ସୁନା-ରୁପା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍
Advertisement

ସୁନା-ରୁପା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ସୋମବାର ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ରବିବାର ଦେଶରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଥିବା ବେଳେ ସୋମବାର ରୁପା ମୂଲ୍ୟରେ ୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୨୦୦ ଟଙ୍କାରେ ପହଞ୍ଚିଛି ।

ସୁନା-ରୁପା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନରେ ସୁନା-ରୁପା ମୂଲ୍ୟ (Gold-Silver Price) ରେ ବୃଦ୍ଧି ରେକର୍ଡ କରାଯାଇଛି । ଅନ୍ୟପଟେ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ବୃଦ୍ଧି ଘଟିଛି । ଦେଶରେ ରବିବାର ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ସୋମବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୭୫୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଏହାର ମୂଲ୍ୟ ୪୫,୭୧୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୪,୭୫୦ ଟଙ୍କାରେ ପହଞ୍ଚିଛି । ସେହିପରି ରବିବାର ଏହାର ମୂଲ୍ୟ ୪୪,୭୧୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-କ'ଣ କେବେ ଶେଷ ହେବ ନାହିଁ କୋରୋନା ଭୂତାଣୁ? ଜାଣନ୍ତୁ ଏମ୍ସ ନିର୍ଦ୍ଦେଶକଙ୍କ ଜବାବ

ସେହିପରି ସୋମବାର ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ରବିବାର ଦେଶରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଥିବା ବେଳେ ସୋମବାର ରୁପା ମୂଲ୍ୟରେ ୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୨୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ୬,୬୯୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀର ଦ୍ରୁତ ବିସ୍ତାରକୁ ରୋକିବା ପାଇଁ WHO କହିଲା ଉପାୟ, ଆପଣ ମଧ୍ୟ ଜାଣନ୍ତୁ...

ସୋମବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ବୃଦ୍ଧି ଘଟିଛି । ରବିବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ସୋମବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧୫୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୫୧୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ୧୦ ଗ୍ରାମ ସୁନା ମୂଲ୍ୟ ୪୭,୩୬୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୪୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୫୫୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ୪୩,୪୧୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ୯୦୪ ଜଣଙ୍କ ମୃତ୍ୟୁ

ସେପଟେ ସୋମବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ରବିବାର ରାଜଧାନୀରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟି ଥିଲା । ସେହିପରି ସୋମବାର ରୁପା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୭୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୧୯୦ ଟଙ୍କା ରହିଛି । ଯାହା ରବିବାର ୭,୧୭୦ ଟଙ୍କା ଥିଲା ।