)
ନୂଆଦିଲ୍ଲୀ: ଲଗାତର ତୃତୀୟ ଦିନ ସୁନା ମୂଲ୍ୟ (Gold Price) ରେ ବୃଦ୍ଧି ଘଟିଛି । ସେହିପରି ଅନ୍ତର୍ଜାତୀୟ ମାର୍କେଟରେ ଆଜି ମୂଲ୍ୟବାନ ଧାତୁ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ବିଗତ ୨ ଦିନରେ ସୁନା ମୂଲ୍ୟରେ ୧୦୦୦ ଟଙ୍କା ବୃଦ୍ଧି ଘଟିଛି । ଅନ୍ୟପକ୍ଷେ ଆଜି ଅର୍ଥାତ ବୁଧବାର ଦେଶରେ ୧୦ ଗ୍ରାମ ସୁନା ଦର (Gold Price) ରେ ୧୩୦ ଟଙ୍କା ବଢ଼ିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୫୮୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୫୧,୪୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୩୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ୧୦ ଗ୍ରାମ ସୁନା ଦର ୫୦,୫୮୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୫୦,୪୫୦ ଟଙ୍କା ଥିଲା ।
ସେପଟେ ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ବିଗତ ୨ ଦିନରେ ରୁପା ମୂଲ୍ୟରେ ୧୬୦୦ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଆଜି(ବୁଧବାର) ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୯,୫୦୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ଶୁକ୍ର ଗ୍ରହରେ ମିଳିଲା ଜୀବନ !
ସେପଟେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ବି ସୁନା ଦର (Gold Rate) ରେ ହ୍ରାସ ଘଟିଛି । ଗତକାଲି ଅର୍ଥାତ ମଙ୍ଗଳବାର ଭୁବନେଶ୍ୱରରେ ସୁନା ଦରରେ ୪୯୦ ଟଙ୍କାର ବୃଦ୍ଧି ଘଟିଥିବା ବେଳେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୭୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୩,୯୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୪,୦୨୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୭୦ ଟଙ୍କାର ହ୍ରାସ ଦେଖାଦେଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୪୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୯,୫୨୦ ଟଙ୍କା ରହିଥିଲା ।
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ସତରେ କେବେ ମିଳିବ ଆମକୁ କୋରୋନା ଟୀକା
ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ଦର (Silver Rate) ରେ ହ୍ରାସ ରେକର୍ଡ କରାଯାଇଛି । ବିଗତ ୨ ଦିନରେ ରୁପା ମୂଲ୍ୟରେ ୧୬୦୦ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଆଜି(ବୁଧବାର) ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୯,୫୦୦ ଟଙ୍କା ଥିଲା ।