ଶ୍ମଶାନ ଘାଟରେ ଭୁଷୁଡିଲା ଛାତ, ୨୫ ମୃତ
Advertisement

ଶ୍ମଶାନ ଘାଟରେ ଭୁଷୁଡିଲା ଛାତ, ୨୫ ମୃତ

ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ବର୍ଷା ହେବା କାରଣରୁ ମଶାଣୀରେ ଉପସ୍ଥିତ ଥିବା ଲୋକ ସେଠାରେ ନିର୍ମିତ ହେଉଥିବା କଂକ୍ରିଟ ଛାତ ତଳକୁ ଚାଲି ଆସିଥିଲେ। ବର୍ଷା ଫଳରେ ନିର୍ମାଣାଧିନ ଛାତ ଭୁଶୁଡି ପଡିବାରୁ ସେଠାରେ ଆଶ୍ରୟ ନେଇଥିବା ୨୫ ଲୋକ ଛାତ ତଳେ ଦବି ଯାଇଥିଲେ।

ଶ୍ମଶାନ ଘାଟରେ ଭୁଷୁଡିଲା ଛାତ, ୨୫ ମୃତ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ମୁରାଦନଗର ଠାରେ ଥିବା ଏକ ଶ୍ମଶାନ ଘାଟର ଛାତ ଭୁଷୁଡି ପଡିବାରୁ ମୃତକଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଅନ୍ୟପଟେ ୧୬ ଜଣ ଆହତ ହୋଇଛନ୍ତି। ଏ ଘଟଣାରେ ମୃତକଙ୍କ ପରିବାର ଲୋକ ଆର୍ଥିକ ସହାୟତା ସହ ସରକାରୀ ଚାକିରୀ ଦାବି କରିଛନ୍ତି।  

ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ସଦସ୍ୟ ରହିଥିବା ଜଣାପଡିଛି। ଏ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏ ଘଟଣାରେ ଗାଜିଆବାଦ ଗ୍ରାମୀଣ ଏସପି ଡ.ଇରାଜ ରାଜାଙ୍କ କହିବା ଅନୁସାରେ ଏହି ମାମଲାରେ ପୋଲିସ ୩ ଲୋକଙ୍କୁ ଗିରଫ କରିସାରିଛି। 

ସେମାନେ ହେଉଛନ୍ତି  ଗାଜିଆବାଦ ନଗର ନିଗମ EO ନିହାରିକା ସିଂହ, ଜେଇ ସିପି ସିଂହ, ସୁପରଭାଇଜର ଆଶୀଷ। ଠିକାଦାର ଅଜୟ ତ୍ୟାଗୀଙ୍କ ସହ ଅନ୍ୟାନ୍ୟ ଲୋକ ଏ ଘଟଣାରେ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ଜେଲକୁ ପଠାଯାଇଛି। ଏହା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଳାତକ ଅଭିଯୁକ୍ତଙ୍କୁ ଧରିବା ପାଇଁ ୪ଟି ପୋଲିସ ଟିମ୍ ନିୟୋଜିତ ହୋଇଛି।    

ଏ ଘଟଣାରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ଗାଜିଆବାଦସ୍ଥିତ ମୁରାଦନଗର ଶ୍ମଶାନ ଘାଟ ପରିସରରେ ଲୋକଙ୍କ ସୁବିଧା ଲାଗି କଂକ୍ରିଟ ଛାତ ନିର୍ମାଣ କରାଯାଉଥିଲା। ରବିବାର ଏହି ମାଶାଣୀରେ  ରାମଧନ ନାମକ ଜଣେ ମୃତକ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ଅନେକ ଲୋକ ସେଠାରେ ଏକାଠି ହୋଇଥିଲେ। 

ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ବର୍ଷା ହେବା କାରଣରୁ ମଶାଣୀରେ ଉପସ୍ଥିତ ଥିବା ଲୋକ ସେଠାରେ ନିର୍ମିତ ହେଉଥିବା କଂକ୍ରିଟ ଛାତ ତଳକୁ ଚାଲି ଆସିଥିଲେ। ବର୍ଷା ଫଳରେ ନିର୍ମାଣାଧିନ ଛାତ ଭୁଶୁଡି ପଡିବାରୁ ସେଠାରେ ଆଶ୍ରୟ ନେଇଥିବା ୨୫ ଲୋକ ଛାତ ତଳେ ଦବି ଯାଇଥିଲେ। ଏ ଘଟଣା ବାବଦରେ ଖବର ପାଇବା ପରେ ପୋଲିସ ଶ୍ମଶାନ ଘାଟରେ ପହଞ୍ଚି ଛାତ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରି ଦେଇଥିଲା।

ଭୁଷୁଡି ପଡିଥିବା ଛାତର ଭଗ୍ନାବଶେଷ ହଟାଇବା ଲାଗି କ୍ରେନକୁ ଡକାଯାଇଥିଲା। ଏ ଘଟଣାରେ ୧୫ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଆହତଙ୍କୁ ଚିକିତ୍ସା ଲାଗି ଭିନ୍ନ ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାର ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ମୀରଟ ଜୋନ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।   

ପ୍ରତିରକ୍ଷା ମନ୍ତ୍ରୀ ତଥା ଲକ୍ଷ୍ନୌ ସାଂସଦ ରାଜନାଥ ସିଂହ ଏ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଏନେଇ ଟ୍ୱିଟ କରି ସେ କହିଛନ୍ତି ଗାଜିଆବାଦ ମୁରାଦନଗର ଶ୍ମଶାନଘାଟରେ ଛାତ ଭୁଷୁଡି ପଡିବା କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ଖବର ମୋତେ ଗଭୀର ଦୁଃଖ ଦେଇଛି। ଏହି ଘଣ୍ଟାରେ ମୁଁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି।