ମଦ ଦୋକାନରେ ଭିଡ଼କୁ ଦେଖି ଗମ୍ଭୀର କହିଲେ ଏପରି କିଛି...
Advertisement
Article Detail0/zeeodisha/odisha676585

ମଦ ଦୋକାନରେ ଭିଡ଼କୁ ଦେଖି ଗମ୍ଭୀର କହିଲେ ଏପରି କିଛି...

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଦିଲ୍ଲୀରେ କୋରୋନା ଭୂତାଣୁ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାର ୪୨୭ ନୂତନ ପଜିଟିଭ ମାମଲା ଦେଖାଦେଇଛି । ଏହା ସହିତ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୪୯ରେ ପହଞ୍ଚିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ଭାଇରସ ସଙ୍କଟ ଜାରି ରହିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହାସହ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ମେ ୧୭ ପର୍ଯ୍ୟନ୍ତ  ଲକଡାଉନକୁ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଦେଶରେ ତୃତୀୟ ପର୍ଯ୍ୟାୟରେ ଲକଡାଉନରେ ମଦ ଏବଂ ପାନ ମସଲା ଦୋକାନ ଖୋଲିବାକୁ ଅନୁମତି ମିଳିଛି । ଫଳରେ ଲୋକମାନେ ଆଜି(ସୋମବାର) ସକାଳୁ ମଦ ଦୋକୋନା ଆଗରେ ଲମ୍ୱା ଲାଇନ ଦେଇଥିଲେ । ବିଶେଷ କରି ଦିଲ୍ଲୀରେ ମଦ କିଣିବା ପାଇଁ ଲୋକମାନେ ଯେପରି ସାମାଜିକ ଦୂରତା ନିୟମର ଉଲ୍ଲଘନ କରିଛନ୍ତି । 

ମଦ ଦୋକାନ ଆଗରେ ଆଜି ଲୋକଙ୍କ ଭିଡ଼ ଜମିଥିଲା । ଫଳରେ ପୋଲିସଙ୍କୁ ବାଧ୍ୟ ହୋଇ ଲାଠିଚାର୍ଜ ମଧ୍ୟ କରିବାକୁ ପଡ଼ିଛି । ଏଭଳି ପରିସ୍ଥିତିରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ବିଜେପି ସାଂସଦ ଗୌତମ ଗମ୍ଭୀର ଟ୍ୱିଟ୍ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗମ୍ଭୀର ଟ୍ୱିଟ୍ କରି ଲେଖିଛନ୍ତି, ଆଜି ଦିଲ୍ଲୀ ପାଇଁ ଜୀବନ ଠାରୁ ମଦ ବହୁତ ବଡ଼ ଆବଶ୍ୟକତା ହୋଇଯାଇଛି !! ଲଜ୍ଜାଜନକ ଦୃଶ୍ୟ !

;