• ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ
  • କବୟତ୍ରୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ
  • ବାସୋପଯୋଗୀ ର୍ୟାଙ୍କରେ ଭାରତର ଚତୁର୍ଥ ସ୍ଥାନରେ ଭୁବନେଶ୍ବର
  • ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାର୍ଣ୍ଣମେଣ୍ଟ ପକ୍ଷରୁ ରିପୋର୍ଟ ପ୍ରଦାନ
  • ତେଲଙ୍ଗାନାରେ ସମ୍ପୂର୍ଣ୍ଣ ଉଠିଲା ଲକ୍‌ଡାଉନ
  • ମିଲଖା ସିଂଙ୍କୁ ବାଲୁକା ଆନିମେସନରେ ଶ୍ରଦ୍ଧାଞ୍ଜଳି
  • ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତି: ସୁପ୍ରିମକୋର୍ଟର ଦ୍ୱାରସ୍ତ ହେଲେ ୧୧୫୨ ଛାତ୍ରଛାତ୍ରୀ
  • ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି
  • ଟିକା ନେଇ ନାହାନ୍ତି ରାଜ୍ୟର ୨ ଲକ୍ଷ କରୋନା ଯୋଦ୍ଧା

ପୁଣି ଖସିଲା ସୁନା-ରୁପା ମୂଲ୍ୟ, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟି ଥିବାବେଳେ ବୁଧବାର ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୫୦୦ ଟଙ୍କାରେ ପହଞ୍ଚିଛି ।

ପୁଣି ଖସିଲା ସୁନା-ରୁପା ମୂଲ୍ୟ, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: ବୁଧବାର ସୁନା-ରୁପା ମୂଲ୍ୟ (Gold-Silver Price) ରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ମଙ୍ଗଳବାର ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ଘଟି ନଥିଲା । ସେପଟେ ବୁଧବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୯୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୭୨୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଏହାର ମୂଲ୍ୟ ୪୫,୯୧୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୯୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୪,୭୨୦ ଟଙ୍କାରେ ପହଞ୍ଚିଛି । ସେହିପରି ସୋମବାର ଏହାର ମୂଲ୍ୟ ୪୪,୯୧୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ପୁଣି ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

ସେହିପରି ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟି ଥିବାବେଳେ ବୁଧବାର ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୧୫୦ ଟଙ୍କା ରହିଛି । ଯାହା ମଙ୍ଗଳବାର ୭,୧୫୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-LIC ର ୨୯ କୋଟି ପଲିସି ଧାରକଙ୍କୁ ମିଳିଲା ଏହି ବଡ଼ ସୁବିଧା

ବୁଧବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ମଙ୍ଗଳବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୦୦ ବୃଦ୍ଧି ଘଟିଥିଲା । ଅନ୍ୟପଟେ ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟରେ ୨୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୫୬୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୭୭୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ୪୪,୭୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆସାମରୁ ସିନ୍ଧିଆଙ୍କୁ ଦେଲା ଏହି ବାର୍ତ୍ତା

ବୁଧବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ମଙ୍ଗଳବାର ରାଜଧାନୀରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟି ଥିଲା । ସେହିପରି ବୁଧବାର ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୫,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୫୯୦ ଟଙ୍କା ରହିଛି । ଯାହା ବୁଧବାର ୭,୬୦୦ ଟଙ୍କା ଥିଲା ।