• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ସୁନା-ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣି ନିଅନ୍ତୁ ରେଟ୍

ମଙ୍ଗଳବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ରେକର୍ଡ କରାଯାଇଛି । ସୋମବାର ଦେଶରେ ରୁପା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ମଙ୍ଗଳବାର ରୁପା ମୂଲ୍ୟରେ ୯୧୦ ଟଙ୍କାର ହ୍ରାସ ଘଟିଛି ।

ସୁନା-ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣି ନିଅନ୍ତୁ ରେଟ୍

ନୂଆଦିଲ୍ଲୀ: ମଙ୍ଗଳବାର ସୁନା-ରୁପା ମୂଲ୍ୟ (Gold-Silver Price) ରେ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ସୋମବାର ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପକ୍ଷେ ମଙ୍ଗଳବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୫୨୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୪୨୦ ଟଙ୍କାରେ ପହଞ୍ଚିଛି । ସୋମବାର ଏହାର ମୂଲ୍ୟ ୪୫,୯୪୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୫୨୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୪,୪୨୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ସୋମବାର ଏହାର ମୂଲ୍ୟ ୪୪,୯୪୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ରେଲୱେ ଦେଲା ଆଉ ଏକ ଖୁସି ଖବର: ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ସେହିପରି ମଙ୍ଗଳବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ରେକର୍ଡ କରାଯାଇଛି । ସୋମବାର ଦେଶରେ ରୁପା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ମଙ୍ଗଳବାର ରୁପା ମୂଲ୍ୟରେ ୯୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୬୦୦ ଟଙ୍କା ରହିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୫୧୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୬୦ ଟଙ୍କା ରହିଛି । ଯାହା ସୋମବାର ୬,୭୫୧ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ଦରରେ ହ୍ରାସ ଘଟିଛି । ସୋମବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୪୦୦ ଟଙ୍କାର ବୃଦ୍ଧି ଘଟି ଥିଲା । ଅନ୍ୟପଟେ ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧,୦୪୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୯୩୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ୧୦ ଗ୍ରାମ ସୁନା ମୂଲ୍ୟ ୪୬,୯୭୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୯୫୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୨,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ୪୨,୬୯୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ୧ରୁ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ସେହିପରି ମଙ୍ଗଳବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି। ସୋମବାର ରାଜଧାନୀରେ ରୁପା ମୂଲ୍ୟରେ ୮୦୦ ଟଙ୍କାର ବୃଦ୍ଧି ଘଟି ଥଲା । ଅନ୍ୟପକ୍ଷେ ମଙ୍ଗଳବାର ରୁପା ମୂଲ୍ୟରେ ୧,୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୦୦୦ ଟଙ୍କା ରହିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୩,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୨୦୦ ଟଙ୍କା ରହିଛି । ଯାହା ସୋମବାର ୭,୩୩୦ ଟଙ୍କା ଥିଲା ।