀତିରେ ମୋଡ଼ ଆସିଛି। ତେବେ ଆସନ୍ତା କିଛି ଦିନ ମଧ୍ୟରେ ଗୁପ୍ତେଶ୍ୱରଙ୍କ ପ୍ରାର୍ଥିତ୍ୱକୁ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ।