ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ କ`ଣ ରହିଛି ରେଟ୍
ସୋମବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ରବିବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେପଟେ ସୋମବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୭୨୦ ଟଙ୍କାରେ ପହଞ୍ଚିଛି ।
ନୂଆଦିଲ୍ଲୀ: Gold-Silver Rate: ସପ୍ତାହର ପ୍ରଥମ ଦିନ ସୁନା-ରୁପା ମୂଲ୍ୟ (Gold-Silver Price) ରେ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ରବିବାର ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପଟେ ସୋମବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୭୧୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଏହାର ମୂଲ୍ୟ ୪୭,୮୧୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୭୧୦ ଟଙ୍କାରେ ପହଞ୍ଚିଛି । ରବିବାର ଏହାର ମୂଲ୍ୟ ୪୬,୮୧୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-୪୦ ବର୍ଷ ବୟସରୁ ପେନସନ୍ ଦେବା ପାଇଁ LIC ଆଣିଛି ଏକ ଜବରଦସ୍ତ ପ୍ଲାନ୍, ଜାଣନ୍ତୁ ଏହାର ବିଶେଷତା
ସେହିପରି ସୋମବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ରବିବାର ଦେଶରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେପଟେ ସୋମବାର ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୯୧୦ ଟଙ୍କା ରହିଛି । ଯାହା ରବିବାର ୬,୯୩୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଏଣିକି ଏହି ୪୪ଟି ଟ୍ରେନରେ ବିନା ରିଜର୍ଭେସନରେ କରିପାରିବେ ଯାତ୍ରା, ଦେଖନ୍ତୁ ଲିଷ୍ଟ୍
ସୋମବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ରବିବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେପଟେ ସୋମବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୭୨୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୮୨୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ ୧୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୬୫୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଏହାର ମୂଲ୍ୟ ୪୪,୭୫୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ବିପିସିଏଲର ଘରୋଇକରଣ ପରେ ବନ୍ଦ ହୋଇଯିବ 'LPG ସବସିଡି'! ସରକାରୀ ଆଦେଶ ବନିଲା ବାଧକ
ସେହିପରି ସୋମବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ରବିବାର ରାଜଧାନୀରେ ରୁପା ମୂଲ୍ୟରେ ୪୮୦୦ ଟଙ୍କାର ବୃଦ୍ଧି ଘଟି ଥିଲା । ଅନ୍ୟପଟେ ସୋମବାର ରୁପା ମୂଲ୍ୟରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୩,୮୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୪,୧୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୩୮୦ ଟଙ୍କା ରହିଛି । ଯାହା ରବିବାର ୭,୪୧୦ ଟଙ୍କା ଥିଲା ।