ପଙ୍ଗା ପଡିଲା ମହଙ୍ଗା; ଆତଙ୍କୀସ୍ତାନ ଝୁଲୁଛି FATF Gray List ଖଣ୍ଡା
Advertisement

ପଙ୍ଗା ପଡିଲା ମହଙ୍ଗା; ଆତଙ୍କୀସ୍ତାନ ଝୁଲୁଛି FATF Gray List ଖଣ୍ଡା

 

ଯଦି ଏଫଏଟିଏଫ ଧୂସର ତାଲିକା ନହଟାଇବା ଲାଗି ଯଦି ନିଷ୍ପତ୍ତି ନିଆଯାଏ ତାହେଲେ ଭୟାନକ ଆର୍ଥିକ ସଂକଟ ମଧ୍ୟରେ ମଧ୍ୟରେ ଗତି କରୁଥିବା ଆତଙ୍କୀସ୍ତାନର ଅର୍ଥନୀତି ଆହୁରି ଶୋଚନୀୟ ହୋଇଉଠିବ।

ପଙ୍ଗା ପଡିଲା ମହଙ୍ଗା; ଆତଙ୍କୀସ୍ତାନ ଝୁଲୁଛି FATF Gray List ଖଣ୍ଡା

ନୂଆଦିଲ୍ଲୀ: ଭୟାନକ ଆର୍ଥିକ ସଂକଟ ମଧ୍ୟରେ ମଧ୍ୟରେ ଗତି କରୁଥିବା ଆତଙ୍କୀସ୍ତାନ ଉପରୁ ମାଡିଆସୁଛି ଆଉ ଏକ ବିପଦ। ଆତଙ୍କବାଦୀଙ୍କୁ ସାହାଯ୍ୟ ସମର୍ଥନ ଯୋଗାଇ ବିବାଦୀୟ ହୋଇପଡିଥିବା ପାକିସ୍ତାନ ଏବେ ୟୁରୋପୀୟ ଦେଶଙ୍କ ଟାର୍ଗେଟକୁ ଆସିଯାଇଛି। ଆତଙ୍କବାଦ ପ୍ରସଙ୍ଗରେ ଭାରତ, ଆମେରିକା ପରେ ଏବେ ୟୁରୋପୀୟ ଦେଶ ପାକିସ୍ତାନକୁ ଘେରିଛନ୍ତି। 

ଆତଙ୍କବାଦକୁ ସମର୍ଥନ ଯୋଗାଇ ବିଶ୍ୱ ସମୁଦାୟରେ ଅପବାଦ ମୁଣ୍ଡାଇଥିବା ଆତଙ୍କୀସ୍ତାନ (Terroristan) ଅର୍ଥାତ ପାକିସ୍ତାନ (Pakistan) ଏବେ ଏକ ନୂଆ ସମସ୍ୟାର ସାମ୍ନା କରିବାକୁ ଯାଉଛି। କିଛି ବର୍ଷ ହେବ ଆତଙ୍କୀ ଗୋଷ୍ଠୀକୁ ସହଯୋଗ ଯୋଗାଇବା ଅଭିଯୋଗରେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ-ଏଫଏଟିଏଫ (Financial Action Task Force-FATF) ସଂସ୍ଥା ଦ୍ୱାରା ଧୂସର ତାଲିକାଭୂକ୍ତ (Gray List) ହୋଇଛି ପାକିସ୍ତାନ। 

Also Read: କଟ୍ଟରପନ୍ଥୀଙ୍କ ଆଗରେ ହାତେ ଟେକିଦେଲ ଇମରାନ ସରକାର, ଫ୍ରାନ୍ସ ବିରୁଦ୍ଧରେ ନେଲେ ଏହି ପଦକ୍ଷେପ

 

ଏଫଏଟିଏଫ ଧୂସର ତାଲିକାରୁ ବାହାରିବା ଲାଗି ଏବେ ଦିନ ଗଣୁଛି ପାକିସ୍ତାନ। ଯଦି ଏଫଏଟିଏଫ ଧୂସର ତାଲିକା ନହଟାଇବା ଲାଗି ଯଦି ନିଷ୍ପତ୍ତି ନିଆଯାଏ ତାହେଲେ ଭୟାନକ ଆର୍ଥିକ ସଂକଟ ମଧ୍ୟରେ ମଧ୍ୟରେ ଗତି କରୁଥିବା ଆତଙ୍କୀସ୍ତାନର ଅର୍ଥନୀତି ଆହୁରି ଶୋଚନୀୟ ହୋଇଉଠିବ। କାରଣ ଦ୍ୱାରା ପାକିସ୍ତାନକୁ ବିଶ୍ୱ ସମୁଦାୟରୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାଯ୍ୟ ସହଯୋଗ ମିଳିବା ବନ୍ଦ ହୋଇଯିବ।    

