ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍
Advertisement

ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୫୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୦୫୦ ଟଙ୍କା ରହିଛି । ଯାହା ଗତକାଲି ୪୭,୫୫୦ ଟଙ୍କା ଥିଲା ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ କ୍ରମାଗତ ହ୍ରାସ ବୃଦ୍ଧି ଲାଗି ରହିଛି । ଯାହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି(ଶୁକ୍ରବାର) ଦେଶରେ ମୂଲ୍ୟବାନ ଧାତୁର ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୫୦୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୬୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୭,୧୦୦ ଟଙ୍କା ଥିଲା । 

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୫୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୦୫୦ ଟଙ୍କା ରହିଛି । ଯାହା ଗତକାଲି ୪୭,୫୫୦ ଟଙ୍କା ଥିଲା ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ସୁନା ମୂଲ୍ୟରେ ୬୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୭୧୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୬୫୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୫୭୦ ଟଙ୍କା ରହିଛି । ଯାହା ଗତକାଲି ୪୫,୫୧୦ ଟଙ୍କା ରହିଥିଲା । 

ଅନ୍ୟପକ୍ଷେ ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୫୦୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୦୫୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୫୫୦ ଟଙ୍କା ଥିଲା ।