Advertisement
Article Detail0/zeeodisha/odisha697269
Zee OdishaOdisha National-Internationalଦେଶ ପାଇଁ ଜୀବନ ଦେଇଥିବା ୨୦ ଭାରତୀୟ ଯବାନଙ୍କ ବିଷୟରେ ଆସନ୍ତୁ ଜାଣିବା...

ଦେଶ ପାଇଁ ଜୀବନ ଦେଇଥିବା ୨୦ ଭାରତୀୟ ଯବାନଙ୍କ ବିଷୟରେ ଆସନ୍ତୁ ଜାଣିବା...

ଆଜି ସରକାରଙ୍କ ପକ୍ଷରୁ ଶହୀଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ନାଁ ପ୍ରକାଶ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ରାଙ୍କର ଅଫିସର ମଧ୍ୟ ଅଛନ୍ତି । 

ଦେଶ ପାଇଁ ଜୀବନ ଦେଇଥିବା ୨୦ ଭାରତୀୟ ଯବାନଙ୍କ ବିଷୟରେ ଆସନ୍ତୁ ଜାଣିବା...

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ରାଙ୍କର ଅଫିସର ମଧ୍ୟ ଅଛନ୍ତି । ସେହିପରି ଅନ୍ୟ ୪ ଜଣ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଅନ୍ୟପଟେ ଏହି ସଂଘର୍ଷରେ ଚୀନର ମଧ୍ୟ ୪୩ ଯବାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସୋମବାର ବିଳମ୍ବିତ ରାତିରେ ଏହି ରକ୍ତାକ୍ତ ସଂଘର୍ଷ ହୋଇଥିଲା । 

ଆଜି ସରକାରଙ୍କ ପକ୍ଷରୁ ଶହୀଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ନାଁ ପ୍ରକାଶ କରାଯାଇଛି । ଶହୀଦ ୨୦ ଭାରତୀୟ ବୀର ଯବାନଙ୍କ ମଧ୍ୟରେ ବିହାରରୁ ୫, ପଞ୍ଜାବରୁ ୪, ଝାଡ଼ଖଣ୍ଡରୁ ୨ ଓ ଓଡ଼ିଶାରୁ ୨ ଜଣ ରହିଛନ୍ତି । ସେହିପରି ତେଲେଙ୍ଗାନା, ହିମାଚଳ ପ୍ରଦେଶ,  ତାମିଲନାଡ଼ୁ, ଛତିଶଗଡ଼, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ମଧ୍ୟ ଜଣେ ଜଣେ ଯବାନ ଶହୀଦ ହୋଇଛନ୍ତି ।  କର୍ଣ୍ଣେଲ ରାଙ୍କର ଅଫିସର ବି. ସନ୍ତୋଷ ବାବୁ ଏହି ରକ୍ତାକ୍ତ ସଂଘର୍ଷରେ ଶହୀଦ ହୋଇଛନ୍ତି । 

କେଉଁ ରେଜିମେଣ୍ଟର କେତେ ଶହୀଦ ହୋଇଛନ୍ତି, ଜାଣନ୍ତୁ... 

Add Zee News as a Preferred Source

(୧) ୧୬ ବିହାର ରେଜିମେଣ୍ଟ - ୧୨ ଜଣ ଯବାନ ଶହୀଦ
(୨) ୧୨ ବିହାର ରେଜିମେଣ୍ଟ - ଜଣେ ଯବାନ ଶହୀଦ
(୩) ୩ ପଞ୍ଜାବ ରେଜିମେଣ୍ଟ - ୩ ଯବାନ ଶହୀଦ
(୪) ୬ ମଧ୍ୟମ ରେଜିମେଣ୍ଟ (ଆର୍ଟିଲିରି) - ୨ ଯବାନ ଶହୀଦ 
(୫) ୮୨ ଫିଲ୍ଡ ରେଜିମେଣ୍ଟ - ୨ ଯବାନ ଶହୀଦ 

ଶହୀଦ ୨୦ ଭାରତୀୟ ବୀର ଯବାନ ହେଲେ...

  1. କର୍ଣ୍ଣେଲ ବି ସନ୍ତୋଷ ବାବୁ, ହାଇଦ୍ରାବାଦ (ତେଲେଙ୍ଗାନା)
  2. ନାଏବ ସିବେଦାର ନୁନ୍ଦୁରାମ ସୋରେନ, ମୟୂରଭଞ୍ଜ(ଓଡ଼ିଶା)
  3. ନାଏବ ସୁବେଦାର ମନଦୀପ ସିଂହ, ପଟିଆଲା(ପଞ୍ଜାବ)
  4. ନାଏବ ସୁବେଦାର ସତନମ ସିଂହ, ଗୁରୁଦାସପୁର (ପଞ୍ଜାବ)
  5. ହାବିଲଦାର(ଗନର) କେ ପଲାନୀ, ମଦୁରାଇ(ତାମିଲନାଡ଼ୁ)
  6. ହାବିଲାଦାର ସୁନୀଲ କୁମାର, ପାଟନା(ବିହାର)
  7. ହାବିଲଦାର ବିପୁଲ ରାୟ, ମୀରଟ ସିଟି(ଉତ୍ତର ପ୍ରଦେଶ) 
  8. ନାୟକ ଦୀପକ କୁମାର, ରେୱା (ମଧ୍ୟପ୍ରଦେଶ) 
  9. ସିପାହୀ ରାଜେଶ ଓରାଙ୍ଗ, ବୀରଭୂମ(ପଶ୍ଚିମବଙ୍ଗ)
  10. ସିପାହୀ କୁନ୍ଦନ କୁମାର ଓଝା, ଶାହିବଗଞ୍ଜ(ଝାଡ଼ଖଣ୍ଡ) 
  11. ସିପାହୀ ଗଣେଶ ରାମ, କାଙ୍କେର (ଛତିଶଗଡ଼) 
  12. ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ, କନ୍ଧମାଳ(ଓଡ଼ିଶା)
  13. ସିପାହୀ ଅଙ୍କୁଶ, ହମିରପୁର (ହିମାଚଳ ପ୍ରଦେଶ) 
  14. ସିପାହୀ ଗୁରବିନ୍ଦର, ସଙ୍ଗରୁର (ପଞ୍ଜାବ) 
  15. ସିପାହୀ ଗୁରୁତେଜ ସିଂହ, ମନସା (ପଞ୍ଜାବ) 
  16. ସିପାହୀ ଚନ୍ଦନ କୁମାର, ଭୋଜପୁର (ବିହାର)
  17. ସିପାହୀ କୁନ୍ଦନ କୁମାର, ସହର୍ସା (ବିହାର)
  18. ସିପାହୀ ଅମନ କୁମାର, ସମସ୍ତିପୁର (ବିହାର)
  19. ସିପାହୀ ଜୟକିଶୋର ସିଂହ, ବୈଶାଳୀ (ବିହାର)
  20. ସିପାହୀ ଗଣେଶ ହାଁସଦା, ପୂର୍ବ ସିଂହଭୂମ (ଝାଡ଼ଖଣ୍ଡ)
About the Author