• ତୃତୀୟ ଟି-୨୦ରେ ବାଜି ମାରିଲା ଶ୍ରୀଲଙ୍କା
  • ଶେଷ ମ୍ୟାଚ୍ ସହ ସିରିଜ୍ ହାତେଇଲା ସିଂହଳୀ ଟିମ୍
  • ୨-୧ରେ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ
  • ପାଠ ପାଇଁ ନୂଆ ନୀତି
  • ପ୍ରଧାନମନ୍ତ୍ରୀ କହିଲେ, ଗାଁ ଗାଁରେ ପହଂଚିବ ପ୍ଲେ ସ୍କୁଲ
  • ଖେଳରେ ଖେଳରେ ପିଲା ପଢ଼ିବେ ପାଠ
  • ସତ୍ୟନାରାୟଣଙ୍କୁ ଏନସିବି ଡିଜି ଅତିରିକ୍ତ ଦାୟିତ୍ୱ ପ୍ରଦାନ
  • ବିରୋଧୀ-ଶାସକଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ସଂସଦ
  • ଗତ ୭ ଦିନ ଭିତରେ ମାତ୍ର ୧୨ ଘଣ୍ଟା ଚାଲିପାରିଛି ସଂସଦର ଉଭୟ ସଦନ
  • ଦେଶୀ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସଙ୍ଗ

ପୁଣି ସୁନା-ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ରେଟ୍

ମଙ୍ଗଳବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସୋମବାର ଦେଶରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟି ଥିବାବେଳେ ମଙ୍ଗଳବାର ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୫୦୦ ଟଙ୍କାରେ ପହଞ୍ଚିଛି ।

ପୁଣି ସୁନା-ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Gold-Silver Price: ମଙ୍ଗଳବାର ସୁନା-ରୁପା ମୂଲ୍ୟରେ (Gold-Silver Rate) ରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଦେଖାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ସୋମବାର ସୁନା ମୂଲ୍ୟରେ ୩୦୦ ଟଙ୍କାର ବୃଦ୍ଧି ଘଟି ଥିଲା । ସେପଟେ ମଙ୍ଗଳବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୬୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଏହାର ମୂଲ୍ୟ ୪୮,୭୬୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୧୬୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୬୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ସୋମବାର ଏହାର ମୂଲ୍ୟ ୪୭,୭୬୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ରାମ ମନ୍ଦିର: ଚମ୍ପତ ରାୟ ବୁଝାଇଲେ ଜମି କିଣାର ସମ୍ପୂର୍ଣ୍ଣ 'ଗଣିତ', ଲୋକଙ୍କୁ କଲେ ଏହି ଅପିଲ

ସେହିପରି ମଙ୍ଗଳବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସୋମବାର ଦେଶରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟି ଥିବାବେଳେ ମଙ୍ଗଳବାର ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୧୫୦ ଟଙ୍କା ରହିଛି । ଯାହା ସୋମବାର ୭,୧୯୦ ଟଙ୍କା ଥିଲା ।

ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ସୋମବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୨୫୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ସୋମବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୬୩୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୬୪୦ ଟଙ୍କାରେ ବନ୍ଦ ହୋଇଥିଲା । ସେପଟେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୫୦୦ ଟଙ୍କା ରହିଛି । ସେହିପରି ସୋମବାର ୪୫,୫୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଲହରରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭୂତାଣୁ ବଦଳାଇଲା ରୂପ, 'ଡେଲଟା ପ୍ଲସ୍'କୁ ନେଇ ଏହା ହେଉଛି ବୈଜ୍ଞାନିକଙ୍କ ମତ

ମଙ୍ଗଳବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସୋମବାର ରାଜଧାନୀରେ ରୁପା ମୂଲ୍ୟରେ ୮୦୦ ଟଙ୍କାର ହ୍ରାସ ଘଟି ଥିଲା । ସେହିପରି ମଙ୍ଗଳବାର ରୁପା ମୂଲ୍ୟରେ ୬୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୫,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୫୯୦ ଟଙ୍କା ରହିଛି । ଯାହା ସୋମବାର ୭,୬୫୦ ଟଙ୍କା ଥିଲା ।