ସରକାରୀ ଷଡଯନ୍ତ୍ରର ଶିକାର ଜନତା !
Advertisement

ସରକାରୀ ଷଡଯନ୍ତ୍ରର ଶିକାର ଜନତା !

ଏବେ ପେଟ୍ରୋଲ ଲିଟର ପିଛା ଏବେ 84 ଟଙ୍କା ୫ ପଇସା ରହିଥିବା ବେଲେ ଡିଜେଲ ଦର ୮୦ ଟଙ୍କା ୧୯ ପଇସା ଛୁଇଁଛି।

ପ୍ରତିକାତ୍ମକ ଫଟୋ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ୨ ବର୍ଷ ମଧ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ତୈଳ ଦର। ଓଡିଶା ପେଟ୍ରୋଲ ପମ୍ପ ସଙ୍ଘର ସଭାପତି ସଞ୍ଜୟ ଲାଖଙ୍କ କହିବା ଅନୁସାରେ. ଗତ ୧୬ ଦିନ ମଧ୍ୟରେ ରାଜ୍ୟରେ ଲିଟର ପିଛା ପେଟ୍ରୋଲ ଦର ୨ ଟଙ୍କା ୨୧ ପଇସା ଓ ଡିଜେଲ ୩ ଟଙ୍କା ୨୧ ପଇସା ବୃଦ୍ଧି ଘଟିଛି। ଏବେ ପେଟ୍ରୋଲ ଲିଟର ପିଛା ଏବେ 84 ଟଙ୍କା ୫ ପଇସା ରହିଥିବା ବେଲେ ଡିଜେଲ ଦର ୮୦  ଟଙ୍କା ୧୯ ପଇସା ଛୁଇଁଛି। ଆଗକୁ ଏହା ଆହୁରି ବଢିବାର ସମ୍ଭବନା ରହିଛି ବୋଲି ସେ କହିଛନ୍ତି।

ପେଟ୍ରୋଲ ଡିଜେଲ ଦର (fuel price) ବୃଦ୍ଧି ଯୋଗୁଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ସମ୍ଭବନାକୁ ମଧ୍ୟ ଏଡାଇ ଯାଇ ନପାରେ। ଗୋଟିଏ ପଟେ ସରକାର ଦର ବୃଦ୍ଧି ରୋକିବାରେ ବିଫଳ ହୋଇଥିବା ବେଳେ ଏବେ ପେଟ୍ରୋଲ ଦର ବୃଦ୍ଧିକୁ କିଭଳି ନିୟନ୍ତ୍ରଣ  (price control) କରିହେବ ତାହାକୁ ନେଇ ପଦକ୍ଷେପ ନେଉ ନାହାନ୍ତି। ଲକଡାଉନ ସମୟରେ ଅଶୋଧିତ ତୈଳ (crude oil)ରେ ଅହେତୁକ ହ୍ରାସ ହୋଇଥିଲା। ଆଉ ସରକାର ରାଜସ୍ୱ ପାଇଁ ଗତ ମେ ୬ ତାରିଖରେ ପେଟ୍ରୋଲ ଉପରେ ୧୦ ଓ ଡିଜେଲ (diesel) ରେ ୧୩ ଟଙ୍କା ଟିକସ ବଢାଇଦେଲେ।

