)
ଉଜ୍ଜୈନ: କାନପୁର ଏନକାଉଣ୍ଟରର ମୁଖ୍ୟ ଖଳନାୟକ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ। ଉଜ୍ଜୈନର ମହାକାଳ ମନ୍ଦିରରୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରିଛି। ବିକାଶ ମହାକାଳ ମନ୍ଦିରରେ ଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ ମନ୍ଦିରର ସୁରକ୍ଷାକର୍ମୀ। ତେବେ ମନ୍ଦିରରେ ପ୍ରବେଶ କରୁଥିବା ସମୟରେ ମନ୍ଦିରର ସୁରକ୍ଷା କର୍ମୀ ଲଖନ ସିଂହଙ୍କର ନଜର ବିକାଶ ଉପରେ ପଡ଼ିଥିଲା। ସେହିଁ ପ୍ରଥମେ ବିକାଶକୁ ଦେଖି ପୋଲିସ ଓ ଅନ୍ୟାନ୍ୟ ମନ୍ଦିର କର୍ମୀଙ୍କୁ ସୂଚନା ଦେଇଥିଲେ।
ଏନେଇ ମନ୍ଦିରର ସୁରକ୍ଷା କର୍ମୀ ଲଖନ ସିଂହ କହିଛନ୍ତି କି, ମୁଁ ପ୍ରଥମେ ଲଖନ ସିଂହକୁ ଦେଖିଥିଲି। ମୋର ସନ୍ଦେହ ହେବାକୁ ପ୍ରଥମେ ମୁଁ ମୋ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲି। ସେ ଆହୁରି ମଧ୍ୟ କହିଥିଲେ କି, ଆମେମାନେ ଆରମ୍ଭରୁ ହିଁ ବିକାଶ ଦୁବେର ଫଟୋକୁ ଦେଖି ସାରିଥିଲୁ। ତାକୁ ଦେଖିବା ପରେ ଲାଗିଲା ଯେ, ସେ ମନ୍ଦିରକୁ ଭଗବାନଙ୍କର ଦର୍ଶନ ପାଇଁ ଆସିଛି। ତେବେ ତାକୁ ଦେଖିବା ପରେ ଆମର ସନ୍ଦେହ ଘନିଭୁତ ହେବାରୁ ଆମର ବିଭାଗୀୟ ଅଧିକାରୀଙ୍କୁ ଆମେ ସୂଚନା ଦେଇଥିଲୁ।
ସେ ଆହୁରି ମଧ୍ୟ କହିଛନ୍ତି କି, ଆମର ଉପରିସ୍ଥ ଅଧିକାରୀ ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସକୁ ସୂଚନା ଦେଇଥିଲୁ। ବିକାଶ ପ୍ରାୟ ସକାଳ ୭ଟା ବେଳକୁ ହିଁ ମନ୍ଦିର ଆସିଥିଲା। ମନ୍ଦିରର ପଛପଟ ଗେଟ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ସଫଳ ନ ହେବାରୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ବୁଲାବୁଲି କରିଥିଲା। ଆମେ ତାକୁ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରିଥିଲୁ। ମନ୍ଦିରରେ ତା ସହିତ ଆହୁରି ଦୁଇ ତିନି ଜଣ ଲୋକ ଥିଲେ ବୋଲି ସେ କହିଛନ୍ତି।
ପୋଲିସକୁ ସୂଚନା ଦେବା ପରେ ସଦଳବଳେ ଆସି ତାକୁ ଗିରଫ କରିନେଇଥିଲେ। ସୂଚନାଯୋଗ୍ୟ ବିକାଶ ଓ ତାର କିଛି ସହଯୋଗୀ ଗତ ସପ୍ତାହରେ ୮ ଜଣ ପୋଲିସକୁ ଗୁଳି କରି ହତ୍ୟା କରିଥିଲେ। ବିକାଶ ଓ ତାର ସହଯୋଗୀଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲା ବିକାଶ।