ଏଫଏଟିଏଫ ଧୂସର ତାଲିକାରୁ ବାହାରିବାର କୌଣସି ରାସ୍ତା ନାହିଁ ବୋଲି ଜାଣିସାରିଲାଣି ପାକିସ୍ତାନ। ଏହା ପଛର କାରଣ ହେଉଛି ଇସଲାମ ସଂସ୍ଥାପକ (Founder of Islam) ପୈଗମ୍ବର ମହମ୍ମଦଙ୍କ (Prophet Muhammad) ଉପରେ କାର୍ଟୁନ ବନାଇବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ। ଯାହାର ଫଳ ସ୍ୱରୂପ ଏ ଘଟଣାରେ ଫ୍ରାନ୍ସର (France) ଜଣେ ଶିକ୍ଷକଙ୍କୁ ଜୀବନ ହାରିବାକୁ ପଡିଥିଲା। 

Also Raed: ମୌଲନା ଆନ୍ଦୋଳନକୁ ନେଇ ଅସ୍ତବ୍ୟସ୍ତ ପାକିସ୍ତାନ

 

ପାକିସ୍ତାନକୁ ଧୂସର ତାଲିକାରେ ରଖିବା ପାଇଁ କେତେକ ୟୁରୋପୀୟ ଦେଶ ବିଶେଷ କରି ଫ୍ରାନ୍ସ ଏଫଏଟିଏଫ ସଂସ୍ଥାକୁ ପରାମର୍ଶ ଦେଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। କାରଣ  ଇସଲାମାବାଦ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସବୁ ପ୍ରସଙ୍ଗରେ ସମ୍ପୂର୍ଣ୍ଣ କାର୍ଯ୍ୟ କରିନାହିଁ। ଅନ୍ୟ ପଟେ କାର୍ଟୁନ ବିବାଦ ଘଟଣାରେ ଅନ୍ୟ ଦେଶ ଫ୍ରାନ୍ସକୁ ସମର୍ଥନ ଜଣାଇଛନ୍ତି। ଏ ପ୍ରସଙ୍ଗରେ ପାକିସ୍ତାନର ଆଭିମୁଖ୍ୟକୁ ନେଇ ଉତ୍ତ୍ୟକ୍ତ ହୋଇଉଠିଛି ଫ୍ରାନ୍ସ ଅସନ୍ତୁଷ୍ଟ। ଏ ଘଟଣାରେ ପରେ ପାକିସ୍ତାନ ମଧ୍ୟ ପ୍ୟାରିସରେ ନିଜର ରାଷ୍ଟ୍ରଦୂତ ନିଯୁକ୍ତ କରିନାହିଁ। ଦୁଇ ଦେଶ ମଧ୍ୟରେ କୂଟନୈତିକ ଏବଂ ଅର୍ଥନୈତିକ ତିକ୍ତ ହୋଇଉଠିଛି।

ଚାର୍ଲି ଆବଡୋ (Charlie Abdo) ନାମକ ଫରାସୀ ପତ୍ରିକାରେ (French Magazine) ଇସଲାମ ସଂସ୍ଥାପକ ମହମ୍ମଦଙ୍କ ଉପରେ ପ୍ରକାଶିତ କାର୍ଟୁନ୍‌କୁ ନେଇ ପାକିସ୍ତାନ ସମେତ ଅନ୍ୟ ମୁସଲମାନ ଦେଶରେ ଜୋରଦାର ବିରୋଧ କରାଯାଇଥିଲା। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହ ଘଟଣାରେ ନିଜର ଆଭିମୁଖ୍ୟ ରଖିଥିଲେ। ଏନେଇ ସେ କହିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତାଙ୍କ ନାଗରିକଙ୍କ ସମେତ ମୁସଲମାନଙ୍କୁ ସୁଚିନ୍ତିତ ଉତ୍ତେଜିତ କରୁଛନ୍ତି। ଏନେଇ ସେ ଟ୍ୱିଟ୍ କରି କହିଛନ୍ତି ଏହା ଦୁର୍ଭାଗ୍ୟଜନକ ଫରାସୀ ରାଷ୍ଟ୍ରମୁଖ୍ୟ ଇସଲାମଫୋବିୟା (Islamophobia) ଭଳି କାମକୁ ପ୍ରୋତ୍ସାହିତ କରିବା ପାଇଁ ବାଟ ଛାଡି ଦେଇଛନ୍ତି। ଯେତେବେଳେ ସେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବା କଥା ସେତେବେଳେ ସେ ଇସଲାମ ଉପରେ ଆକ୍ରମଣ କରୁଛନ୍ତି। ଆତଙ୍କବାଦୀ ମୁସଲମାନ, ଶ୍ୱେତକାୟ କିମ୍ବା ନାଜି ହୁଅନ୍ତୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। 

