ଶନିବାର ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ଘଟିଛି । ଶୁକ୍ରବାର ଦେଶରେ ରୁପା ମୂଲ୍ୟରେ ୭୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଶନିବାର ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୯୦୦ ଟଙ୍କାରେ ପହଞ୍ଚିଛି ।
Trending Photos
)
ନୂଆଦିଲ୍ଲୀ: ଶନିବାର ସୁନା-ରୁପା ମୂଲ୍ୟ (Gold-Silver Price) ରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଶୁକ୍ରବାର ସୁନା ମୂଲ୍ୟରେ ୧୬୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଶନିବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୬୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଏହାର ମୂଲ୍ୟ ୪୪,୭୬୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୬୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୨,୦୦୦ ଟଙ୍କାରେ ପହଞ୍ଚିଛି । ସେହିପରି ଶୁକ୍ରବାର ଏହାର ମୂଲ୍ୟ ୪୩,୭୬୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କଲେ ମୋଦି ସରକାର
ସେହିପରି ଶନିବାର ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ଘଟିଛି । ଶୁକ୍ରବାର ଦେଶରେ ରୁପା ମୂଲ୍ୟରେ ୭୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଶନିବାର ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୯୦ ଟଙ୍କା ରହିଛି । ଯାହା ଶୁକ୍ରବାର ୬,୫୦୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ଲହରୀ, ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
ଶନିବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ବୃଦ୍ଧି ଘଟିଛି । ଶୁକ୍ରବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୩୩୦ ଟଙ୍କାର ହ୍ରାସ ଘଟିଥିଲା । ସେପଟେ ଶନିବାର ୧୦ ଗ୍ରାମ ସୁନା ମୂଲ୍ୟରେ ୨୨୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୭୧୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟ ୪୫,୫୯୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୧,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ୪୧,୭୦୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ଭ୍ୟାକ୍ସିନ ଲଗାଇବା ପରେ ମଧ୍ୟ କୋରୋନା ସଂକ୍ରମିତ ହେଲେ ପରେଶ ରାୱଲ
ସେପଟେ ଶନିବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଶୁକ୍ରବାର ରାଜଧାନୀରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟି ଥଲା । ଅନ୍ୟପଟେ ଶନିବାର ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୯୩୦ ଟଙ୍କା ରହିଛି । ଯାହା ଶୁକ୍ରବାର ୬,୯୫୦ ଟଙ୍କା ଥିଲା ।