• ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
  • SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା
  • ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା
  • ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି
  • ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ, ୫ରୁ ୬ଟି ଟିମ୍ ଗଠନ ହୋଇଛି
  • ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ଶହ ୭୯ ପଜିଟିଭ୍
  • ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ
  • ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ
  • ଆଗାମୀ ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା
  • କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ସୁନା-ରୁପା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିବା ବେଳେ ବୁଧବାର ରୁପା ମୂଲ୍ୟରେ ୧,୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୩୦୦ ଟଙ୍କାରେ ପହଞ୍ଚିଛି ।

ସୁନା-ରୁପା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: ବୁଧବାର ସୁନା-ରୁପା ମୂଲ୍ୟ (Gold-Silver Price) ରେ ବୃଦ୍ଧି ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ସମାନ ସ୍ଥିତି ଦେଖାଦେଇଛି । ଯାହା ପରେ ଦେଶର ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦେଶରେ ମଙ୍ଗଳବାର ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେପଟେ ବୁଧବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଏହାର ମୂଲ୍ୟ ୪୫,୨୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୪,୩୦୦ ଟଙ୍କାରେ ପହଞ୍ଚିଛି । ସେହିପରି ମଙ୍ଗଳବାର ଏହାର ମୂଲ୍ୟ ୪୪,୨୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଲକଡାଉନକୁ ନେଇ WHO ର ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ, କହିଲେ- ପରିଣାମ ହେବ...

ସେହିପରି ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିବା ବେଳେ ବୁଧବାର ରୁପା ମୂଲ୍ୟରେ ୧,୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୩୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ୬,୫୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ଯୋଜନାରେ ମିଳିବ ନୂତନ ସୁବିଧା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ବୁଧବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ବୃଦ୍ଧି ଘଟିଛି । ମଙ୍ଗଳବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୫୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟରେ ୨୮୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୫୩୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟ ୪୬,୨୫୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୨୫୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୨,୬୫୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ୪୨,୪୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ଏହି ୧୫ ରାଜ୍ୟ

ସେହିପରି ବୁଧବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ମଙ୍ଗଳବାର ରାଜଧାନୀରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପଟେ ବୁଧବାର ରୁପା ମୂଲ୍ୟରେ ୧୨୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୦,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୦୫୦ ଟଙ୍କା ରହିଛି । ଯାହା ମଙ୍ଗଳବାର ୬,୯୩୦ ଟଙ୍କା ଥିଲା ।