'ମୁଖ୍ୟମନ୍ତ୍ରୀ ଭଗବାନ ହେଲେ ମଧ୍ୟ ସମସ୍ତଙ୍କୁ ଦେଇପାରିବେ ନାହିଁ ସରକାରୀ ଚାକିରୀ'
Advertisement

'ମୁଖ୍ୟମନ୍ତ୍ରୀ ଭଗବାନ ହେଲେ ମଧ୍ୟ ସମସ୍ତଙ୍କୁ ଦେଇପାରିବେ ନାହିଁ ସରକାରୀ ଚାକିରୀ'

ଏହି ଯୋଜନା ଅଧୀନରେ ସରକାରୀ କର୍ମଚାରୀ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ପହଞ୍ଚିବେ। ଏହା ଦ୍ୱାରା ନିଶ୍ଚିତ ହେବ ଯେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସମ୍ବଳକୁ ବ୍ୟବହାର କରି ପ୍ରତ୍ୟେକ ଗ୍ରାମକୁ ଆତ୍ମନିର୍ଭରଶୀଳ କରାଯିବ। 

'ମୁଖ୍ୟମନ୍ତ୍ରୀ ଭଗବାନ ହେଲେ ମଧ୍ୟ ସମସ୍ତଙ୍କୁ ଦେଇପାରିବେ ନାହିଁ ସରକାରୀ ଚାକିରୀ'

ପାଣାଜୀ: ଶନିବାର ଏକ ସରକାରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଏକ ଅଜବ ବୟାନ ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ (Goa Chief Minister) ଡ.ପ୍ରମୋଦ ସାୱନ୍ତ (Dr.Pramod Sawant)। ଏନେଇ ସେ କହିଛନ୍ତି, " ମୁଖ୍ୟମନ୍ତ୍ରୀ ଭଗବାନ ହେଲେ ମଧ୍ୟ ସମସ୍ତଙ୍କୁ ଦେଇପାରିବେ ନାହିଁ ସରକାରୀ ଚାକିରୀ। " 

ଏହା ସହିତ ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ନିଜେ ଭଗବାନ ରୁହନ୍ତି  ସେ ଏହି କାମ କରିପାରିବେ ନାହିଁ। ସ୍ୱୟଂ ମିତ୍ର ଯୋଜନା ଅଧିନରେ ଏକ ଡିଜିଟାଲ ସମ୍ମିଳନୀ (Digital Conference) ମାଧ୍ୟମରେ ରାଜ୍ୟର ପଞ୍ଚାୟତ ପ୍ରତିନିଧିଙ୍କୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ।

ଏହି ଯୋଜନା ଅଧୀନରେ ସରକାରୀ କର୍ମଚାରୀ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ପହଞ୍ଚିବେ। ଏହା ଦ୍ୱାରା ନିଶ୍ଚିତ ହେବ ଯେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସମ୍ବଳକୁ ବ୍ୟବହାର କରି ପ୍ରତ୍ୟେକ ଗ୍ରାମକୁ ଆତ୍ମନିର୍ଭରଶୀଳ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସେହି ପ୍ରତ୍ୟେକ ବେରୋଜଗାର ମାସିକ ୮-୧୦ ହଜାର ଟଙ୍କା ଆୟ କରିବା ଦରକାର । ଗୋଆରେ ବହୁତ ଚାକିରୀ ଅଛି, ହେଲେ ବାହାରୁ ଆସୁଥିବା ଲୋକେ ଏହାକୁ ହାସଲ କରି ନେଇଛନ୍ତି। ଆମର ଆତ୍ମନିର୍ଭରଶୀଳ ବନ୍ଧୁ ବେରୋଜଗାର ଲୋକଙ୍କୁ ଗ୍ରାମାଞ୍ଚଳରେ ଉପଯୁକ୍ତ ଚାକିରି ଦେବାରେ ସାହାଯ୍ୟ କରିବେ।

ବର୍ତ୍ତମାନ ଗୋଆରେ ବେକାରୀ ହାର ଏହି ସମୟରେ ୧୫.୪ ପ୍ରତିଶତରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ସାୱନ୍ତ ଚଳିତ ମାସରେ ଆୟୋଜିତ କନଫେଡେରେସନ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉଦବେଗ ପ୍ରକାଶ କରିଥିଲେ।