ଆହୁରି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
Advertisement

ଆହୁରି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

Gold-Silver Rate: ଆଜି (ରବିବାର) ଅର୍ଥାତ ଏପ୍ରିଲ ୨୪ରେ ସୁନା ମୂଲ୍ୟ (Gold Silver Price) ରେ ହ୍ରାସ ଘଟିଥିବାବେଳେ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଦେଶରେ ଗତକାଲି (ଶନିବାର) ସୁନା ମୂଲ୍ୟରେ ୩୩୦ ଟଙ୍କାର ହ୍ରାସ ଘଟିଛି । ସେହିପରି ଆଜି ଦେଶରେ ୨୪ କ

ଆହୁରି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ନୂଆଦିଲ୍ଲୀ: Gold-Silver Rate: ଆଜି (ରବିବାର) ଅର୍ଥାତ ଏପ୍ରିଲ ୨୪ରେ ସୁନା ମୂଲ୍ୟ (Gold Silver Price) ରେ ହ୍ରାସ ଘଟିଥିବାବେଳେ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଦେଶରେ ଗତକାଲି (ଶନିବାର) ସୁନା ମୂଲ୍ୟରେ ୩୩୦ ଟଙ୍କାର ହ୍ରାସ ଘଟିଛି । ସେହିପରି ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୩,୪୪୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୩,୪୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୮,୯୯୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୯,୦୦୦ ଟଙ୍କା ଥିଲା ।
 
ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟିଥିବାବେଳେ ଆଜି ରୁପା ଦରରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୬୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୭୦ ଟଙ୍କା ରହିଛି । ଯାହା ଗତକାଲି ୬,୬୬୦ ଟଙ୍କା ଥିଲା ।

ଆଜି ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Price) ରେ ମଧ୍ୟ ହ୍ରାସ ଘଟିଛି । ଗତକାଲି ଭୁବନେଶ୍ୱରରେ ସୁନା ଦରରେ ୩୩୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୫୩,୪୪୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୩,୪୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୯୯୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୯,୦୦୦ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କୁ ଚେତାବନୀ ଦେଇଥିବା ମୌଲାନାଙ୍କ ୨୪ ଘଣ୍ଟା ମଧ୍ୟରେ ୟୁଟର୍ଣ୍ଣ, ଲାଉଡସ୍ପିକରକୁ ନେଇ କହିଲେ ଏପରି କିଛି

ଏହା ବି ପଢ଼ନ୍ତୁ:-ଏଣିକି ଋଷ ଉପରେ କାଳ ହୋଇ ବର୍ଷିବ 'ଭୂତ ଡ୍ରୋନ', ୟୁକ୍ରେନ ପାଇଁ ଆମେରିକା ତିଆରି କଲା ଏହି ଖାସ୍ ଅସ୍ତ୍ର

ଏହା ବି ପଢ଼ନ୍ତୁ:-ଏସବୁ ଦେଶରେ ରହିଛି ଭାରତର ମିଲିଟ୍ରୀ ବେସ୍, ଦେଖନ୍ତୁ ପୁରା ତାଲିକା

ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ବିଗତ ୪ ଦିନରେ ରାଜଧାନୀରେ ରୁପା ମୂଲ୍ୟରେ ୩୪୦୦ ଟଙ୍କାର ହ୍ରାସ ଦେଖାଦେଇଛି । ଗତକାଲି ରାଜଧାନୀରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ରୁପା ଦରରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୧୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୬୦ ଟଙ୍କା ରହିଛି । ଯାହା ଗତକାଲି ୬,୭୧୦ ଟଙ୍କା ଥିଲା ।