ନୂଆଦିଲ୍ଲୀ: ବ୍ୟାଙ୍କିଂ ବ୍ୟବସ୍ଥାକୁ ରସାତଳଗାମୀ କରି ବିଦେଶକୁ ଫେରାର ହୋଇଥିବା ଜଣେ ପଳାତକ ବ୍ୟବସାୟୀ ମୋଦି ଏବେ ଭାରତ ଫେରିବ। ଭାରତୀୟ ବ୍ୟାଙ୍କରୁ ଋଣ ନେବା ପରେ ପରିଶୋଧ ବିଦେଶଳକୁ ଚମ୍ପଟ ମାରିଥିବା ନୀରବ ମୋଦିଙ୍କୁ ଏବେ ଭାରତ ହସ୍ତାନ୍ତର କରିବ ବ୍ରିଟେନ।
ସରକାରୀ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଏହାକୁ ପରିଶୋଧ ନକରି ବିଦେଶକୁ ଫେରାର ହୋଇଯାଇଥିଲା ପଳାତକ ବ୍ୟବସାୟୀ ନୀରବ ମୋଦି (Nirav Modi)। ତାଙ୍କର ଏହି କାରନାମା ପିଏନବି ଘୋଟାଲା (PNB Scam) ନାମରେ ଜଣାଶୁଣା।
Also Read: ପଳାତକଙ୍କ ଋଣ ମାଫ ପରେ ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ
ନୀରବ ମୋଦିଙ୍କ ପକ୍ଷରୁ ଦାଏର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ବ୍ରିଟେନ କୋର୍ଟ। ଏନେଇ କୋର୍ଟ କହିଛନ୍ତି ନୀରବ ମୋଦି ଏ ମାମଲା ସହ ଜଡିତ ପ୍ରମାଣକୁ ନଷ୍ଟ କରିବା ସହ ସାକ୍ଷୀଙ୍କୁ ଧମକଚମକ ଦେଇଛନ୍ତି। ତୁରନ୍ତ ତାଙ୍କୁ ଭାରତ ହସ୍ତାନ୍ତର କରାଯାଉ। ଭାରତୀୟ କୋର୍ଟରେ ତାଙ୍କ ବିରୁଦ୍ଧରେ ଚାଲିଥିବା ମାମଲାରେ ସେ ନିଜେ ଜବାବ ରଖିବା ଆବଶ୍ୟକ। କାରଣ ନ୍ୟାୟ ତାଙ୍କୁ ସେଠାରେ ମିଳିବ। ତାଙ୍କ ଲାଗି ଆର୍ଥର ରୋଡ ଜେଲ ୧୨ନଂ ବାରାକ ଠିକ୍।
Also Read: ବିମୁଦ୍ରୀକରଣ@3: ରାସ୍ତାକୁ ଓହ୍ଲାଇଛି ବିରୋଧୀ, ନୀରବ ମୋଦି ସରକାର ଓ ବିଜେପି
ପଳାତକ ବ୍ୟବସାୟୀ ନୀରବ ମୋଦି ବ୍ରିଟେନ କୋର୍ଟକୁ କହିଥିଲେ ଭାରତ ସରକାରଙ୍କ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୋ ମାମଲାକୁ ପ୍ରଭାବିତ କରିବାର ପ୍ରୟାସ କରୁଛନ୍ତି। ଓକିଲ ମାଧ୍ୟମରେ ସେ କହିଛନ୍ତି ତାଙ୍କର ମାନସିକ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ରହିଛି। ହେଲେ କୋର୍ଟ ଏନେଇ ହୋଇଥିବା ଆବେଦନକୁ ଖାରଜ କରି ତାଙ୍କୁ ଭାରତ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।
Also Read: ଭିଡିଓ କ୍ଲିପ୍ ସେୟାର କରି ମୋଦି ସରକାରଙ୍କୁ ଘେରିଲେ ରାହୁଲ, କହିଲେ-ଏଥିପାଇଁ ସଂସଦରେ ଲୁଚା ଯାଇଥିଲା ସତ
ନୀରବ ମୋଦିଙ୍କୁ ହସ୍ତାନ୍ତର କରିବା ଲାଗି ବ୍ରିଟେନକୁ ଭାରତ ଜଣାଇବା ପରେ ୨୦୧୯ ମାର୍ଚ୍ଚରୁ ସେ ଦକ୍ଷିଣ-ପଶ୍ଚିମ ଲଣ୍ଡନରେ (South West London) ଅବସ୍ଥିତ ୱାଣ୍ଡର୍ସୱର୍ଥ ଜେଲରେ (Wandsworth Prison) ବନ୍ଦୀ ଅଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ (Punjab National Bank) ମିଥ୍ୟା ଲେଟର ଅଫ୍ ଅଣ୍ଡରଟେକିଂ (False Letter of Undertaking) ମାଧ୍ୟମରେ ୧୪ ହଜାର କୋଟି ଟଙ୍କାର ଋଣ ଘୋଟାଲା କରିଥିଲେ ସେ। ଏ ଘଟଣାରେ ତାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ସିବିଆଇ (CBI) ଇଡି (ED) ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମାମଲା ଦାଏର କରିବା ସହ ତାଙ୍କ ସମ୍ପତ୍ତି ଜବତ କରିଥିଲା।