ସେହିପରି ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୯୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୨,୧୨୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୨,୨୧୦ ଟଙ୍କା ଥିଲା ।
Trending Photos
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଛି କୋରୋନା ଭୂତାଣୁ । ଏହାର ପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ପଡୁଛି । ଅନ୍ୟପଟେ ଭାରତରେ ମଧ୍ୟ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ କ୍ରମାଗତ ହ୍ରାସ-ବୃଦ୍ଧି ଲାଗି ରହିଛି । ଯାହାର ପ୍ରଭାବ ଭାରତର ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି(ମଙ୍ଗଳବାର) ଦେଶରେ ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସ ଘଟିଛି । ଆଜି ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୮୦ ଟଙ୍କା ଖସିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୯୨୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୯,୦୦୦ ଟଙ୍କା ଥିଲା ।
ସେହିପରି ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୯୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୨,୧୨୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୨,୨୧୦ ଟଙ୍କା ଥିଲା ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ଦରରେ ବି ହ୍ରାସ ରେକର୍ଡ କରାଯାଇଛି । ଆଜି ସୁନା ମୂଲ୍ୟରେ ୭୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୧୭୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୨୪୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ ୫୦ ଟଙ୍କା ଖସିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୯୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୬,୯୬୦ ଟଙ୍କା ରହିଥିଲା ।
ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟରେ ହ୍ରାସ ଘଟିଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୯୦ ଟଙ୍କା ଖସିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୧,୧୨୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୧,୨୧୦ ଟଙ୍କା ଥିଲା ।