Also Read: ପାକିସ୍ତାନ ସଂସଦରେ ମୋଦି ତାତି

ଏହା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଥିଲେ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଧ୍ରୁବୀକରଣକୁ ପ୍ରଶୟ ଦେବା ପରିବର୍ତ୍ତେ ଏହା ଦ୍ୱାରା ହୋଇଥିବା କ୍ଷତକୁ ଭରଣା କରିବା ପାଇଁ ପ୍ରୟାସ କରିବା ଆବଶ୍ୟକ। ଉଗ୍ରବାଦୀଙ୍କୁ କୌଣସି ପ୍ରକାରେ ସମର୍ଥନ ଦେବା ଠିକ ନୁହେଁ। ଇସଲାମକୁ ବୁଝିନପାରି ଏହା ଉପରେ ଆକ୍ରମଣ କରି ଫ୍ରାନ୍ସ ରାଷ୍ଟ୍ରପତି ସମଗ୍ର ବିଶ୍ୱର କୋଟି କୋଟି ମୁସଲମାନଙ୍କ ଭାବନାକୁ ଆଘାତ ଦେଇଛନ୍ତି। 

ବିଶେଷଜ୍ଞ କହିଛନ୍ତି ଯେ ଇମରାନ ଖାନଙ୍କ ଉଦ୍ୟମ ସତ୍ତ୍ୱେ ପାକିସ୍ତାନ ଆସନ୍ତା ଜୁନ୍ ମଧ୍ୟରେ ଏଫଏଟିଏଫ ଧୂସର ତାଲିକାରୁ ବାହାରି ପାରିବ ନାହିଁ। ଏବେ ପାକିସ୍ତାନ ଚୀନ୍ ଏବଂ ତୁର୍କୀ ସାହାଯ୍ୟରେ ଏବେ ଏହି ତାଲିକାକୁ ବାହାରିବା ପାଇଁ ସଦସ୍ୟ ଦେଶଙ୍କ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛି।  ଆତଙ୍କବାଦୀ ଗୋଷ୍ଠୀକୁ ସହଯୋଗ କରିବା କାରଣରୁ ପୂର୍ବରୁ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇ ସାରିଥିବା ବେଳେ ଆତଙ୍କବାଦ ଦମନ ଅଭିଯାନକୁ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲା। 

Also Read: ପୁଣି ଭାଙ୍ଗିବ ପାକିସ୍ତାନ; ଇନ୍ଦିରା କଲେ ବାଂଲାଦେଶ, ମୋଦି କରିବେ ସିନ୍ଧୁଦେଶ!

ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରୁ ୨୬ ପର୍ଯ୍ୟନ୍ତ ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରେ ଏଫଏଟିଏଫ ବୈଠକ ଅନୁଷ୍ଠିତ ହେଉଛି। ପାକିସ୍ତାନ ବିରୁଦ୍ଧରେ ଆଗାମୀ କାର୍ଯ୍ୟାନୁଷ୍ଠାନ କ'ଣ କରାଯିବ ସେ ନେଇ ଏହି ବୈଠକରେ ସ୍ଥିର ହେବାର ସମ୍ଭାବନା ରହିଛି। ଗତ ୨୦୧୮ ଜୁନରେ ପାକିସ୍ତାନକୁ ଧୂସର ତାଲିକାଭୂକ୍ତ କରିଥିଲା ଏଫଏଟିଏଫ। ଏହି ସଂସ୍ଥା ପକ୍ଷରୁ ଧୂସର ତାଲିକା ସେହି ଦେଶକୁ ରଖାଯାଏ ଯେଉଁଠାରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଏବଂ ବେଆଇନ ଅର୍ଥ ହେରଫେର ଭଳି କାମ ଅଧିକ ମାତ୍ରାରେ ହୋଇଥାଏ। ଏହି କାରଣରୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି-ଆଇଏମ୍ଏଫ୍ (International Monetary Fund-IMF) ବିଶ୍ୱ ବ୍ୟାଙ୍କ (World Bank) ଏବଂ ୟୁରୋପୀୟ ୟୁନିଅନ (European Union) ଭଲି ସଂସ୍ଥାରୁ ଆର୍ଥିକ ସହାୟତା ପାଇବା କଷ୍ଟକର ହୋଇପଡେ। ବର୍ତ୍ତମାନ ସମୟରେ ବିଶ୍ୱ ସମୁଦାୟରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ କାରଣରୁ ବିପର୍ଯ୍ୟସ୍ତ ହୋଇୁପଡିଥିବା ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ଲାଗି ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ।