ପୁଣି ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ମଙ୍ଗଳବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସୋମବାର ରାଜଧାନୀରେ ରୁପା ମୂଲ୍ୟରେ ୮୦୦ ଟଙ୍କାର ହ୍ରାସ ଘଟିଥିଲା ।

ପୁଣି ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Gold-Silver Rate: ଦେଶରେ ମଙ୍ଗଳବାର ଅର୍ଥାତ ସେପ୍ଟେମ୍ୱର ୧୪ରେ ସୁନା-ରୁପା ମୂଲ୍ୟ (Gold Silver Price) ରେ ହ୍ରାସ ଘଟିଛି । ଲଗାତର ଦ୍ୱିତୀୟ ଦିନ ଦେଶରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ସୋମବାର ସୁନା ମୂଲ୍ୟରେ ୬୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ମଙ୍ଗଳବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଏହାର ମୂଲ୍ୟ ୪୭,୦୧୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୦୦୦ ଟଙ୍କାରେ ପହଞ୍ଚିଛି । ସୋମବାର ଏହାର ମୂଲ୍ୟ ୪୬,୦୧୦ ଟଙ୍କା ଥିଲା ।

ସେହିପରି ମଙ୍ଗଳବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସୋମବାର ଦେଶରେ ରୁପା ମୂଲ୍ୟରେ ୮୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ମଙ୍ଗଳବାର ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୨୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ୬,୩୪୦ ଟଙ୍କା ଥିଲା ।

ଅନ୍ୟପଟେ ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର ସ୍ଥିର ରହିଛି । ସୋମବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୮୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୩୭୦ ଟଙ୍କା ରହିଛି । ଯାହା ସୋମବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୩୭୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୦୦୦ ଟଙ୍କା ରହିଛି । ଯାହା ସୋମବାର ଏହାର ମୂଲ୍ୟ ୪୪,୦୦୦ ଟଙ୍କା ଥିଲା ।

ମଙ୍ଗଳବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସୋମବାର ରାଜଧାନୀରେ ରୁପା ମୂଲ୍ୟରେ ୮୦୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ମଙ୍ଗଳବାର ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୨୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ୬,୩୪୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ପ୍ରକାଶ ପାଇଲା JEE ମେନ୍ ପରୀକ୍ଷାର ଫଳାଫଳ, ଏପରି ଚେକ୍ କରନ୍ତୁ ରେଜଲ୍ଟ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ବହୁତ ଲାଭଦାୟକ

ଅଧିକ ପଢ଼ନ୍ତୁ:-ଏଣିକି ଭଏସ୍ ମାଧ୍ୟମରେ କରିହେବ ଆର୍ଥିକ ନେଣଦେଣ, ଖୁଚୁରା ପେମେଣ୍ଟ ପାଇଁ ପ୍ରଥମ ପରୀକ୍ଷା ସଫଳ