Advertisement
Article Detail0/zeeodisha/odisha667664
Zee OdishaOdisha National-Internationalଗରୀବଙ୍କୁ ୯୫,୦୦୦ ମିଲ୍ସ ବାଣ୍ଟିଲେ ଗୌରୀ ଖାନ୍, କହିଲେ-ଏହା କେବଳ ଆରମ୍ଭ...

ଗରୀବଙ୍କୁ ୯୫,୦୦୦ ମିଲ୍ସ ବାଣ୍ଟିଲେ ଗୌରୀ ଖାନ୍, କହିଲେ-ଏହା କେବଳ ଆରମ୍ଭ...

ମୀର ଫାଉଣ୍ଡେସନର ପୋଷ୍ଟ ସେୟାର କରି ଗୌରୀ ଏହାର ସୂଚନା ଦେଇଛନ୍ତି । ରୋଟି ବ୍ୟାଙ୍କ ଫାଉଣ୍ଡେସନ, ମିର ଫାଉଣ୍ଡେସନ ସହଯୋଗରେ ମୁମ୍ବାଇର ଗରିବ ଲୋକଙ୍କୁ ୯୫,୦୦୦ ମିଲ୍ସ ଯୋଗାଇ ଦେଇଛି । ଏହା କେବଳ ଏକ ଆରମ୍ଭ, ଏହିପରି ଅନେକ କାର୍ଯ୍ୟ ଆହୁରି କରାଯିବ ବୋଲି ଗୌରୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ।

ଗରୀବଙ୍କୁ ୯୫,୦୦୦ ମିଲ୍ସ ବାଣ୍ଟିଲେ ଗୌରୀ ଖାନ୍, କହିଲେ-ଏହା କେବଳ ଆରମ୍ଭ...

ମୁମ୍ୱାଇ: କୋରୋନା ଭାଇରସରୁ ଉତ୍ପନ୍ନ ଏହି ସଙ୍କଟ ସମୟରେ ଶାହରୁଖ ଖାନ ଏବଂ ଗୌରୀ ଖାନ ମିଶି ଚମତ୍କାର କାର୍ଯ୍ୟ କରୁଛନ୍ତି । ମହାରାଷ୍ଟ୍ରରେ ଶାହାରୁଖ ଖାନ ୨୫,୦୦୦ PPE କିଟ୍ ଦେବା ଖବର ପାଇବା ପରେ ଗୌରୀ ଖାନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଶାହରୁଖ ଖାନଙ୍କ ପତ୍ନୀ ତଥା ନିର୍ମାତା ଗୌରୀ ଖାନ ସୂଚନା ଦେଇଛନ୍ତି ଯେ, ମୁମ୍ବାଇରେ କୋରୋନା ଭାଇରସ ଯୋଗୁଁ ଲକ୍ ଡାଉନ ସମୟରେ ଗରିବ ଲୋକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୫,୦୦୦ ମିଲ୍ସ ବଣ୍ଟନ କରାଯାଇଛି । ଏହାପରେ ଗୌରୀ ଖାନଙ୍କ ଏହି ପୋଷ୍ଟ ଉପରେ ଜବରଦସ୍ତ ପ୍ରତିକ୍ରିୟା ଆସୁଛି ।

ମୀର ଫାଉଣ୍ଡେସନର ପୋଷ୍ଟ ସେୟାର କରି ଗୌରୀ ଏହାର ସୂଚନା ଦେଇଛନ୍ତି । ରୋଟି ବ୍ୟାଙ୍କ ଫାଉଣ୍ଡେସନ, ମିର ଫାଉଣ୍ଡେସନ ସହଯୋଗରେ ମୁମ୍ବାଇର ଗରିବ ଲୋକଙ୍କୁ ୯୫,୦୦୦ ମିଲ୍ସ ଯୋଗାଇ ଦେଇଛି । ଏହା କେବଳ ଏକ ଆରମ୍ଭ, ଏହିପରି ଅନେକ କାର୍ଯ୍ୟ ଆହୁରି କରାଯିବ ବୋଲି ଗୌରୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ।

ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ଶାହରୁଖ ଖାନ୍ କୋରୋନା ଭାଇରସ ମୁକାବିଲା ପାଇଁ ଟଙ୍କା ଦାନ କରିବା ସହିତ ଅନେକ ବଡ ଘୋଷଣା କରିଛନ୍ତି । ବର୍ତ୍ତମାନ ଖବର ଆସୁଛି ଯେ ଏହି ସଙ୍କଟରେ ସେ ପୁଣି ଏକ ବଡ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ଶାହାରୁଖ ଖାନ କୋରୋନା ଭୂତାଣୁ (କୋଭିଡ 19) ସହିତ ଲଢ଼ୁଥିବା ମେଡିକାଲ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଏବଂ ୨୫,୦୦୦ PPE କିଟ୍ ଦାନ କରିଛନ୍ତି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି ।

Add Zee News as a Preferred Source
About the Author