Advertisement
Article Detail0/zeeodisha/odisha758044
Zee OdishaOdisha National-Internationalପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ଘଟିଛି । ଗତକାଲି ରୁପା ମୂଲ୍ୟରେ ୩୦୦ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଆଜି ୩୦୦ ଟଙ୍କା ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୭୦୦ ଟଙ୍କାରେ ରହିଛି । ଗତକାଲି ରୁପା ମୂଲ୍ୟ ୬୧,୦୦୦ ଥିଲା ।

ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଆଜି ପୁଣି ସୁନା-ରୁପା ଦର (Gold-Silver Price) ରେ ହ୍ରାସ ରେକର୍ଡ କରାଯାଇଛି । ସେହିପରି ବୈଶ୍ୱିକ ବଜାରରେ ଆଜି ମୂଲ୍ୟବାନ ଧାତୁ ଦରରେ ହ୍ରାସ ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗତକାଲି ସୁନା ମୂଲ୍ୟରେ ୫୦ ଟଙ୍କା ହ୍ରାସ ଘଟିଥିଲା । ସେହପରି ଆଜି ଅର୍ଥାତ ଗୁରୁବାର ମଧ୍ୟ ଦେଶରେ ୧୦ ଗ୍ରାମ ସୁନା ଦର (Gold Price) ରେ ୫୦ ଟଙ୍କା ଖସିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୯୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୯,୯୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୫୦ ଟଙ୍କାର ହ୍ରାସ ଦେଖାଦେଇଛି । ଫଳରେ ୧୦ ଗ୍ରାମ ସୁନା ଦର ୪୮,୯୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୮,୯୫୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ୟୁପି ପୋଲିସ ଧକ୍କାରେ ତଳକୁ ପଡ଼ିଲେ ରାହୁଲ, ହାଥରସ ଯିବା ପୂର୍ବରୁ ଭାଇ-ଉଉଣୀ ଗିରଫ   

ଅନ୍ୟପଟେ ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ଘଟିଛି । ଗତକାଲି ରୁପା ମୂଲ୍ୟରେ ୩୦୦ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଆଜି ୩୦୦ ଟଙ୍କା ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୭୦୦ ଟଙ୍କାରେ ରହିଛି । ଗତକାଲି ରୁପା ମୂଲ୍ୟ ୬୧,୦୦୦ ଥିଲା ।

Add Zee News as a Preferred Source

ସେହିପରି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ବି ସୁନା ଦର (Gold Rate) ରେ ହ୍ରାସ ଘଟିଛି । ଗତକାଲି ଅର୍ଥାତ ବୁଧବାର ଭୁବନେଶ୍ୱରରେ ସୁନା ଦରରେ ୨୦୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପକ୍ଷେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୯୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୬୪୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୨,୭୩୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୯୦ ଟଙ୍କାର ହ୍ରାସ ଦେଖାଦେଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୨୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୮,୩୪୦ ଟଙ୍କା ରହିଥିଲା । 

ଅଧିକ ପଢ଼ନ୍ତୁ:-ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ ଖବର, ମୋଦି ସରକାର ଜାରି କଲେ ନୂଆ ନିୟମ

ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟ (Silver Price) ରେ ହ୍ରାସ ରେକର୍ଡ କରାଯାଇଛି । ଗତକାଲି ରୁପା ମୂଲ୍ୟରେ ୩୦୦ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଆଜି ୩୦୦ ଟଙ୍କା ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୭୦୦ ଟଙ୍କାରେ ରହିଛି । ଗତକାଲି ରୁପା ମୂଲ୍ୟ ୬୧,୦୦୦ ଥିଲା ।

About the Author