Advertisement
Article Detail0/zeeodisha/odisha697789
Zee OdishaOdisha National-Internationalକମିଲା ରୁପା ଦର, ଜାଣନ୍ତୁ କଣ ରହିଛି ଆଜି ସୁନା ରେଟ୍

କମିଲା ରୁପା ଦର, ଜାଣନ୍ତୁ କ'ଣ ରହିଛି ଆଜି ସୁନା ରେଟ୍

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୫୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୫୫୦ ଟଙ୍କା ରହିଛି । ଯାହା ଗତକାଲି ୪୭,୧୦୦ ଟଙ୍କା ଥିଲା ।

ଡିଜାଇନ୍ ଫଟୋ
ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ କ୍ରମାଗତ ହ୍ରାସ ବୃଦ୍ଧି ଲାଗି ରହିଛି । ଯାହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି(ଗୁରୁବାର) ଦେଶରେ ମୂଲ୍ୟବାନ ଧାତୁର ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୫୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୧୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୭,୦୫୦ ଟଙ୍କା ଥିଲା । 

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୫୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୫୫୦ ଟଙ୍କା ରହିଛି । ଯାହା ଗତକାଲି ୪୭,୧୦୦ ଟଙ୍କା ଥିଲା ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ସୁନା ମୂଲ୍ୟରେ ୪୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୬୫୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୬୧୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୫୧୦ ଟଙ୍କା ରହିଛି । ଯାହା ଗତକାଲି ୪୫,୪୭୦ ଟଙ୍କା ରହିଥିଲା । 

Add Zee News as a Preferred Source

ଅନ୍ୟପକ୍ଷେ ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ସାମାନ୍ୟ ହ୍ରାସ  ଦେଖାଦେଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୫୦ ଟଙ୍କା ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୫୫୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୬୦୦ ଟଙ୍କା ଥିଲା । 

About the Author