Advertisement
Article Detail0/zeeodisha/odisha865895

ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍

ରବିବାର ଦେଶରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଶନିବାର ଦେଶରେ ରୁପା ମୂଲ୍ୟରେ ୭୦୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ରବିବାର ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ ।

ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍

ନୂଆଦିଲ୍ଲୀ: ରବିବାର ସୁନା ମୂଲ୍ୟ (Gold Price) ରେ ବୃଦ୍ଧି ରେକର୍ଡ କରାଯାଇଥିବା ବେଳେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଶନିବାର ସୁନା ମୂଲ୍ୟରେ ୩୩୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ରବିବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୮୭୦ ଟଙ୍କାରେ ପହଞ୍ଚିଛି । ଯାହା ଶନିବାର ଏହାର ମୂଲ୍ୟ ୪୪,୮୬୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୩,୮୭୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଶନିବାର ଏହାର ମୂଲ୍ୟ ୪୩,୮୬୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ରେଲୱେ ବଢ଼ାଇଲା ହୋଲି ସ୍ୱତନ୍ତ୍ର ଟ୍ରେନ୍ ସଂଖ୍ୟା, ୪୦ରୁ ଅଧିକ ଷ୍ଟେସନର ଯାତ୍ରୀଙ୍କୁ ହେବ ସୁବିଧା

ସେପଟେ ରବିବାର ଦେଶରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଶନିବାର ଦେଶରେ ରୁପା ମୂଲ୍ୟରେ ୭୦୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ରବିବାର ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୯୦୦ ଟଙ୍କା ରହିଛି । ଯାହା ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୯୦ ଟଙ୍କା ରହିଛି । ଯାହା ଶନିବାର ୬,୬୯୦ ଟଙ୍କା ଥିଲା ।

Add Zee News as a Preferred Source

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଏହି ରାଜ୍ୟ

ରବିବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ଦରରେ ବୃଦ୍ଧି ଘଟିଛି । ଶନିବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୭୦ ଟଙ୍କାର ବୃଦ୍ଧି ଘଟି ଥିଲା । ସେହିପରି ରବିବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୮୩୦ ଟଙ୍କା ରହିଛି । ଯାହା ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟ ୪୫,୮୨୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୨,୦୧୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ୪୨,୦୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଯେଉଁଠାରେ ଯାତ୍ରୀ ଦେଖାଇବେ ହାତ, ଡ୍ରାଇଭରଙ୍କୁ ସେଠାରେ ରୋକିବାକୁ ହେବ ବସ୍

ରବିବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ଶନିବାର ରାଜଧାନୀରେ ରୁପା ମୂଲ୍ୟରେ ୭୦୦ ଟଙ୍କାର ବୃଦ୍ଧି ଘଟି ଥଲା । ଅନ୍ୟପକ୍ଷେ ରବିବାର ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୪୦୦ ଟଙ୍କା ରହିଛି । ଯାହା ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୧୪୦ ଟଙ୍କା ରହିଛି । ଯାହା ରବିବାର ୭,୧୪୦ ଟଙ୍କା ଥିଲା ।

About the Author