ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ଘଟିଛି । ଗତକାଲି ରୁପା ମୂଲ୍ୟରେ ୮୯୦ ଟଙ୍କା ବୃଦ୍ଧି ଘଟି ଥିବା ବେଳେ ଆଜି ରୁପା ମୂଲ୍ୟରେ ୧୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୬୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ରୁପା ମୂଲ୍ୟ ୬୩,୮୦୦ ଟଙ୍କା ଥିଲା ।
Trending Photos
)
ନୂଆଦିଲ୍ଲୀ: ଆଜି ସୁନା-ରୁପା ମୂଲ୍ୟ (Gold-Silver Price) ରେ ହ୍ରାସ ରେକର୍ଡ କରାଯାଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ଦରରେ ମଧ୍ୟ ହ୍ରାସ ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗତକାଲି ସୁନା ମୂଲ୍ୟରେ ୨୭୦ ଟଙ୍କା ବୃଦ୍ଧି ଘଟିଥିଲା । ଅନ୍ୟପକ୍ଷେ ଆଜି ଅର୍ଥାତ ମଙ୍ଗଳବାର ଦେଶରେ ୧୦ ଗ୍ରାମ ସୁନା ଦର (Gold Price) ରେ ୨୮୦ ଟଙ୍କା ଖସିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୫୪୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୫୦,୮୨୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୨୮୦ ଟଙ୍କାର ହ୍ରାସ ଦେଖାଦେଇଛି । ଫଳରେ ୧୦ ଗ୍ରାମ ସୁନା ଦର ୪୯,୫୪୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୯,୮୨୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ବିହାର ନିର୍ବାଚନରେ ବିଜେପିଠୁ 'ପ୍ରତିଶୋଧ' ନେବେ ଉଦ୍ଧବ-ପାୱାର ?
ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ଘଟିଛି । ଗତକାଲି ରୁପା ମୂଲ୍ୟରେ ୮୯୦ ଟଙ୍କା ବୃଦ୍ଧି ଘଟି ଥିବା ବେଳେ ଆଜି ରୁପା ମୂଲ୍ୟରେ ୧୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୬୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ରୁପା ମୂଲ୍ୟ ୬୩,୮୦୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ପୁଣି ସଚିନ ପାଇଲଟଙ୍କୁ ବଡ଼ ଝଟକା ଦେଲେ ଗେହଲଟ୍ ସରକାର
ଆଜି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ଦର (Gold Rate) ରେ ହ୍ରାସ ଘଟିଛି । ଗତକାଲି ଅର୍ଥାତ ସୋମବାର ଭୁବନେଶ୍ୱରରେ ସୁନା ଦରରେ ୬୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପକ୍ଷେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୨୨୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୩,୦୯୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୩,୩୧୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୨୨୦ ଟଙ୍କାର ହ୍ରାସ ଦେଖାଦେଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୬୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୮,୮୭୦ ଟଙ୍କା ରହିଥିଲା ।
ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟ (Silver Price) ଖସିଛି । ଗତକାଲି ରୁପା ମୂଲ୍ୟରେ ୮୯୦ ଟଙ୍କା ବୃଦ୍ଧି ଘଟି ଥିବା ବେଳେ ଆଜି ରୁପା ମୂଲ୍ୟରେ ୧୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୬୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ରୁପା ମୂଲ୍ୟ ୬୩,୮୦୦ ଟଙ୍କା ଥିଲା ।