ଏହି ଯୋଜନା ଅଗଷ୍ଟ ମାସରେ ଲାଗୁ କରାଯିବ । ଏହି ଯୋଜନାରେ ବଣ୍ଟନ ସହ ଜଡିତ ଜନସଂଖ୍ୟାର ୮୩ ପ୍ରତିଶତ ଲୋକଙ୍କୁ ସାମିଲ କରାଯିବ ।
Trending Photos
ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦ୍ୱିତୀୟ ଥର ପାଇଁ ଗଣମାଧ୍ୟମକୁ ଭେଟିଥିଲେ । ଆଜି ଅର୍ଥ ମନ୍ତ୍ରୀ ଆର୍ଥିକ ପ୍ୟାକେଜ୍ ଅନ୍ତର୍ଗତ କୃଷକ, ପ୍ରବାସୀ ଶ୍ରମିକ ଓ ମହିଳାମାନଙ୍କୁ ଦିଆଯାଇଥିବା ରିହାତି ବିଷୟରେ ସେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ୨୩ଟି ରାଜ୍ୟରୁ ୬୭ କୋଟି ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ(ୱାନ ନେସନ-ୱାନ ରାସନ କାର୍ଡ) ବ୍ୟବସ୍ଥା ଲାଗୁ ହେବ ।
ଏହି ଯୋଜନା ଅଗଷ୍ଟ ମାସରେ ଲାଗୁ କରାଯିବ । ଏହି ଯୋଜନାରେ ବଣ୍ଟନ ସହ ଜଡିତ ଜନସଂଖ୍ୟାର ୮୩ ପ୍ରତିଶତ ଲୋକଙ୍କୁ ସାମିଲ କରାଯିବ । ୨୩ଟି ରାଜ୍ୟରେ ଥିବା ୬୭ କୋଟି ରାସନ କାର୍ଡଧାରୀ (ଯାହା ସମୁଦାୟ PDS ଜନସଂଖ୍ୟାର ୮୩ ପ୍ରତିଶତ) ଅଗଷ୍ଟ ୨୦୨୦ ସୁଦ୍ଧା ଜାତୀୟ ପୋର୍ଟେବିଲିଟି ଅଧୀନରେ ଆସିବେ । ମାର୍ଚ୍ଚ ୨୦୨୧ ପୂର୍ବରୁ ୧୦୦ ପ୍ରତିଶତ ଜାତୀୟ ପୋର୍ଟେବିଲିଟି ହାସଲ କରାଯିବ ।
ଅର୍ଥ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିପର୍ଯ୍ୟୟ ପାଣ୍ଠି ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ଅନୁମତି ଦିଆଯାଇଛି । ସହରାଞ୍ଚଳର ଗରିବ ଲୋକଙ୍କୁ ୧୧ ହଜାର କୋଟି ଟଙ୍କା ସାହାଯ୍ୟ କରାଯାଇଛି । ସହରୀ ଗରିବ ଲୋକଙ୍କୁ ଖାଦ୍ୟ ଏବଂ ଗୃହ ଯୋଗାଇ ଦିଆଯାଉଛି । ସହରାଞ୍ଚଳରେ ରହୁଥିବା ଭୂମିହୀନ ଲୋକଙ୍କୁ ଆଶ୍ରୟ ଗୃହରେ କେନ୍ଦ୍ର ସରକାରଙ୍କ ଟଙ୍କା ସହିତ ୩ ଥର ଭୋଜନ ଦେଉଛନ୍ତି ।