Also Read: ଦୁଇ ବର୍ଷର ରେକର୍ଡ ଭାଙ୍ଗିଲା ତୈଳ ଦର! ଦିଲ୍ଲୀକୁ ଟପିଲା ଭୁବନେଶ୍ୱର

ତେବେ ସରକାରଙ୍କ ଟିକସ ବୃଦ୍ଧି ଯୋଗୁଁ ତୈଳ ମୂଲ୍ୟ (Oil Price)ରେ କିଛି ଫରକ ପଡିଲା ନାହିଁ। ଆଉ ସାଧାରଣ ଲୋକଙ୍କ ମୁଣ୍ଡକୁ ବି ମୋଦି ସରକାର (Modi Govt) ଙ୍କ ଗଣିତ ପଶିଲା ନାହିଁ। ସେହି କ୍ରମରେ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ (petrol) ରେ ୩ ଟଙ୍କା ୧୪ ପଇସା ଓ ଡିଜେଲରେ ୧ ଟଙ୍କା ୨ ପଇସା ଭାଟ ବୃଦ୍ଧି କରିଦେଲେ। ଏହାର ପଛରେ ଥିଲା ଲକଡାଉନ ସମୟରେ ହାନି ହୋଇଥିବା ରାଜସ୍ବ ବର୍ଦ୍ଧିତ ଦରରୁ ଭରଣା କରିବା। ହେଲେ ଏବେ ସ୍ଥିତି ଅସମ୍ଭାଳ ହେଲାଣି।

ରାଡଧାନୀ ଭୁବନେଶ୍ୱରରେ ୨ ବର୍ଷରେ ପେଟ୍ରୋଲ ଡିଜେଲ ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଲକଡାଉନ ପରେ ଏବେ ଅନଲକ ପର୍ଯ୍ୟାୟ ଚାଲିଛି। ଧିରେ ଧିରେ ସବୁ ସ୍ୱଭାବିକ ବି ହେଉଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ମଧ୍ୟ ଆଦାୟ କରି ସାରିଲେଣି। ହେଲେ ନା କେନ୍ଦ୍ର ନା ରାଜ୍ୟ ସରକାର ତେଲ ଉପରୁ ବର୍ଦ୍ଧିତ ଟିକସ କମାଉ ନାହାନ୍ତି। ଫଳରେ ତେଲଦର ସର୍ବକାଳୀନ ରେକର୍ଡ କାଟିଛି। ଆଗାମୀ ଦିନରେ ଆହୁରୀ ବଢିବାର ସମ୍ଭାବନା ଦେଖା ଦେଇଛି। 

Also Read: ଆହୁରି ଖସିଲା ଡିଜେଲ ମୂଲ୍ୟ, ଜାଣନ୍ତୁ ଆଜିର ରେଟ୍

ତୈଳ ଦର ବୃଦ୍ଧି ଯୋଗୁଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବଢୁଛି। ଗୋଟିଏ ପଟେ କୋଭିଡରେ ଜନତା ଯୁଝୁଥିବା ବେଳେ ପେଟ୍ରୋଲ ଦର ବୃଦ୍ଧି ଏବେ ସବୁ ବର୍ଗଙ୍କୁ ବାଧୁଛି। ଯାହାକୁ ନେଇ ସମସ୍ତେ ଅସନ୍ତୁଷ୍ଟ। କେନ୍ଦ୍ର ସରକାର ଅବା ରାଜ୍ୟ ସରକାର ଦର କମାଇବା ନେଇ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।

ଲଟିର ପିଛା ୮୪ ଟଙ୍କା ୫ ପଇସା ଥିବା ପେଟ୍ରୋଲରେ କେନ୍ଦ୍ର ସରକାରଙ୍କ ୩୨ ଟଙ୍କା 98 ପଇସା ଓ ରାଜ୍ୟ ସରକାର ୨୧ ଟଙ୍କା ଟ୍ୟାକ୍ସ ନେଉଛନ୍ତି। ସେହିପରି ଡିଜେଲରେ କେନ୍ଦ୍ର ସରକାର ୩୧ ଟଙ୍କା ୮୩ ପଇସା ଓ ରାଜ୍ୟ ସରକାର ୧୮ ଟଙ୍କା ଭାଟ ନେଉଛନ୍ତି। ତୈଳ ଉପରେ ଏବେ ଦୀର୍ଘ ଦଶନ୍ଧିର ସର୍ବାଧିକ ଟ୍ୟାକ୍ସ କେନ୍ଦ୍ର ଓ ରାଜ୍ୟ ସରକାର ନେଉଛନ୍ତି।