Gandhi Jayanti 2021: ବାପୁଙ୍କ ଏହି ୧୦ଟି ବିଚାର ଆପଣଙ୍କ ଜୀବନରେ ଆଣିଦେବ ପରିବର୍ତ୍ତନ
Advertisement

Gandhi Jayanti 2021: ବାପୁଙ୍କ ଏହି ୧୦ଟି ବିଚାର ଆପଣଙ୍କ ଜୀବନରେ ଆଣିଦେବ ପରିବର୍ତ୍ତନ

ମହାତ୍ମା ଗାନ୍ଧୀ ଅହିଂସାକୁ ତାଙ୍କ ଜୀବନର ଆଦର୍ଶ ଭାବେ ଅନୁସରଣ କରି କରି ବ୍ରିଟିଶମାନଙ୍କୁ ଭାରତ ଛାଡିବାକୁ ବାଧ୍ୟ କରିଥିଲେ। କୁହାଯାଏ ଯେ, କୌଣସି ବ୍ୟକ୍ତି ମହାନ ଜନ୍ମ ହୁଅନ୍ତି ନାହିଁ, ତାଙ୍କର ଆଦର୍ଶ, ଚିନ୍ତାଧାରା ଏବଂ ସରଳତା ହିଁ ତାଙ୍କୁ ମହାନ କରିଥାଏ। 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ। ସେ ୨ ଅକ୍ଟୋବର ୧୮୬୯ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀ ତାଙ୍କ ଜୀବନରେ ସତ୍ୟ ଏବଂ ଅହିଂସା ମାର୍ଗ ବାଛିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।

ମହାତ୍ମା ଗାନ୍ଧୀ ଅହିଂସାକୁ ତାଙ୍କ ଜୀବନର ଆଦର୍ଶ ଭାବେ ଅନୁସରଣ କରି କରି ବ୍ରିଟିଶମାନଙ୍କୁ ଭାରତ ଛାଡିବାକୁ ବାଧ୍ୟ କରିଥିଲେ। କୁହାଯାଏ ଯେ, କୌଣସି ବ୍ୟକ୍ତି ମହାନ ଜନ୍ମ ହୁଅନ୍ତି ନାହିଁ, ତାଙ୍କର ଆଦର୍ଶ, ଚିନ୍ତାଧାରା ଏବଂ ସରଳତା ହିଁ ତାଙ୍କୁ ମହାନ କରିଥାଏ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରି ଆମେ ମଧ୍ୟ ଆମ ଜୀବନରେ ଅନେକ ଭଲ କାମ କରିପାରିବା ଏବଂ ଆମ ଜୀବନକୁ ମହାନ କରିପାରିବା। ଆସନ୍ତୁ ଜାଣିବା ମହାତ୍ମା ଗାନ୍ଧୀଙ୍କ ୧୦ଟି ବିଚାର...

Also Read: ଶନିବାରରେ ସ୍ୱାସ୍ଥ୍ୟ ଓ କର୍ମହାନି ଯୋଗ, ବନ୍ଧୁ ବଦଳାଇବେ ଜୀବନ

  • ଅହିଂସା ହେଉଛି ସବୁଠାରୁ ବଡ ଧର୍ମ, ତାହା ଜୀବନର ଏକ ପଥ।
  • ଯେତେବେଳ ଯାଏଁ ଭୁଲ୍ କରିବାର ସ୍ୱାଧୀନତା ନାହିଁ, ସେତେବେଳ ପର୍ଯ୍ୟନ୍ତ ସ୍ୱାଧୀନତା ନିରର୍ଥକ।
  • ନିଜକୁ ଖୋଜିବାର ସର୍ବୋତ୍ତମ ଉପାୟ ହେଉଛି ଅନ୍ୟମାନଙ୍କ ସେବାରେ ନିଜକୁ ବିଲିନ କରିଗଦେବା।
  • ପାପକୁ ଘୃଣା କର ଏବଂ ପାପୀକୁ ପ୍ରେମ କର।
  • ଯେତେବେଳେ ବି ତୁମେ ପ୍ରତିପକ୍ଷର ସାମ୍ନା କରିବ, ତାଙ୍କୁ ପ୍ରେମ ସହିତ ଜିତିବାକୁ ଚେଷ୍ଟା କର।
  • ଶାନ୍ତି ପାଇଁ ଅନ୍ୟ କୌଣସି ଉପାୟ ନାହିଁ, ଏହାର ଏକମାତ୍ର ଉପାୟ ହେଉଛି ଶାନ୍ତି।
  • ଆଜି ଆପଣ କଣ କରୁଛନ୍ତି ତାହା ଉପରେ ଭବିଷ୍ୟତ ନିର୍ଭର କରେ।
  • ଜଣେ ବ୍ୟକ୍ତିର ଚିନ୍ତାଧାରା ସବୁକିଛି, ସେ ଯାହା ଭାବନ୍ତି ସେ ତାହା ହୋଇଯାଏ।
  • ଯଦିଓ ଜଣେ ବ୍ୟକ୍ତି କିଛି ଶିଖିବାକୁ ଚାହାଁନ୍ତି, ତେବେ ସେ ନିଶ୍ଚିତ ଭାବରେ ତାଙ୍କର ପ୍ରତ୍ୟେକ ଭୁଲରୁ କିଛି ଶିକ୍ଷା ପାଆନ୍ତି।
  • ଆପଣ ଦୁନିଆକୁ ଯେଉଁଭଳି ଦେଖିବାକୁ ଚାହୁଁଛନ୍ତି, ସେଭଳି ନିଜକୁ ଗଢିତୋଳନ୍ତୁ।