)
Sriprakash Jaiswal Passes Away: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କୋଇଲା ରାଷ୍ଟ୍ରମନ୍ତ୍ରୀ ଶ୍ରୀପ୍ରକାଶଙ୍କ ଜୟସ୍ବାଲ୍ ଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ ଦିର୍ଘ ଦିନରୁ ସେ ହୃଦରୋଗରେ ଅସୁସ୍ଥ ଥିଲେ। ଗତକାଲି ସଂନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କାନପୁରର କାଡିଓଲୋଜି ହସପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ହେଲେ, ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ପାର୍ଥିବ ଶରୀରକୁ ଲାଲ୍ ବଙ୍ଗଳା ପୋଖରୀପୁର ସ୍ଥିତ ବାସଭବନକୁ ଅଣାଯାଇଛି।
ସେଠାରେ ତାଙ୍କ ସମର୍ଥକ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସମତେ ବହୁ ରାଜନୈତିକ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଆଜି କାନପୁରରେ ତାଙ୍କର ଶେଷ କୃତ୍ୟ ହେବ। ସେ ମନମୋନ ସିଂଙ୍କ ନେତୃତ୍ବରେ ୟୁପିଏ ସରକାର ସମୟରେ ସେ ପ୍ରଥମେ ଗୃହରାଷ୍ଟ୍ର ମନ୍ତ୍ରୀ ଥିଲେ। ପରେ କୋଇଲା ମନ୍ତ୍ରୀ ହେଲେ। ୧୯୪୪ ସେପ୍ଟେମ୍ବର ୨୫ ରେ ଜନ୍ମିତ ଜୟସ୍ବାଲ୍ ଉତ୍ତର ପ୍ରଦେଶ କାନପୁରର ଲୋକସଭା ନିର୍ବାଚନ ମଣ୍ତଳୀରୁ ସଂସାଦ ଭାବେ ନିର୍ବାଚିତ ହୋଇଥିଲେ।
ପ୍ରଥମ ଥର ଲାଗି ସେ ୧୯୯୯ ରେ ସେ କାନପୁର୍ ରୁ କଂଗ୍ରେସ୍ ଟିକେଟ୍ ରେ ସାଂସଦ ହୋଇଥିଲେ। ୨୦୦୪ ଏବଂ ୨୦୦୯ର ମଧ୍ୟ ସେ କଂଗ୍ରେସ୍ ଟିକେଟ୍ ରେ ଲୋକସଭା ନିର୍ବାଚନରେ ରହିଥିଲେ। ଏବଂ ୨୦୧୪ରେ ସେ ବିଜେପିର ମୁରଲୀ ମନୋହର ଯୋଶୀଙ୍କ ଠାରୁ ପରାଜିତ ହୋଇଥିଲେ। ୨୦୧୨ ରେ ସିଏଜି ରିପୋର୍ଟ ଲିକ୍ ହେବାରୁ କୋଇଲା ଦୁର୍ନୀତି ମାମଲାରେ ବିବାଦରେ ଫସିଥିଲେ। ସେ ୧୯୬୭ରେ ମାୟା ରାନୀ ଜୟଶାଲ୍ ଙ୍କ ସହ ତାଙ୍କର ବିବାହ ହୋଇଥିଲା। ତାଙ୍କର ୨ ପୁଅ ସିର୍ଦ୍ଧାର୍ଥ ଓ ଗୌରବ ଏବଂ ଜଣେ ଝିଅ ଅଛନ୍ତି।