ଗୁଳୁଛି କରିବ କୋରୋନା ଚିକିତ୍ସା! ପରୀକ୍ଷଣ ଲାଗି ମଞ୍ଜୁରୀ ଦେଲା ଆୟୁଷ ମନ୍ତ୍ରଣାଳୟ
Advertisement

ଗୁଳୁଛି କରିବ କୋରୋନା ଚିକିତ୍ସା! ପରୀକ୍ଷଣ ଲାଗି ମଞ୍ଜୁରୀ ଦେଲା ଆୟୁଷ ମନ୍ତ୍ରଣାଳୟ

କୋରୋନାର ମୁକାବିଲା ଲାଗି ପ୍ରାଚୀନ ଭାରତୀୟ ଚିକିତ୍ସା ପଦ୍ଧତି, ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ଜଡିବୁଟି ଉପରେ ମଧ୍ୟରେ ଗବେଷଣା ଆରମ୍ଭ ହୋଇଗଲାଣି । ଆୟୁର୍ବେଦିକ ଜଡିବୁଟି ମାଧ୍ୟମରେ ଫଳପ୍ରଦ କୋରୋନା ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ଆୟୂଷ ମନ୍ତ୍ରଣାଳୟ ।

ଗୁଳୁଛି କରିବ କୋରୋନା ଚିକିତ୍ସା! ପରୀକ୍ଷଣ ଲାଗି ମଞ୍ଜୁରୀ ଦେଲା ଆୟୁଷ ମନ୍ତ୍ରଣାଳୟ

ନୂଆଦିଲୀ: ବିଶ୍ୱ ମହାମାରୀ କୋରୋନା (World Pandemic Corona) ର ମୁକାବିଲା ଲାଗି ଏବେ ସମସ୍ତ ପ୍ରଭାବିତ ଦେଶ ନିଜ ନିଜ ସ୍ତରରେ ଏହାର ଔଷଧ ଖୋଜିବାରେ ଲାଗିପଡିଛନ୍ତି । ଏହି ଅଭିଯାନରେ ପାଦେ ଆଗେଇଛି ଭାରତ । କୋରୋନା ସଂକ୍ରମଣ, ଏହା ଦ୍ୱାରା ହେଉଥିବା ମୃତ୍ୟୁକୁ ନିୟନ୍ତ୍ରଣ କରିବା ଲାଗି ସମଗ୍ର ବିଶ୍ୱ ଜାରି ରଖିଛି ଉଦ୍ୟମ । ଏପରିକି କୋରୋନା ଟୀକା (Cororna Vaccine), ଔଷଧ (Medicine) ର ପରୀକ୍ଷଣ ଆରମ୍ଭ ହୋଇଗଲାଣି ।

କୋରୋନାର ମୁକାବିଲା ଲାଗି ପ୍ରାଚୀନ ଭାରତୀୟ ଚିକିତ୍ସା ପଦ୍ଧତି, ଆୟୁର୍ବେଦ (Ayurved) ଶାସ୍ତ୍ରରେ ବର୍ଣ୍ଣିତ ଜଡିବୁଟି (Herb) ଉପରେ ମଧ୍ୟରେ ଗବେଷଣା ଆରମ୍ଭ ହୋଇଗଲାଣି । ଆୟୁର୍ବେଦିକ ଜଡିବୁଟି (Ayurvedic Herb) ମାଧ୍ୟମରେ ଫଳପ୍ରଦ କୋରୋନା ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ଆୟୂଷ ମନ୍ତ୍ରଣାଳୟ (Ayush Ministry) । ଏହି କ୍ରମରେ ଭାରତରେ ଜଡିବୁଟି ଭାବେ ବ୍ୟବହାର ହେଉଥିବା ଗୁଳୁଛି (Giloy) ର ପ୍ରଭାବ ବାବଦରେ ଆକଳନ କରିବାକୁ କ୍ଲିନିକାଲ ପରୀକ୍ଷଣ (Clinical Trial) ଲାଗି ମଞ୍ଜୁରୀ ମିଳିସାରିଛି ।

ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦିକ ସଂସ୍ଥାନ (All India Institute of Ayurveda), ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦ (Council of Scientific and Industrial Research) ଅଧିନସ୍ଥ  ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (Institute of Genomics and Integrative Biology) ସହ ମିଶି ଏହି କ୍ଲିନିକାଲ ପରୀକ୍ଷଣ କରିବ । ଏହି ପରୀକ୍ଷଣର ପଦ୍ଧତି ସମ୍ବନ୍ଧରେ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । 

ଏନେଇ ମିଳିଥିବା ତଥ୍ୟ ଅନୁସାରେ ଗୁଳୁଛି ଆଡୁସା (Adusa), ଲାସୋଡା (Lasoda) ନାମରେ ମଧ୍ୟ ଜଣାଶୁଣା । ଏହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଶ୍ୱାସକ୍ରିୟାର ସମସ୍ୟା ପାଇଁ ଏହା ଏକ ପ୍ରଭାବଶାଳୀ ଔଷଧ ଭାବେ ଜଣାଶୁଣା । ଶୁଖିଲା କାଶର ସମସ୍ୟା ହେଉଛି କରୋନାର ପ୍ରଥମ ଲକ୍ଷଣ । ଗୁଳୁଛି କରୋନା ସଂକ୍ରମିତଙ୍କ ଲାଗି ଏକ ରାମବାଣ ଔଷଧ । ଏହା ରୋଗ ପ୍ରତିରୋଧକ ଶକ୍ତି (Immunity Power) ବଢାଇବାରେ ସାହାଯ୍ୟ କରିଥାଏ । 

ଗୁଲୁଛି ପତ୍ର ସବୁଜ ଏବଂ ଚଟାଣ ପତ୍ର ପରି ପ୍ରଶସ୍ତ । ଏହା ଏକ ଲତାଜାତୀୟ ଗଛ । ଏହା ଯେଉଁ ଗଛରେ ବଢେ ତାହା ସେହି ଗଛର ଗୁଣକୁ ଅବଶୋଷଣ କରିଥାଏ । ଗୁଳୁଛି ଯଦି ନିମ୍ଭ ଗଛରେ ବଢିଥାଏ, ତାହେଲେ ଏହାକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହା ଜ୍ୱର, ବାନ୍ତି, ଶୁଖିଲା କାଶ ଲାଗି ଔଷଧ ଭାବେ ବ୍ୟବହୃତ ହୁଏ ।