• ଭୁବନେଶ୍ବରରେ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ ପାଇଁ MoU ସ୍ବାକ୍ଷରିତ
  • ବାଗ୍‌ଚୀ ଦମ୍ପତିଙ୍କ ଦାନ ଅନେକଙ୍କୁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ
  • ହସ୍ପିଟାଲ ଓ ପ୍ରଯତ୍ନ କେନ୍ଦ୍ର ପାଇଁ ୩୪୦ କୋଟି ଦେଇଛନ୍ତି ବାଗ୍‌ଚୀ ଦମ୍ପତି
  • ଶନିବାର ଓ ରବିବାର ବନ୍ଦ ରହିବ ଧର୍ମଗଡ଼ ସହରର ସବୁ ଦୋକାନ
  • ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ
  • କୋରୋନାରେ ଆକ୍ରାନ୍ତ ଥିଲେ ଅଜିତ ମଙ୍ଗରାଜ
  • ଅଜିତ ମଙ୍ଗରାଜ ମଙ୍ଗାରାଜଙ୍କ ଦେହାନ୍ତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
  • ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • IPL2021: ହାଇଦ୍ରାବାଦ ହାତରୁ ବେଙ୍ଗାଲୁରୁ ଛଡାଇ ଆଣିଲେ ମ୍ୟାଚ
  • ୬ ରନରେ ବିଜୟୀ ହେଲା ଆରସିବି

ମାଜିଷ୍ଟ୍ରେଟଙ୍କୁ ଲାଞ୍ଚ ପଡିଲା ମହଙ୍ଗା; ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କୁ ୩ ବର୍ଷ ଜେଲ୍

ସେ କାଳକୋଠରୀରେ ସମୟ ବିତାଇବେ ନାହିଁ। ସାର୍କୋଜିଙ୍କ ଦୁଇ ବର୍ଷ ଦଣ୍ଡାଦେଶକୁ କୋର୍ଟ ନିଲମ୍ବନ କରିଥିବା ବେଳେ ତାଙ୍କୁ କେବଳ ବର୍ଷେ ଇଲେକ୍ଟ୍ରୋନିକ୍ ଟ୍ୟାଗ୍ ସହିତ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାଜିଷ୍ଟ୍ରେଟଙ୍କୁ ଲାଞ୍ଚ ପଡିଲା ମହଙ୍ଗା; ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କୁ ୩ ବର୍ଷ ଜେଲ୍
ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜି

ନୂଆଦିଲ୍ଲୀ: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜିଙ୍କୁ ୩ ବର୍ଷ ଜେଲ୍। ଦୁର୍ନୀତି ଏବଂ ପ୍ରଭାବ ପକାଇବା ଦୋଷରେ ଆଜି ତାଙ୍କୁ ଫ୍ରାନ୍ସର ଏକ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ନିଜ ବିରୁଦ୍ଧରେ ଥିବା ଅପରାଧିକ ମାମଲାର ତଥ୍ୟ ପାଇଁ ସାର୍କୋଜି ମାଜିଷ୍ଟ୍ରେଟଙ୍କୁ ଲାଞ୍ଚ ଯାଚିଥିବା ଅଭିଯୋଗ ହୋଇଥିଲା।

BBCର ରିପୋର୍ଟ ଅନୁସାରେ, ୬୬ ବର୍ଷୀୟ ନିକୋଲାସ ସାର୍କୋଜି (Nicolas Sarkozy) ହେଉଛନ୍ତି ଫ୍ରାନ୍ସର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏ ଜେଲ ଯିବେ। ସାର୍କୋଜିଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। କିନ୍ତୁ ସେ କାଳକୋଠରୀରେ ସମୟ ବିତାଇବେ ନାହିଁ। ସାର୍କୋଜିଙ୍କ ଦୁଇ ବର୍ଷ ଦଣ୍ଡାଦେଶକୁ କୋର୍ଟ ନିଲମ୍ବନ କରିଥିବା ବେଳେ ତାଙ୍କୁ କେବଳ ବର୍ଷେ ଇଲେକ୍ଟ୍ରୋନିକ୍ ଟ୍ୟାଗ୍ ସହିତ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Also Read: ଭାରତରେ ସାଇବର ଆକ୍ରମଣ କରିବାକୁ ଚୀନର ଭୟଙ୍କର ଷଡ଼ଯନ୍ତ୍ର

୨୦୦୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ ନିକୋଲାସ ସାର୍କୋଜି ଫ୍ରାନ୍ସର ରାଷ୍ଟ୍ରପତି (French President) କ୍ଷମତାରେ ଥିଲେ। ଏହି ସମୟରେ ସେ ଦୁର୍ନୀତିରେ ଲିପ୍ତ ଥିବା ଓ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସାର୍କୋଜି ତାଙ୍କର ୨୦୦୭ ରାଷ୍ଟ୍ରପତି ଅଭିଯାନ ପାଇଁ ଲ'ଅରାଲ୍ ଉତ୍ତରାଧିକାରୀ ଲିଲିୟାନ୍ ବେଟେନକୋର୍ଟଙ୍କ ଠାରୁ ବେଆଇନ ଦେୟ ଗ୍ରହଣ କରିଥିଲେ। ୨୦୧୨ ନିର୍ବାଚନରେ ମଧ୍ୟ ସେ ଦୁର୍ନୀତି କିରିଥିବା ଅଭିଯୋଗ ହୋଇଥିଲା।

ଏପରି ଅନେକ ମାମଲାରେ ଜଡିତ ଥିବାରୁ ସାର୍କୋଜିଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ତେବେ ସେ ସେହି ମାମଲା ସମ୍ପର୍କରେ ସୂଚନା ବଦଳରେ ମାଜିଷ୍ଟ୍ରେଟଙ୍କୁ ଏକ ସମ୍ମାନଜନକ ଚାକିରି ପ୍ରଲୋଭନ (Bribe to Magistrate) ଦେଖାଇଥିଲେ। ୨୦୧୪ରେ ନିକୋଲାସ ସାର୍କୋଜିଙ୍କ ଓକିଲଙ୍କ ଫୋନ ଟ୍ୟାପ କରି ଫ୍ରାନ୍ସ ପୋଲିସ ମାମଲାର ସମସ୍ତ ପ୍ରମାଣ ପାଇଥିଲା।

Also Read: Israel କ୍ଷେପଣାସ୍ତ୍ର ଆକ୍ରମଣରେ ଥରହର Syria, ରାତି ସାରା ସତର୍କ ରହିଲା Air Defense System

 

ଏହି ମାମଲାରେ ସାର୍କୋଜିଙ୍କ ସହ ତାଙ୍କ ପୂର୍ବତନ ଓକିଲ ଏବଂ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଦିଆଯାଇଛି। ଏହି ତିନିଜଣ ଏହି ଆଦେଶ ବିରୋଧରେ ଆବେଦନ କରିବେ ବୋଲି ଆଶା କରାଯାଉଛି। ଜଜ୍ କହିଛନ୍ତି ଯେ ସାର୍କୋଜି ଜାଣିଛନ୍ତି ଯେ ସେ କଣ ଭୁଲ୍ କରୁଛନ୍ତି ଏବଂ ତାଙ୍କର କାର୍ଯ୍ୟକଳାପ ଏବଂ ତାଙ୍କ ଓକିଲ ଜନସାଧାରଣଙ୍କୁ ନ୍ୟାୟର ଏକ ଖରାପ ଭାବମୂର୍ତ୍ତି ଦେଇଛନ୍ତି।