ପ୍ରେମିକ ଘର ଆଗରେ ଧାରଣା: ଏକା ଜିଦ୍, ମୋତେ ବାହା ହୁଅ...
Advertisement

ପ୍ରେମିକ ଘର ଆଗରେ ଧାରଣା: ଏକା ଜିଦ୍, ମୋତେ ବାହା ହୁଅ...

ପ୍ରିୟଙ୍କାଙ୍କ ଅଭିଯୋଗ ଏହା ଯେ, ରାଜଦୀପ ସିଂହ ରାୟ ନାମକ ଜଣେ ଯୁବକଙ୍କ ସହ ତାଙ୍କର ୩ ବର୍ଷ ହେଲା ସମ୍ପର୍କ ଅଛି । ଉଭୟେ ପରସ୍ପରକୁ ଭଲ ପାଉଥିଲେ । ତେବେ ଗତ କିଛି ମାସ ହେଲା ଧରାଛୁଆଁ ଦେଉନାହାଁନ୍ତି ପ୍ରେମିକ ରାଜଦୀପ । 

ପ୍ରେମିକ ଘର ଆଗରେ ଧାରଣା: ଏକା ଜିଦ୍, ମୋତେ ବାହା ହୁଅ...

କଲିକତା: ମାସ୍କ ପିନ୍ଧିଛନ୍ତି, ସାମାଜିକ ଦୂରତ୍ୱ ନିୟମ ବି ପାଳନ କରିଛନ୍ତି । ପ୍ରେମିକ ଘର ଆଗରେ  ଧାରଣା ଦେଇଛନ୍ତି ଯୁବତୀ । ପ୍ରେମିକ ବାହା ହେବାକୁ ମନାକରିବାରୁ ଶେଷରେ ଏଭଳି କିଛି ଢଙ୍ଗରେ ପ୍ରତିବାଦ କରିଛନ୍ତି । ଏକା ଜିତ୍, ମୋତେ ବାହା ହୁଅ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ଧାରଣା ସମୟରେ ସମସ୍ତ ପ୍ରକାର କୋଭିଡ ନିୟମ ମଧ୍ୟ ମାନିଥିଲେ ପ୍ରେମିକା । 

ପଶ୍ଚିମବଙ୍ଗ(West Bengal) ଜଲପାଇଗୁଡ଼ି (Jalpaiguri) ଅଞ୍ଚଳର ଏ ଘଟଣା । ଅଲିପୁରଦୁଆର ବାବୁରହାଟରେ ଦେଖିବାକୁ ମିଳିଛି ଏପରି କିଛି । ଧାରଣାରେ ବସିଥିବା ଯୁବତୀଙ୍କ ନାଁ ପ୍ରିୟଙ୍କା କାଜୀ । ନିଜ ପ୍ରେମିକଙ୍କ ଘର ସାମ୍ନାରେ ସେ ଧାରଣା ଦେଇଛନ୍ତି । ପ୍ରିୟଙ୍କାଙ୍କ ଅଭିଯୋଗ ଏହା ଯେ, ରାଜଦୀପ ସିଂହ ରାୟ ନାମକ ଜଣେ ଯୁବକଙ୍କ ସହ ତାଙ୍କର ୩ ବର୍ଷ ହେଲା ସମ୍ପର୍କ ଅଛି । ଉଭୟେ ପରସ୍ପରକୁ ଭଲ ପାଉଥିଲେ । ତେବେ ଗତ କିଛି ମାସ ହେଲା ଧରାଛୁଆଁ ଦେଉନାହାଁନ୍ତି ପ୍ରେମିକ ରାଜଦୀପ । 

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି, ଉଭୟ ବିବାହ କରିବାକୁ ଚାହୁଁଥିଲେ । ଆଉ ଏଥିପାଇଁ ଉଭୟଙ୍କ ପରିବାର ଲୋକେ ମଧ୍ୟ ରାଜି ହୋଇଥିଲେ । ତେବେ ଏତେସବୁ କଥା ପରେ ମଧ୍ୟ ପରବର୍ତ୍ତୀ ସମୟରେ କଥା ଆଗକୁ ବଢ଼ାଇଲେ ନାହିଁ ପ୍ରେମିକ ଓ ତାଙ୍କ ପରିବାର । ଶେଷରେ ଗତକାଲି(ଶନିବାର) ଅପରାହ୍ନରେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଥିଲେ ପ୍ରିୟଙ୍କା । ସମସ୍ତ ପ୍ରକାର କୋଭିଡ ନିୟମ ମାନି ଧାରଣା ଦେଇଥିଲେ, ବାହା ହେବାକୁ ଜିତ କରିଥିଲେ । 

ଅନ୍ୟପଟେ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୁଅ ଘର ସହ ଯୋଗାଯୋଗ କରିଥିଲା ପୋଲିସ । ସ୍ଥାନୀୟ ସରପଞ୍ଚ ମଧ୍ୟ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ ନିଷ୍ପତ୍ତି ହୋଇଛି ।