ରାବଣ ଦେଶରେ ପେଟ୍ରୋଲ ଶସ୍ତା ରାମଙ୍କ ଦେଶରେ କାହିଁକି ମହଙ୍ଗା?
Advertisement

ରାବଣ ଦେଶରେ ପେଟ୍ରୋଲ ଶସ୍ତା ରାମଙ୍କ ଦେଶରେ କାହିଁକି ମହଙ୍ଗା?

ଏନେଇ ସେ କହିଥିଲେ ମାତା ସୀତାଙ୍କ ଧରିତ୍ରୀ ନେପାଳରେ ତୈଳ ଦର ଭାରତ ଠାରୁ ଶସ୍ତା। ରାବଣ ଦେଶ ଶ୍ରୀଲଙ୍କାରେ ଦାମ ଭାରତ ଠାରୁ କମ। 

ରାବଣ ଦେଶରେ ପେଟ୍ରୋଲ ଶସ୍ତା ରାମଙ୍କ ଦେଶରେ କାହିଁକି ମହଙ୍ଗା?

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ତୈଳ ଦର ବୃଦ୍ଧି ହେବା ପ୍ରସଙ୍ଗରେ ବୁଧବାର ରାଜ୍ୟସଭାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସେ କହିଛନ୍ତି ପଡୋଶୀ ଦେଶ ତୁଳନାରେ ଭାରତରେ ତୈଳ ଦର ବୃଦ୍ଧି ପାଇଛି।    

ତୈଳ ଦର ବୃଦ୍ଧି ହେବା ପ୍ରସଙ୍ଗରେ ସମାଜବାଦ ପାର୍ଟି ସାଂସଦ (Samajwadi Party MP) ବିଶମ୍ଭର ପ୍ରସାଦ ନିଶାଦ ତୈଳ ଦର ବୃଦ୍ଧି ହେବା ପ୍ରସଙ୍ଗରେ ବୁଧବାର ରାଜ୍ୟସଭାରେ (Rajyasabha) କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏନେଇ ସେ କହିଥିଲେ ମାତା ସୀତାଙ୍କ ଧରିତ୍ରୀ ନେପାଳରେ (Nepal) ପେଟ୍ରୋଲ-ଡିଜେଲ (Petrol-Diesel) ଦର ଭାରତ ଠାରୁ ଶସ୍ତା। ରାବଣ ଦେଶ ଶ୍ରୀଲଙ୍କାରେ (Srilanka) ଦାମ ଭାରତ ଠାରୁ କମ। ତାହେଲେ ରାମଙ୍କ ଦେଶରେ ସରକାର କେବେ ତୈଳ ଦର କମ କରିବେ? ଦେଶରେ ଲଗାତାର ଭାବେ ତୈଳ ଦର ବଢିବାରେ ଲାଗିଛି। ଚଳିତ ବର୍ଷ ଫେବୃଆରୀ ୧୦ ତାରିଖରେ ପେଟ୍ରୋଲ-ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। 

Also Read: କମିଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ (Union Petroleum Minister) ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ବୁଧବାର ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଥିଲେ ଏହା କହିବା ଠିକ ହେବ ନାହିଁ ଯେ ଦେଶରେ ତୈଳ ଦର  (Fuel Price) ବୃଦ୍ଧି ପରିମାଣ ସବୁଠୁ ଅଧିକ ରହିଛି।     

ଭାରତରେ ବଢି ଚାଲିଥିବା ତୈଳ ଦରକୁ ପଡୋଶୀ ଦେଶ ସହ ତୁଳନା କରିବାକୁ ନେଇ ସେ କହିଛନ୍ତି ସେହି ଦେଶଙ୍କ ସହ ଭାରତକୁ ତୁଳନା କରିବା ଠିକ ନୁହେଁ। କାରଣ ସେଠାରେ ସମାଜର କିଛି ନିର୍ଦ୍ଧିଷ୍ଟ ବର୍ଗର ଲୋକ ଏହାକୁ ଉପଯୋଗ କରିଥାନ୍ତି। କିରୋସିନ ଦରରେ ଆପ ଏକ ବିରାଟ ଅନ୍ତର ଦେଖିବାକୁ ପାଇବେ। ଦେଶରେ କିରୋସିନି ଦର ଲିଟର ପିଛା ୩୨ ଟଙ୍କା ରହିଥିବା ବେଳେ ବାଂଲାଦେଶ , ନେପାଳରେ ଏହାର ଦର ଯଥାକ୍ରମେ     

Also Read: ପୁଣି ବଢିଲା ତୈଳ ଦର

ବୁଧବାର ରାଜ୍ୟସଭା ପ୍ରଶ୍ନକାଳ ସମୟରେ କଂଗ୍ରେସ ସାଂସଦ କେସି ଭେନୁଗୋପାଳ (Congress MP KC Venugoapl) କହିଥିଲେ ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ ସବୁ ବେଳେ ଅଧିକ ରହୁଛି। ଯଦିଓ ଅଶୋଧିତ ତୈଳ ଦର ଅଧିକ ରହୁନାହିଁ।  ଦେଶରେ ପେଟ୍ରୋଲ ଦର ୧୦୦ ଟଙ୍କା ନିକଟରେ ପହଞ୍ଚିଲାଣି। କେନ୍ଦ୍ର ସରକାର କେତେଥର ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛିନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ସେ। 

Also Read: ପୁଣି ଖସିଲା ତୈଳ ଦର

 

ଏହାରେ ଉତ୍ତର ରଖି ପେଟ୍ରୋଲିୟମ ମନ୍ତ୍ରୀ ଉତ୍ତର କହିଛନ୍ତି ଏବେ ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ୬୧ ଡଲାର ରହିଛି। ଏହା ଉପରୁ ଟିକସ ଆଦାୟ କରିବାକୁ ନେଇ ଆମକୁ ଅଧିକ ଯତ୍ନଶୀଳ ହେବାକୁ ପଡୁଛି। ବିଗତ ୩୦୦ ଦିନ ମଧ୍ୟରେ ୬୦ ଦିନ ଏପରି ରହିଛି ଯେତେବେଳେ ମୂଲ୍ୟ ବୃଦ୍ଧି କରାଯାଇଥିଲା।  ପେଟ୍ରୋଲ ମୂଲ୍ୟ ୭ ଦିନ କମିଥିବାବେଳେ ଡିଜେଲ ମୂଲ୍ୟ ୨୧ ଦିନ ହ୍ରାସ କରାଯାଇଛି। ପ୍ରାୟ ୨୫୦ ଦିନ ଏଭଳି ରହିଛି ଯେତେବେଳେ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସବୁ ବେଳେ ଅଧିକ ରହୁଥିବା ନେଇ ପ୍ରଚାର କରିବା ଠିକ ନୁହେଁ।