ନଭେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ । ନଭେମ୍ବର ୧ରୁ ଏଲପିଜି ଗ୍ୟାସ ସିଲିଣ୍ଡରର ହୋମ ଡେଲିଭରି ପାଇଁ ବଦଳିବ ନିୟମ । ଗ୍ୟାସ ସିଲିଣ୍ଡର ବୁକ୍ କଲାବେଳେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ଆଉ ଏହି କୋଡକୁ ଡେଲିଭରି ବଏଙ୍କୁ ଦେଖାଇବା ପରେ ଯାଇ ଆପଣଙ୍କୁ ଗ୍ୟାସ ମିଳିବ ।
Trending Photos
)
ଜିନୁ ଜେନା, ନୂଆଦିଲ୍ଲୀ: ନଭେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ । ନଭେମ୍ବର ୧ରୁ ଏଲପିଜି ଗ୍ୟାସ ସିଲିଣ୍ଡରର ହୋମ ଡେଲିଭରି ପାଇଁ ବଦଳିବ ନିୟମ । ଗ୍ୟାସ ସିଲିଣ୍ଡର ବୁକ୍ କଲାବେଳେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ଆଉ ଏହି କୋଡକୁ ଡେଲିଭରି ବଏଙ୍କୁ ଦେଖାଇବା ପରେ ଯାଇ ଆପଣଙ୍କୁ ଗ୍ୟାସ ମିଳିବ ।
ନୂଆ ସିଲିଣ୍ଡର ପଲିସି ଅନୁସାରେ, ସମସ୍ତ ଗ୍ରାହକଙ୍କୁ ସେମାନଙ୍କର ନାଁ, ଠିକଣା ଏବଂ ମୋବାଇଲ ନମ୍ବର ଅପଡେଟ୍ କରିବାକୁ ହେବ । ଅନ୍ୟପକ୍ଷରେ ଗ୍ରାହକ SMS ମାଧ୍ୟମରେ ଗ୍ୟାସ ବୁକ୍ କରିବାର ନୂଆ ସୁଯୋଗ ଦେଇଛି ଇଣ୍ଡେନ ଗ୍ୟାସ୍ କମ୍ପାନୀ । ଯଦି ଆପଣ ଜଣେ ଇଣ୍ଡେନ୍ ଗ୍ରାହକ, ତେବେ ଆପଣଙ୍କୁ ନୂତନ ନମ୍ବର 7718955555 କୁ କଲ କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାକୁ ପଡିବ । ଯଦି ଆପଣ କରିପାରିବେ ନାହିଁ ତେବେ ଆପଣ ନିଜ ପଞ୍ଜିକୃତ ମୋବାଇଲ ନମ୍ବରରୁ 7588888824 ହ୍ବାଟ୍ସଆପରେ ମେସେଜ ଦେଇ ଗ୍ୟାସ୍ ସିଲିଣ୍ଡର ବୁକିଂ କରିପାରିବେ ।
ମାସର ପହିଲାରେ ଗ୍ୟାସ ସିଲିଣ୍ଡର ଦରରେ ହୋଇଥାଏ ପରିବର୍ତ୍ତନ । ଏହାରି ମଧ୍ୟରେ ନଭେମ୍ବର ୧ରୁ ମଧ୍ୟ ଗ୍ୟାସ ଦରରେ ପରିବର୍ତ୍ତନ ହୋଇପାରେ । ଅକ୍ଟୋବର ମାସରେ ଗ୍ୟାସ ସିଲିଣ୍ଡର ଦରବୃଦ୍ଧି କରାଯାଇଥିଲା । ନଭେମ୍ବର ପହିଲାରୁ ଦେଶରେ ଯାତାୟାତ କରୁଥିବା ଟ୍ରେନର ସମୟ ବଦଳିବ। ପୂର୍ବରୁ ପ୍ରତିବର୍ଷ ଅକ୍ଟୋବର ପହିଲାରେ ଟ୍ରେନର ସମୟ ବଦଳୁଥିଲା। ହେଲେ ଚଳିତ ବର୍ଷ ଏହା ନଭେମ୍ବର ୧ରୁ ବଦଳିବ ବୋଲି କୁହାଯାଇଛି।
ଏସିବିଆଇ ସଞ୍ଚୟ ଖାତାରେ ମିଳିବ କମ୍ ସୁଧ। ଯେଉଁ ଖାତାଗୁଡ଼ିକରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ରହିଛି ନଭେମ୍ବର ୧ରୁ ଏହା ଉପରେ ସୁଧ ହାର ୦.୨୫ ପ୍ରତିଶତ ହ୍ରାସ ଘଟି ୩.୨୫ ପ୍ରତିଶତ ହୋଇଯିବ। ୧ ଲକ୍ଷରୁ ଅଧିକ ଜମା ଥିଲେ ରେପୋ ରେଟ୍ ହିସାବରେ ସୁଧ ମିଳିବ। ବ୍ୟାଙ୍କ ଅଫ ବରୋଦାରେ ଧାର୍ଯ୍ୟ ସୀମା ଠାରୁ ଅଧିକ ବ୍ୟାଙ୍କିଂ କଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ।